ମହାନଦୀ ପ୍ରସଙ୍ଗ: ଛତିଶଗଡ଼କୁ ଝଟକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ଝଟକା ଲାଗିଛି। ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ଛତିଶଗଡ଼କୁ ନୋଟିସ୍ କରିଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)।

ମହାନଦୀରେ କାର୍ଯ୍ୟକ୍ଷମ ହୋଇ ନଥିବା ପ୍ରକଳ୍ପ କାମ ବନ୍ଦ କରିବାକୁ ଆଗରୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଉଲ୍ଲଂଘନ କରି ଛତିଶଗଡ଼ ପ୍ରକଳ୍ପ କାମ ଚାଲୁ ରଖିଥିବା ଅଭିଯୋଗ କରି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି। ଏହାର ଶୁଣାଣି କରି ୨ ସପ୍ତାହ ଭିତରେ ଜବାବ ଦେବାକୁ ଛତିଶଗଡ଼କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।