ଟିକସ ଛାଡ଼ ପାଇଁ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଅପିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଗତ ୩ ଦିନ ଧରି ଲଗାତାର ରାଜ୍ୟରେ ୫୦୦ ଲେଖାଏଁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ‘କରୋନା’ ପ୍ରତିଦିନ ଲୋକଙ୍କ ଜୀବନ ଓ ଜୀବିକା ଛଡ଼ାଇ ନେଉଛି। ଏପରି ସମୟରେ ଭୁସୁଡି ପଡ଼ିଥିବା ଆର୍ଥିକ ମାନଦଣ୍ଡକୁ ରାଜ୍ୟ ସରକାର ସଜାଡ଼ନ୍ତୁ ଓ ଟିକ୍‌ସ ଛାଡ଼ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ […]

niranjan

niranjan

Manoranjan Sial
  • Published: Friday, 10 July 2020
  • Updated: 10 July 2020, 08:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ଗତ ୩ ଦିନ ଧରି ଲଗାତାର ରାଜ୍ୟରେ ୫୦୦ ଲେଖାଏଁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ‘କରୋନା’ ପ୍ରତିଦିନ ଲୋକଙ୍କ ଜୀବନ ଓ ଜୀବିକା ଛଡ଼ାଇ ନେଉଛି। ଏପରି ସମୟରେ ଭୁସୁଡି ପଡ଼ିଥିବା ଆର୍ଥିକ ମାନଦଣ୍ଡକୁ ରାଜ୍ୟ ସରକାର ସଜାଡ଼ନ୍ତୁ ଓ ଟିକ୍‌ସ ଛାଡ଼ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ କେତେକ ପରାମର୍ଶ ଦେଇଛନ୍ତି।

୧-ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କରି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଵର୍ଷେ ପାଇଁ ଟିକସ୍‌ ଛାଡ଼ କରାଯାଉ।

୨-ରାଜ୍ୟ ସରକାର ସର୍ବସାଧାରଣରେ ରାଜ୍ୟର ଆର୍ଥିକ ସ୍ଥିତି ଲୋକଙ୍କୁ ଜଣାନ୍ତୁ।

୩- କେଉଁ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ଆବଶ୍ୟକ, ତାହା ସରକାର ସମୀକ୍ଷା କରନ୍ତୁ।

୪- ଯଦି ରାଜ୍ୟ ସରକାରଙ୍କ ଓଡ଼ିଆ ବେକାରି ଯୁବକଙ୍କ ପାଇଁ ଚିନ୍ତା ଅଛି, ତାହାହେଲେ ସ୍ଥାନୀୟ ଶିଳ୍ପାନୁଷ୍ଠାନରେ 80-85% ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦିଆଯାଉ।

ରାଜ୍ୟର ଆର୍ଥିକ ସ୍ଥିତି ନେଇ ତଥ୍ୟ ଦେଲେ ନିରଞ୍ଜନ। ରାଜ୍ୟ ସରକାର ୨୨୦୦ କୋଟି ଟଙ୍କା ଦରମା ଦେଉଛନ୍ତି। ୧୩୦୦ କୋଟି ଟଙ୍କା ପେନସନ୍‌ ଦେଉଛନ୍ତି। ୫୫୦ କୋଟି ଟଙ୍କା କରିଥିବା ଋଣର ସୁଧ ଦେଉଛନ୍ତି। ୪୦୦ କୋଟି ଟଙ୍କା ଅନ୍ୟାନ୍ୟ ଖର୍ଚ୍ଚ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପାଖରୁ ଟିକସ ବାବଦ ୩୩ ହଜାର କୋଟି ଟଙ୍କା ଆସୁଛି। ଅଣ ଟିକସ ବାବଦ ୧୨୫୦୦ କୋଟି ଟଙ୍କା ମିଳେ। ୨୦୦୪ ରେ ସରକାର ନିଷ୍ପତ୍ତି ନେଇଥିଲେ ଖାଲି ପଡିଥିବା ପଦବୀରୁ ୨୫% ପୂରଣ କରିବେ। କିନ୍ତୁ ଆଜି ପର୍ଯ୍ୟନ୍ତ ପୂରଣ କଲେନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos