ଓକାକ୍‌ ସିଇଓଙ୍କ ହ୍ୱାଟସପ୍‌ ହ୍ୟାକ୍‌ ପଛରେ ନାଇଜେରିଆ ଗ୍ୟାଙ୍ଗ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓକାକ୍‌ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର) ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ୱାଟ୍ସ ଆପ୍‌ ଆକାଉଣ୍ଟ ହ୍ୟାକ୍‌ ପଛରେ ନାଇଜେରିଆ ଗ୍ୟାଙ୍ଗର ହା ଥିବା ସନ୍ଦେହ କରାଯାଉଛି। ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ। ହ୍ୟାକରଙ୍କ କଥା ବାର୍ତ୍ତାରୁ ସେ ନାଇଜେରିଆର ହୋଇଥିବା ସନ୍ଦେହ ହୋଇଛି। ଓକାକ୍‌ ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ୱାଟ୍ସ ଆପ୍‌ ଆକାଉଣ୍ଟ ହ୍ୟାକ୍‌ ପରେ ଆକାଉଣ୍ଟରୁ ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। […]

OCAC

Madhupriya Mistry
  • Published: Saturday, 13 November 2021
  • , Updated: 13 November 2021, 06:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓକାକ୍‌ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର) ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ୱାଟ୍ସ ଆପ୍‌ ଆକାଉଣ୍ଟ ହ୍ୟାକ୍‌ ପଛରେ ନାଇଜେରିଆ ଗ୍ୟାଙ୍ଗର ହା ଥିବା ସନ୍ଦେହ କରାଯାଉଛି। ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ। ହ୍ୟାକରଙ୍କ କଥା ବାର୍ତ୍ତାରୁ ସେ ନାଇଜେରିଆର ହୋଇଥିବା ସନ୍ଦେହ ହୋଇଛି।

ଓକାକ୍‌ ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ୱାଟ୍ସ ଆପ୍‌ ଆକାଉଣ୍ଟ ହ୍ୟାକ୍‌ ପରେ ଆକାଉଣ୍ଟରୁ ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଠକେଇ ପରେ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡିଛି। ଏନେଇ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ଗତକାଲି ଓକାକ୍‌ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ ହ୍ୱାଟସଆପ୍‌ ହ୍ୟାକ୍‌ ହୋଇଥିବା କଥା ସାମ୍ନାକୁ ଆସିଥିଲା। ମନୋଜଙ୍କର ହ୍ୱାଟସ୍ଆପ୍ ହ୍ୟାକ କରି ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲା ସାଇବର ଲୁଟେରା ।

ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ୫ ଜଣ ୭ ଲକ୍ଷ ଟଙ୍କା ଦିଆଯାଇଥିଲେ।  ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିଲେ। ସତ ପଦାକୁ ଆସିବା ପରେ  ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି । ମନୋଜ ପଟ୍ଟନାୟକ ନିଜେ ମଧ୍ୟ ଥାନାରେ ଏତଲା ଦେଇଛନ୍ତି ।

ଏହି ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ , ଗୁରୁବାର ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା।  ଆର ପଟୁ କେହି କିଛି ନ କହିବାରୁ ୩୦ ସେକେଣ୍ଡ ପରେ ସେ କଲ୍  କାଟିଦେଇଥିଲେ। ଏହାର କିଛି ସମୟ ପରେ ଜଣେ ସାଙ୍ଗ ଫୋନ୍ କରି ପଚାରିଲେ ଯେ, ମନୋଜଙ୍କ ସ୍ୱାସ୍ଥ୍ୟ କେମିତି ଅଛି । ଏହା ସହିତ ଟଙ୍କା ମାଗିବାର ମେସେଜ୍ ଆସିଥିବା ସେ କହିଥିଲେ। ଏହା ପରେ ଫୋନ୍ ହ୍ୟାକ୍‌ ହୋଇଥିବା ସେ ଜାଣିଲେ ବୋଲି ମନୋଜ ପଟ୍ଟନାୟକ କହିଛନ୍ତି। 

Related story