ମହାପ୍ରଭୁଙ୍କ ୫୯ ଜମିରୁ ଚାଲିଛି ବେଆଇନ ଖଣିଜ ଉତ୍ତୋଳନ, ୧୨ କୋଟି ଜରିମାନା ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଖନନ ମାମଲାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ NGT ଝଟକା। ବେଆଇନ ଖନନ ଲାଗି ୧୨ କୋଟି ଟଙ୍କାର ଜରିମାନା ଦାଖଲ ଲାଗି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍। ଶ୍ରୀ ଜଗନ୍ନାଥଙ୍କ ଜମିରେ ୫୯ ଟି ବେଆଇନ ମାଙ୍କଡା ପଥର ଖାଦାନ ଚାଲୁ ହୋଇଥିବାରୁ ପରିବେଶଜନିତ କ୍ଷତି ଭରଣା ଲାଗି ଏଭଳି ରାୟ ଶୁଣାଇଛନ୍ତି NGT। […]

srimandir

srimandir

Niranjan Mishra
  • Published: Tuesday, 08 November 2022
  • Updated: 08 November 2022, 04:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଖନନ ମାମଲାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ NGT ଝଟକା। ବେଆଇନ ଖନନ ଲାଗି ୧୨ କୋଟି ଟଙ୍କାର ଜରିମାନା ଦାଖଲ ଲାଗି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍। ଶ୍ରୀ ଜଗନ୍ନାଥଙ୍କ ଜମିରେ ୫୯ ଟି ବେଆଇନ ମାଙ୍କଡା ପଥର ଖାଦାନ ଚାଲୁ ହୋଇଥିବାରୁ ପରିବେଶଜନିତ କ୍ଷତି ଭରଣା ଲାଗି ଏଭଳି ରାୟ ଶୁଣାଇଛନ୍ତି NGT। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଆଗାମୀ ୪ମାସ ମଧ୍ୟରେ ୧୨ କୋଟି ଦାଖଲ ଲାଗି ନିର୍ଦ୍ଦେଶ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଏକ କମିଟି ଗଠନ କରି ଏହି ଜରିମାନା ଅର୍ଥରେ ଖାଦାନ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ଶେଷ କରାବେ ଏବଂ ଷ୍ଟାଟସ୍ ରିପୋର୍ଟ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦାଖଲ କରିବା ଲାଗି ନିର୍ଦ୍ଦେଶ ହୋଇଛି।

ସୂଚନା ଥାଉକି, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୪୦ ସ୍ଥାନରେ ରହିଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରାୟ ୫୦୦ ଏକର ଜମିରେ ବେଆଇନ ଖଣିଜ ଉତ୍ତୋଳନ ନେଇ ଏନ୍‌ଜିଟିରେ ମାମଲା ଚାଲିଛି। ତାପଙ୍ଗ, ଆନ୍‌ନ୍ଦ, ଝିଙ୍କିଝରୀରେ ଏହି ଜମି ରହିଛି। କାଜୁ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ଗୋଚର ଜମି ମଧ୍ୟ ବେଆଇନ୍ ଖଣିଜ ଉତ୍ତୋଳନରୁ ବାଦ୍ ପଡ଼ିନି। ବିନା ପରିବେଶ ଅନୁମତି ଓ କନସେଣ୍ଟ ଟୁ ଅପରେଟ କ୍ଲିୟରାନ୍ସରେ ଖଣି ଉତ୍ତୋଳନ କରାଯିବା ସହ ଗଛଗୁଡ଼ିକୁ କାଟି ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା। ଯାହା ଉପରେ ବିଚାର କରି ଏନ୍‌ଜିଟି ଶ୍ରୀମନ୍ଦିର ପ୍ରଶାସନକୁ ଜରିମାନା କରିଛନ୍ତି। ଏହି ନିର୍ଦ୍ଦେଶ ଆସିବା ପରେ ପ୍ରଶାସନିକ ଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ହରିଲୁଟ୍‌ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story