Advertisment

କମୁଛି କରୋନା କୋପ, ଆଜିଠୁ ହଟିଲା ନାଇଟ କର୍ଫ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ କରୋନାର କୋପ କମୁଥିବାରୁ କୋହଳ ହେଲା କଟକଣା। ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ନାଇଟ୍ କର୍ଫ୍ୟୁ ହଟାଇନେବାକୁ ଘୋଷଣା କରିଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର । ଫଳରେ ରାତିରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ନେଇ ଆଉ କୌଣସି କଟକଣା ରହିବ ନାହିଁ । ସୂଚନାଯୋଗ୍ୟ, ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା […]

author-image
Niharika Rout
ଅଦ୍ୟତନ ହୋଇଛି
କମୁଛି କରୋନା କୋପ, ଆଜିଠୁ ହଟିଲା ନାଇଟ କର୍ଫ୍ୟୁ

night curfew

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ କରୋନାର କୋପ କମୁଥିବାରୁ କୋହଳ ହେଲା କଟକଣା। ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ନାଇଟ୍ କର୍ଫ୍ୟୁ ହଟାଇନେବାକୁ ଘୋଷଣା କରିଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର । ଫଳରେ ରାତିରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ନେଇ ଆଉ କୌଣସି କଟକଣା ରହିବ ନାହିଁ ।

Advertisment

ସୂଚନାଯୋଗ୍ୟ, ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା  । ଜାନୁଆରୀ ମାସରେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିଲା। ଏହା ସକାଳ ୫ଟା ଯାଏ ବଳବତ୍ତର ରହୁଥିଲା।  ଫଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ଥିତିରେ ସୁଧାର ଆସିବାରୁ ଫେବୃଆରୀରେ  ନାଇଟ୍ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିଲା । ରାତି ୯ଟା ପରିବର୍ତ୍ତେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା।

 ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ହଜାରେ ତଳେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ନାଇଟ କର୍ଫ୍ୟୁ କଟକଣାକୁ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି ରାଜ୍ୟ ସରକାର। 

Advertisment
COVID Guideline Night Curfew