ପୁଣି ଥରେ ରାଜ୍ୟ ସରକାର ଦେବେ କୋଭିଡ ସହାୟତା, NFSA, SFSS ହିତାଧିକାରୀ ପାଇବେ ହଜାରେ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି। ସମସ୍ତ ୩୦ଟି ଜିଲ୍ଲାର NFSA ଓ SFSS ହିତାଧିକାରୀ ଟଙ୍କା ପାଇବେ । କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି ।  ଆସନ୍ତା ୭ […]

Food supply

Niharika Rout
  • Published: Tuesday, 21 December 2021
  • , Updated: 21 December 2021, 11:50 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି।

ସମସ୍ତ ୩୦ଟି ଜିଲ୍ଲାର NFSA ଓ SFSS ହିତାଧିକାରୀ ଟଙ୍କା ପାଇବେ । କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି ।  ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ।

ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (BSKY)କୁ ପ୍ରାଥମିକ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ । ଯଦି ବିଏସକେୱାଇ କାର୍ଡ ନ ଥିବ ତେବେ ଜାତୀୟ ଖାଦ୍ୟ ସୁରକ୍ଷା (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ(SFSS) କୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ ।

ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଏକ ବଡ଼ ଘୋଷଣା ବୋଲି ଜଣାଯାଇଛି। ଏହା ସହ ଆଗାମୀ ୭ ଦିନ ମଧ୍ୟରେ ଏହାକୁ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ପଞ୍ଚାୟତ ନିବାଚନରେ ପୁଣି ଥରେ ବାଜି ମାରିବାକୁ ଏହା ରାଜ୍ୟ ସରକାରଙ୍କ ଚାଲ ବୋଲି ଆଲୋଚନା ହେଉଛି।

Related story