ପ୍ରତିଶ୍ରୁତି ମିଳିଲା, ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଏନ୍‌ଏଚ୍‌ଏମ୍‌ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନକୁ ଜୋରଦାର କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ଏମ୍ଲୋଇଜ ଆସୋସିଏସନ୍‌ କାର୍ଯ୍ୟକାରୀ ସଭାପତି ରାଜଲକ୍ଷ୍ମୀ ପରିଡ଼ା। ୭ ଦଫା ଦାବି ପୂରଣ ପାଇଁ ଏନ୍‌ଏଚ୍‌ଏମ୍‌ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ କରୁଥିଲେ। ଯାହାଫଳରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମେତ ମେଡ଼ିକାଲ କଲେଜ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଯାଇଥିଲା। ସ୍ଥିତି ସଙ୍ଗୀନ […]

nursh-ptotest-cuttack-and-bbsr

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 06:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଏନ୍‌ଏଚ୍‌ଏମ୍‌ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନକୁ ଜୋରଦାର କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ଏମ୍ଲୋଇଜ ଆସୋସିଏସନ୍‌ କାର୍ଯ୍ୟକାରୀ ସଭାପତି ରାଜଲକ୍ଷ୍ମୀ ପରିଡ଼ା।

୭ ଦଫା ଦାବି ପୂରଣ ପାଇଁ ଏନ୍‌ଏଚ୍‌ଏମ୍‌ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ କରୁଥିଲେ। ଯାହାଫଳରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମେତ ମେଡ଼ିକାଲ କଲେଜ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଯାଇଥିଲା। ସ୍ଥିତି ସଙ୍ଗୀନ ହେବା ଆଶାଙ୍କା କରି ରାଜ୍ୟ ସରକାର ଆନ୍ଦୋଳନରତ ନର୍ସିଂ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ଗତକାଲି ୫ଟି ଦାବି ପୂରଣ ହୋଇଥିଲା। ୩ଟି ବେଡ଼୍‌କୁ ଜଣେ ଷ୍ଟାପ୍‌ନର୍ସ ଓ ଏନ୍‌ଏଚ୍‌ଏମ୍‌ ଅଧୀନରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କୁ ରାଜ୍ୟ କଣ୍ଟ୍ରାଚୁଆରେ ମିଶ୍ରଣ କରି ନିୟମିତ କରିବା ଦାବି ପୂରଣ ହେବ ବୋଲି ଆଜି ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। କେତେ ଦିନ ଭିତରେ ଦାବି ପୂରଣ ହେବ, ସେନେଇ କୌଣସି ସମୟ ଦିଆଯାଇ ନାହିଁ। ଆଜିଠାରୁ ଏନ୍‌ଏଚ୍‌ଏମ୍‌ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ଦୂରଦୂରାନ୍ତରୁ ଆସିଥିବା ନର୍ସିଂ କର୍ମଚାରୀମାନେ ଆସନ୍ତାକାଲିଠାରୁ କାମରେ ଯୋଗଦେବେ ବୋଲି ଏନ୍‌ଏଚ୍‌ଏମ୍‌ ଏମ୍ଲୋଇଜ ଆସୋସିଏସନ୍‌ କାର୍ଯ୍ୟକାରୀ ସଭାପତି ରାଜଲକ୍ଷ୍ମୀ ପରିଡ଼ା କହିଛନ୍ତି।

Related story