ପିସିସି ସଭାପତି ପଦ ମଣ୍ଡନ ପରେ ଆଜି ଦିଲ୍ଲୀରୁ ଫେରୁଛନ୍ତି ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦ ମଣ୍ଡନ ପରେ ଆଜି ଦିଲ୍ଲୀରୁ ଫେରିବେ ନିରଞ୍ଜନ ପଟ୍ଟନାୟକ। ତାଙ୍କ ଟିମ୍‌ର ନବ ନିଯୁକ୍ତ ଅନ୍ୟ  ସଦସ୍ୟ ମଧ୍ୟ ଆଜି ଦିଲ୍ଲୀରୁ ଭୁବନେଶ୍ୱର ଫେରିବାର କର୍ଯ୍ୟକ୍ରମ ରହିଛି। ନିରଞ୍ଜନ ଓ ତାଙ୍କ ନୂଆ ଟିମ୍‌କୁ ସ୍ୱାଗତ ଲାଗି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି କଂଗ୍ରେସ ଭବନ।

ଗତ ୧୯ତାରିଖରେ  ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ନିରଞ୍ଜନଙ୍କ ନାଁରେ ମୋହର ଲଗାଇଥିଲେ ଦଳର ସଭାପତି ରାହୁଲ ଗାନ୍ଧି। ଚିରଞ୍ଜୀବ ବିଶ୍ୱାଳ, ନବ ଦାସ  ଓ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ଦିଆଯାଇଥିଲା। ସେହିଭଳି ନବ ଗଠିତ ଟିମରେ ଭକ୍ତ ଦାସଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ଜିତେନ୍ଦ୍ର ସିଂଙ୍କୁ ସମନ୍ୱୟ କମିଟିର ଅଧ୍ୟକ୍ଷ, ଜୟଦେବ ଜେନାଙ୍କୁ କୋର୍ କମିଟି ଅଧ୍ୟକ୍ଷ ଓ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ଦାୟିତ୍ୱ ମିଳିଛି।  ଶ୍ରୀକାନ୍ତ ଜେନାଙ୍କୁ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।