ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ଟ୍ୟୁସନ ଯାଇ ଫେରିଲେନି, ପୋଖରୀରୁ ମିଳିଲା ମୃତଦେହ

ଯାଜପୁର (ସଞ୍ଜୀବ ନାୟକ): ଟ୍ୟୁସନ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିନଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ମିଳିଥିଲା ମୃତଦେହ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଏନେଇ ଥାନାରେ କରିଛନ୍ତି ଅଭିଯୋଗ। ଘଟଣାଟି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବରିକୂଳ ଗାଁର। ମୃତ ନାବାଳିକାଙ୍କ ନାଁ ଅମ୍ରିତା ଦାସ। ସେ ନବମ ଶ୍ରେଣୀରେ ପଢୁଥିଲେ। ସେ ସବୁ ଦିନେ ସ୍କୁଲ୍ ଶେଷ ହେବା ପରେ ଗାଁ ପାଖ […]

Pond

Pond

Jitendra Garnayak
  • Published: Sunday, 04 September 2022
  • Updated: 04 September 2022, 10:12 AM IST

Sports

Latest News

ଯାଜପୁର (ସଞ୍ଜୀବ ନାୟକ): ଟ୍ୟୁସନ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିନଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ମିଳିଥିଲା ମୃତଦେହ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଏନେଇ ଥାନାରେ କରିଛନ୍ତି ଅଭିଯୋଗ। ଘଟଣାଟି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବରିକୂଳ ଗାଁର।

ମୃତ ନାବାଳିକାଙ୍କ ନାଁ ଅମ୍ରିତା ଦାସ। ସେ ନବମ ଶ୍ରେଣୀରେ ପଢୁଥିଲେ। ସେ ସବୁ ଦିନେ ସ୍କୁଲ୍ ଶେଷ ହେବା ପରେ ଗାଁ ପାଖ ନନ୍ଦିପୁରକୁ ଟ୍ୟୁସନ ଯାଉଥିଲେ। ଗତକାଲି ମଧ୍ୟ ସେ ଟ୍ୟୁସନ ଯାଇଥିଲେ।

ଅମ୍ରିତାଙ୍କ ବାପା ଅମୂଲ୍ୟ ଦାସଙ୍କ କହିବା ଅନୁଯାୟୀ, ସବୁଦିନ ଭଳି ସେ ଗତକାଲି ମଧ୍ୟ ଟ୍ୟୁସନ ଯାଇଥିଲେ। ଟ୍ୟୁସନ ସରିବା ପରେ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ୨୫ ବେଳେ ସେ ମଙ୍ଗଳପୁର ଥାନା ନନ୍ଦିପୁର ଛକ ଅତିକ୍ରମ କରିଥିଲେ। କିନ୍ତୁ ରାତି ବଢ଼ିଥିଲା ସିନା, ସେ ଘରକୁ ଫେରି ନଥିଲେ। ତେଣୁ ପରିବାର ଲୋକେ ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କ ସହିତ ମିଶି ଖୋଜାଖୋଜିରେ ଲାଗି ପଡ଼ିଥିଲେ। ଶେଷରେ ରାତି ପ୍ରାୟ ୯ଟା ବେଳେ ନନ୍ଦପୁର ଛକ ନିକଟସ୍ଥ ଏକ ପୋଖରୀ କୂଳରୁ ତାଙ୍କ ବ୍ୟାଗ୍ ମିଳିଥିଲା। ଏହା ପରେ ପୋଖରୀରେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ପରିବାର ଲୋକଙ୍କ ପକ୍ଷରୁ ମଙ୍ଗଳପୁର ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ ଗତକାଲି ଏହି ଘଟଣା ଘଟିଥିବା ବେଳେ ତା’ପୂର୍ବଦିନ ଅର୍ଥାତ୍ ୨ ତାରିଖରେ ଟ୍ୟୁସନ ଯିବା ବାଟରେ ଅମ୍ରିତାଙ୍କୁ କିଛି ପିଲା କମେଣ୍ଟ ମାରିଥିଲେ। ଏହାକୁ ନେଇ ସେମାନଙ୍କ ସହିତ ଅମ୍ରିତାଙ୍କର ଝଗଡ଼ା ହୋଇଥିଲା। ଏହା ପରେ ସେମାନେ ପ୍ରତିଶୋଧ ନେବେ ବୋଲି ଅମ୍ରିତାଙ୍କୁ ଧମକ ଦେଇଥିଲେ। ତେଣୁ ଅମ୍ରିତାଙ୍କ ମୃତ୍ୟୁ ପଛରେ କମେଣ୍ଟ ମାରିଥିବା ଉକ୍ତ ଯୁବକମାନଙ୍କ ହାତ ରହିଥିବା ଆମେ ସନ୍ଦେହ କରୁଛୁ।

ଅମ୍ରିତାଙ୍କ ଜଣେ ସଂପର୍କୀୟ ମିନାକ୍ଷୀ ଦାସ କହିଛନ୍ତି ଯେ କମେଣ୍ଟ ମରାକୁ ନେଇ ହୋଇଥିବା ବଚସାରୁ ଏହି ଘଟଣା ଘଟିଛି। ଅମ୍ରିତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।
ମଙ୍ଗଳପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story