ସ୍ୱାସ୍ଥ୍ୟ ଭିତ୍ତିଭୂମିର ଗୁମର ଖୋଲିଲେ ନିତି ଆୟୋଗ, ତଳକୁ ଖସିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା, ଗରିବଙ୍କୁ ୫ରୁ ୧୦ଲକ୍ଷ ଟଙ୍କାର ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଭଳି ବଡ଼ ବଡ଼ ବାହାସ୍ଫୋଟ ମାରୁଥିବା ବିଜେଡି ସରକାରଙ୍କ ଗୁମର ପଦାରେ ପଡ଼ିଛି । ସାମଗ୍ରିକ ସ୍ୱାସ୍ଥ୍ୟସେବା ପ୍ରଦର୍ଶନରେ ଦେଶର ୧୯ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ରେ ରହିଛି । ୨୦୧୮-୧୯ରେ ତୃତୀୟ ରାଉଣ୍ଡରେ ଓଡ଼ିଶାର ସ୍ଥାନ ୧୨ରେ ଥିବାବେଳେ ୨୦୧୯-୨୦ ଚତୁର୍ଥ ରାଉଣ୍ଡରେ […]

niti-aayog

niti-aayog

Ordigital Desk
  • Published: Monday, 27 December 2021
  • Updated: 27 December 2021, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା, ଗରିବଙ୍କୁ ୫ରୁ ୧୦ଲକ୍ଷ ଟଙ୍କାର ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଭଳି ବଡ଼ ବଡ଼ ବାହାସ୍ଫୋଟ ମାରୁଥିବା ବିଜେଡି ସରକାରଙ୍କ ଗୁମର ପଦାରେ ପଡ଼ିଛି । ସାମଗ୍ରିକ ସ୍ୱାସ୍ଥ୍ୟସେବା ପ୍ରଦର୍ଶନରେ ଦେଶର ୧୯ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ରେ ରହିଛି । ୨୦୧୮-୧୯ରେ ତୃତୀୟ ରାଉଣ୍ଡରେ ଓଡ଼ିଶାର ସ୍ଥାନ ୧୨ରେ ଥିବାବେଳେ ୨୦୧୯-୨୦ ଚତୁର୍ଥ ରାଉଣ୍ଡରେ ଖରାପ ପ୍ରଦର୍ଶନ କରି ଆଉ ୨ଟି ସ୍ଥାନକୁ ଖସି ଆସିଛି ।

ନିତି ଆୟୋଗଙ୍କ ଦ୍ୱାରା ଜାରି ସାମଗ୍ରିକ ସ୍ୱାସ୍ଥ୍ୟ ଇଣ୍ଡେକ୍ସର ଚତୁର୍ଥ ରାଉଣ୍ଡ(୨୦୧୯-୨୦ ମସିହା) ରିପୋର୍ଟରେ ଓଡ଼ିଶା ଦେଶର ୧୯ଟି ବଡ଼ ରାଜ୍ୟ ମଧ୍ୟରେ ୧୪ତମ ସ୍ଥାନରେ ରହିଛି । ଓଡ଼ିଶାର ସାମଗ୍ରିକ ସ୍ୱାସ୍ଥ୍ୟ ଇଣ୍ଡେକ୍ସ ସ୍କୋର ୪୪.୩୧ ରହିଛି । ୨୦୧୮-୧୯ରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ଥିବାବେଳେ ସ୍କୋର ୪୪.୧୮ ଥିଲା । ସେହିପରି ପ୍ରଥମ ଦୁଇଟି ପର୍ଯ୍ୟାୟର ସ୍ୱାସ୍ଥ୍ୟ ଇଣ୍ଡେକ୍ସରେ ଓଡ଼ିଶା ୧୬ତମ(୨୦୧୭-୧୮) ଓ ୧୮ତମ (୨୦୧୫-୧୬) ସ୍ଥାନରେ ରହିଥିଲା ।

ତେବେ ଓଡ଼ିଶା ସରକାର କ୍ରମାଗତ ଭାବେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବାର ସ୍ୱପ୍ନ ଦେଖାଇ ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି ବୋଲି ଦାବି କରୁଥିଲେ ମଧ୍ୟ ନିତି ଆୟୋଗଙ୍କ ରିପୋର୍ଟ ହିଁ ଓଡ଼ିଶା ସରକାରଙ୍କ ମିଛକୁ ପଦାରେ ପକାଇ ଦେଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗତ ସାଢ଼େ ୩ବର୍ଷ ଧରି ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ତା’ର ସୁଫଳ ଯେ ଲୋକଙ୍କୁ ମିଳିପାରୁନି ତାହା ଏବେ ନିତି ଆୟୋଗଙ୍କ ରିପୋର୍ଟରେ ପରୋକ୍ଷରେ ପ୍ରମାଣିତ କରାଇଛି ।

ଅନ୍ୟପକ୍ଷରେ କେରଳ କ୍ରମାଗତ ଭାବେ ୪ର୍ଥ ଥର ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଇଣ୍ଡେକ୍ସରେ ଶୀର୍ଷରେ ରହିଛି । ଆଜି ପ୍ରକାଶିତ ଚତୁର୍ଥ ରାଉଣ୍ଡ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଇଣ୍ଡେକ୍ସରେ ଉତ୍ତରପ୍ରଦେଶ ସବୁଠୁ ନିମ୍ନରେ ଥିବାବେଳେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ପରେ ଓଡ଼ିଶା ରହିଛି । ତେବେ କେରଳ ଶୀର୍ଷରେ ଥିବାବେଳେ ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼,ହରିଆଣା, ଆସାମ ଓ ଝାଡ଼ଖଣ୍ଡ କ୍ରମାନ୍ୱୟନରେ ୧ରୁ ୧୩ ପର୍ଯ୍ୟନ୍ତ ସ୍ଥାନରେ ରହିଛନ୍ତି । ଓଡ଼ିଶା ୧୪ତମ ସ୍ଥାନରେ ରହିଛି ।

ନିତି ଆୟୋଗଙ୍କ ଦ୍ୱାରା ରାଜ୍ୟଗୁଡ଼ିକର ପ୍ରଦର୍ଶନକୁ ୩ଭାଗରେ ବିଭକ୍ତ କରାଯାଇଛି । ଫ୍ରଣ୍ଟ ରନର୍ସ ରାଜ୍ୟ ତାଲିକାରେ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଥିବାବେଳେ ଆଚିର୍ଭସ ରାଜ୍ୟ ତାଲିକାରେ ଛତିଶଗଡ଼, ହରିଆଣା, ହିମାଚଳ ପ୍ରଦେଶ,କର୍ଣ୍ଣାଟକ, ଗୁଜୁରାଟ ଓ ପଞ୍ଜାବ ରହିଛି । ତେବେ ଯେଉଁ ରାଜ୍ୟଗୁଡ଼ିକର ପ୍ରଦର୍ଶନରେ କୌଣସି ସୁଧାର ଆସିନି ଓ ସେମାନେ ନିମ୍ନାଭିମୁଖୀ ହୋଇଛନ୍ତି ସେଥିରେ ଓଡ଼ିଶା, ବିହାର, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ,ଆସାମ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story