Advertisment

ଚଳିତବର୍ଷ ବନ୍ଦ ରହିବ ବୋଲବମ୍ ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାର ଆସନ୍ତା ଶ୍ରାବଣ ମାସରେ ପବିତ୍ର ବୋଲବମ୍ ବା କାଉଡ଼ିଆ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତଥା ପରିସ୍ଥିତିକୁ ଆକଳନ କରି ରାଜ୍ୟ ସରକାର ଶ୍ରାବଣ ମାସ(ଜୁଲାଇ/ଅଗଷ୍ଟ)ରେ ଶିବ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ପାଣି ଢ଼ାଳିବା […]

ଅଦ୍ୟତନ ହୋଇଛି
ଚଳିତବର୍ଷ ବନ୍ଦ ରହିବ ବୋଲବମ୍ ଯାତ୍ରା

bol-bom

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାର ଆସନ୍ତା ଶ୍ରାବଣ ମାସରେ ପବିତ୍ର ବୋଲବମ୍ ବା କାଉଡ଼ିଆ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି।

Advertisment

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତଥା ପରିସ୍ଥିତିକୁ ଆକଳନ କରି ରାଜ୍ୟ ସରକାର ଶ୍ରାବଣ ମାସ(ଜୁଲାଇ/ଅଗଷ୍ଟ)ରେ ଶିବ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ପାଣି ଢ଼ାଳିବା ଉପରେ କଟକଣା ଜାରି କରିଛନ୍ତି। ଏହାସହିତ କାଉଡ଼ିଆ ଅବା ବୋଲବମ୍ ଯାତ୍ରୀମାନେ ମଧ୍ୟ ପାଣି ଭାର ନେଇ କୌଣସି ଧାର୍ମିକ ସ୍ଥଳ ବା ଶିବ ମନ୍ଦିରକୁ ଚାଲି ଚାଲି ରାସ୍ତାରେ ଯାଇ ପାରିବେ ନାହିଁ। ଏହି ସମସ୍ତ ଧାର୍ମିକ ଗତିବିଧି ଓ ଏକଜୁଟ ହେବା ଉପରେ କଟକଣା ଜାରି କରାଯାଇଛି।

ସାଧାରଣତଃ ବୋଲବମ୍ ବା କାଉଡ଼ିଆମାନେ ଶନିବାର/ରବିବାର/ସୋମବାର ପାଣି ଭାର ନେଇ ଧାର୍ମିକ ସ୍ଥଳରୁ ଚାଲି ଚାଲି କୌଣସି ଶିବ ମନ୍ଦିରରେ ଥିବା ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି। ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଲୋକମାନେ ଖାଲି ପାଦରେ ମାଇଲ ମାଇଲ୍ ବାଟ ଚାଲି ଚାଲି ଶିବ ମନ୍ଦିରରେ ଏହି ଜଳାଭିଷେକ କରିଥାନ୍ତି। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସରକାର ଏସବୁ ଗତିବିଧି ଉପରେ କଟକଣା ଜାରି କରିଛନ୍ତି। ଏହାସହିତ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ପ୍ରକାରର ସାମାଜିକ, ରାଜନୀତିକ, କ୍ରୀଡ଼ା, ସାଂସ୍କୃତିକ,ଧାର୍ମିକ ଓ ଅନ୍ୟାନ୍ୟ ସମସ୍ତ ପ୍ରକାରର ଲୋକଙ୍କ ଏକଜୁଟ୍ ହେବା ଭଳି କାର୍ଯ୍ୟକ୍ରମ ଉପରେ କଟକଣା ଥିବାବେଳେ ଧାର୍ମିକ ସ୍ଥଳଗୁଡ଼ିକ ବନ୍ଦ ରହିଛି ବୋଲି ଶ୍ରୀ ଜେନା ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

Advertisment

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମଧ୍ୟ କାଉଡ଼ିଆମାନଙ୍କୁ ପାଣିଭାର ନେଇ ଶିବ ମନ୍ଦିରରେ ଜଳାଭିଷେକ କରିବାକୁ ସରକାର ଅନୁମତି ଦେଇନଥିଲେ।ପଜିଟିଭ୍ କେସ୍ ସଂଖ୍ୟା ବଢ଼ିଥିଲା।

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe