ରାତିଅଧରେ ବାଲି ଚୋରି: ଧରାପଡ଼ିଲେ ୯ ଟ୍ରକ୍‌ ଡ୍ରାଇଭର

ପୁରୀ/ନୀଳଗିରି (ଓଡ଼ିଶା ରିପୋର୍ଟର): ରାତିଅଧରେ ଚାଲୁଥିଲା ବାଲି ମାଫିଆଙ୍କ ରାଜ୍। ପୁରୀ ସିପ୍‌ସରୁବାଲି ଅଞ୍ଚଳରୁ ନିୟମିତ ଲୁଟ୍ ହେଉଥିଲା ଶହଶହ ଟ୍ରକ୍‌ ବାଲି। ଏମିତି ଖବର ପାଇ ଗତକାଲି ମଝି ରାତିରେ ଜିଲ୍ଲା ପ୍ରଶାସନ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଧରା ପଡ଼ିଥିଲା ୫ଟି ବାଲିଭର୍ତ୍ତି ହାଇଓ୍ୱା ସାଙ୍ଗକୁ ଲୋଡିଂ ଅପେକ୍ଷାରେ ଥିବା ଆଉ ୧୦ଟି ବଡ଼ ଟ୍ରକ୍‌। ଘଟଣାସ୍ଥଳରୁ ୯ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଆଉ ଫେରାର ହୋଇଯାଇଛନ୍ତି ୬ ଜଣ। ସିପ୍‌ସରୁବାଲି ଅଞ୍ଚଳ […]

nine-truck-drivers-arrested-and-truckloads-of-sand-seized-for-illegal-sand-mining-in-puri

Manoranjan Sial
  • Published: Friday, 08 February 2019
  • , Updated: 08 February 2019, 09:03 PM IST

ପୁରୀ/ନୀଳଗିରି (ଓଡ଼ିଶା ରିପୋର୍ଟର): ରାତିଅଧରେ ଚାଲୁଥିଲା ବାଲି ମାଫିଆଙ୍କ ରାଜ୍। ପୁରୀ ସିପ୍‌ସରୁବାଲି ଅଞ୍ଚଳରୁ ନିୟମିତ ଲୁଟ୍ ହେଉଥିଲା ଶହଶହ ଟ୍ରକ୍‌ ବାଲି। ଏମିତି ଖବର ପାଇ ଗତକାଲି ମଝି ରାତିରେ ଜିଲ୍ଲା ପ୍ରଶାସନ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଧରା ପଡ଼ିଥିଲା ୫ଟି ବାଲିଭର୍ତ୍ତି ହାଇଓ୍ୱା ସାଙ୍ଗକୁ ଲୋଡିଂ ଅପେକ୍ଷାରେ ଥିବା ଆଉ ୧୦ଟି ବଡ଼ ଟ୍ରକ୍‌। ଘଟଣାସ୍ଥଳରୁ ୯ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଆଉ ଫେରାର ହୋଇଯାଇଛନ୍ତି ୬ ଜଣ।

ସିପ୍‌ସରୁବାଲି ଅଞ୍ଚଳ ସିଆରଜେଡ୍ ଅନ୍ତର୍ଭୁକ୍ତ ହୋଇଥିବାରୁ ଏଠାରୁ ବାଲି ଉଠାଣ ଆଇନତଃ ଅପରାଧ। ତେଣୁ ଦିନବେଳା ନୁହେଁ, ରାତିଅଧରେ ବୁହା ଚାଲିଛି ଶହ ଶହ ଟ୍ରକ୍ ବାଲି। ବାଲି ଚୋରା ଚାଲାଣକୁ ସ୍ୱୀକାର କରିଛନ୍ତି ଗିରଫ ଗାଡ଼ି ଡ୍ରାଇଭର। ଆଉ ଏବେ ପୁଲିସର ଓ୍ୱାଣ୍ଟେଡ୍‌ ତାଲିକାରେ ରାକେଟ୍‌ର ମାଷ୍ଟରମାଇଣ୍ଡ।

ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି, ବାଲି ଚୋରା ଚାଲାଣକାରୀଙ୍କ ପାଖରେ ପହଞ୍ଚାଇଛି ଏକ ଛିଣ୍ଡି ଯାଇଥିବା କେବୁଲ୍। ଗୋରୁଆଳ ଗ୍ରୀଡ଼ରୁ ଆସିଥିବା ଭୂତଳ କେବୁଲ୍ ହଠାତ୍ ଛିଣ୍ଡିବାର କାରଣ ଖୋଜୁଥିଲା ବିଦ୍ୟୁତ୍‌ ବିଭାଗ। ତେବେ ବେଆଇନ୍‌ ବାଲି ଖନନ ଯୋଗୁ ୨୨ରୁ ୨୩ ଲକ୍ଷ ଟଙ୍କାର କେବୁଲ୍‌ କ୍ଷତିଗ୍ରସ୍ତ ହୋଇଥିବା କଥା ସେସୁ ଜାଣିବାକୁ ପାଇଥିଲା। ଏନେଇ ପ୍ରଶାସନକୁ ସେସୁ ଜଣାଇବା ପରେ ଗତକାଲି ରାତି ଅଧରେ ହୋଇଥିଲା ଅଚାନକ ଚଢ଼ଉ। ତେବେ ଏହି ବାଲି ଚୋରା ଚାଲାଣ ରାକେଟରେ ପୁରୀର କିଛି ମୁଷ୍ଟିମେୟ ବ୍ୟକ୍ତି ଓ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହେଉଛି।

ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଦୋଷୀ ଯିଏ ହୋଇଥାଉନା କାହିଁକି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ।

ସେପଟେ ବାଲେଶ୍ୱର ଜିଲ୍ଲା ନୀଳଗିରି ସୋନ ନଦୀ କୂଳରୁ ବେଆଇନ୍‌ ବାଲି ଉଠାଣକୁ ବିରୋଧ କରି ଆଜି ମିତ୍ରପୁର-ଉଦଳା ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସେମାନଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବେଆଇନ୍ ବାଲି ଉଠାଣ ବନ୍ଦ ହେଉନଥିବାରୁ ନଦୀ ଗତିପଥ ବଦଳାଉଛି ଓ ଗାଁ ପ୍ରତି ବିପଦ ଘନେଇ ଆସୁଛି ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Related story