Advertisment

ଓଡ଼ିଶାରେ ନାହିଁ ଜଳମାନ ପରୀକ୍ଷା ପାଇଁ ସ୍ୱତନ୍ତ୍ର ସଂସ୍ଥା

ଭାରତୀୟ ନାଗରିକମାନଙ୍କ ଲାଗି ଜଳ ପାଇଁ ଅଧିକାର ସିଧାସଳଖ ଭାବରେ ସମ୍ବିଧାନ କିମ୍ବା କୌଣସି ବ୍ୟବସ୍ଥାପିକାରେ ଆଇନ୍ କରାଯାଇ ନାହିଁ। ତଥାପି ବି ଏହା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଲାଗି ଏକ ମୌଳିକ ଅଧିକାର। ମୌଳିକ ଅଧିକାର ଏଇଥିପାଇଁ ଯେ, ସମ୍ବିଧାନର ଧାରା୨୧ ଅନୁସାରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ଧାରଣର ଅଧିକାର ରହିଛି। ଯେହେତୁ ବିନା ପାଣିରେ ଜୀବନ ସମ୍ଭବ ନୁହେଁ, ସେହି ଅନୁସାରେ ଦେଶରେ ସମସ୍ତଙ୍କ ପାଇଁ ସ୍ୱଚ୍ଛ ପିଇବା ପାଣି ପାଇବାର ଅଧିକାର ରହିଛି। […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ନାହିଁ ଜଳମାନ ପରୀକ୍ଷା ପାଇଁ ସ୍ୱତନ୍ତ୍ର ସଂସ୍ଥା

DRINKING-WATER

Advertisment

ଭାରତୀୟ ନାଗରିକମାନଙ୍କ ଲାଗି ଜଳ ପାଇଁ ଅଧିକାର ସିଧାସଳଖ ଭାବରେ ସମ୍ବିଧାନ କିମ୍ବା କୌଣସି ବ୍ୟବସ୍ଥାପିକାରେ ଆଇନ୍ କରାଯାଇ ନାହିଁ। ତଥାପି ବି ଏହା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଲାଗି ଏକ ମୌଳିକ ଅଧିକାର। ମୌଳିକ ଅଧିକାର ଏଇଥିପାଇଁ ଯେ, ସମ୍ବିଧାନର ଧାରା୨୧ ଅନୁସାରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ଧାରଣର ଅଧିକାର ରହିଛି। ଯେହେତୁ ବିନା ପାଣିରେ ଜୀବନ ସମ୍ଭବ ନୁହେଁ, ସେହି ଅନୁସାରେ ଦେଶରେ ସମସ୍ତଙ୍କ ପାଇଁ ସ୍ୱଚ୍ଛ ପିଇବା ପାଣି ପାଇବାର ଅଧିକାର ରହିଛି। ବିଭିନ୍ନ ସମୟରେ କେତେକ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏନେଇ ଟିପ୍ପଣୀ ରଖିଛନ୍ତି।

Advertisment

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ନାଗରିକଙ୍କୁ ସ୍ୱଚ୍ଛ ପିଇବା ପାଣି ଯୋଗାଇଦେବା ଜନମଙ୍ଗଳକାରୀ ସରକାରଙ୍କ କର୍ତ୍ତବ୍ୟ ବୋଲି କୋର୍ଟ କହିସାରିଛନ୍ତି। ଭାରତରେ ଅର୍ଦ୍ଧ-ସଂଘୀୟ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏଠାରେ କେନ୍ଦ୍ର ଓ ରାଜ୍ୟ ଦୁଇଟି ସରକାର କାର୍ଯ୍ୟ କରନ୍ତି। ଏହି ଉଭୟ ସରକାରଙ୍କ ହାତରେ ଅନେକ ବିଭାଗ ରହିଛି। ରେଳ ଏବଂ ପ୍ରତିରକ୍ଷା ଭଳି କେତେକ ବିଭାଗ କେବଳ କେନ୍ଦ୍ର ବା ୟୁନିଅନ ହାତରେ ରହିଥିବା ବେଳେ କୃଷି ଏବଂ ଗୃହ ଭଳି କେତେକ ଡିପାର୍ଟମେଣ୍ଟ ଉଭୟ ସରକାରଙ୍କ ହାତରେ ରହିଛି। ମାତ୍ର ପାନୀୟଜଳ ଏଭଳି ଏକ ବିଭାଗ ଯାହାକି ସଂପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱରେ ରହିଛି। ସେହି ଅନୁସାରେ ରାଜ୍ୟବାସୀଙ୍କୁ ଶୁଦ୍ଧ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାର ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କ। ମାତ୍ର ଓଡିଶା ଭଳି ରାଜ୍ୟରେ ସରକାର ସେହି ଦାୟିତ୍ୱ ମଧ୍ୟ ଠିକ ଭାବରେ ନିର୍ବାହ କରୁନଥିବା ଅଭିଯୋଗ ହେଉଛି।

ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍" ଜଳ ଅଧିକାର"

ପଞ୍ଚାୟତ ନିର୍ବାଚନ ବେଳେ ଗ୍ରାମାଞ୍ଚଳ ପାଇଁ ଏବଂ ପୌର ନିର୍ବାଚନ ସମଯରେ ସହରାଞ୍ଚଳ ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା ଘୋଷଣା କରୁଛନ୍ତି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏଥିରୁ ବାଦ ପଡୁନାହିଁ। କିନ୍ତୁ ଉପକୂଳଠାରୁ ଉପାନ୍ତ ପର୍ଯ୍ୟନ୍ତ ଜଣେ ଯଦି ବୁଲି ଆସିବେ ତାହେଲେ ଓଡିଶାରେ ପାନୀୟ ଜଳ ଯୋଗାଣର ଏକ ସ୍ପଷ୍ଟ ଟିତ୍ର ପାଇପାରିବେ। ସାଧାରଣତଃ ପାଇପ୍ ଜଳ ଏବଂ ଭୂତଳ ପାଣିକୁ ଲୋକେ ସ୍ୱଚ୍ଛ ଭାବିଥାନ୍ତି। କିନ୍ତୁ ଏଥିରେ ମଧ୍ୟ କେତେବେଳେ କାଦୁଅ ପାଣି ତ ଆଉ କେତେବେଳେ ଗନ୍ଧିଆ ପାଣି ଲୋକମାନଙ୍କୁ ମିଳୁଛି। ପାଣି ସ୍ୱାଦ ବିହୀନ, ରଙ୍ଗ ବିହୀନ ଏବଂ ଗନ୍ଧ ବିହୀନ ହେଲେ ଲୋକେ ଏହାକୁ ସ୍ୱଚ୍ଛ ବୋଲି ମନେକରାଯାଏ। ମାତ୍ର ଏହା ଭିତରେ ଲୁଚିରହିଥିବା ହାନିକାରକ କେମିକାଲ୍ସ ବା ରାସାୟନିକ ତତ୍ତ୍ୱ ବିଷୟରେ କେହି କିଛି କୁହନ୍ତି ନାହିଁ। ଯଦି ସେଭଳି ହୁଅନ୍ତା ତାହେଲେ ରାଜ୍ୟର ଅନେକ ସ୍ଥାନରେ ଫ୍ଲୁରୋସିସ୍ ରୋଗ ବା କିଡନୀ ସମସ୍ୟା ଉପୁଜନ୍ତା ନାହିଁ।

Advertisment

ଚୋରକୁ ଚୋରି କଥା ପଚାରିବା ନ୍ୟାୟରେ ଯେଉଁ ସଂସ୍ଥା ପନୀୟ ଜଳ ଯୋଗାଣ କରୁଛି ସେହି ସଂସ୍ଥା ଜଳର ମାନ ନେଇ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରୁଛି। ଏଥିପାଇଁ ଅନ୍ୟ କୌଣସି ସ୍ୱତନ୍ତ୍ର ବା ସ୍ୱାଧୀନ ସଂସ୍ଥା ଆମ ରାଜ୍ୟରେ କିଛି ନାହିଁ। ଯେତେବେଳେ ରାଜ୍ୟର ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଇପାରୁ ନାହିଁ ସେତେବେଳେ ଜଳର ମାନ ନେଇ କିଏ ବା କାହିଁକି କିଛି କହିବ? ପଇସା ଥିଲେ ଲୋକେ ଆରଓ ବା ଫିଲ୍ଟର ଲଗାଇ ପାଣି ପିଉଛନ୍ତି, ନହେଲେ ଗରୀବଗୁରୁବାଙ୍କ ପାଇଁ ପୋଖରୀ, ନଦୀ କିମ୍ବା ଚୁଆର ପାଣି। କିନ୍ତୁ ସମୟ ଆସିଛି ଲୋକମାନେ ତାଙ୍କ ଅଧିକାର ନେଇ ଦାବି କରିବା କଥା। କେବଳ ପାଣି ନୁହେଁ ବିଶୁଦ୍ଧ ଜଳର ଅଧିକାର ବିଷୟରେ କହିବାର କଥା। ଅବଶ୍ୟ ଅଧିକାର ମିଳିଲେ ଲୋକମାନେ କର୍ତ୍ତବ୍ୟକୁ ଭୁଲିଯିବା ଅନୁଚିତ୍। ନହେଲେ ୱାଟର କ୍ୟାନ୍ ଏବଂ ପାଣି ବୋତଲ ମାଫିଆଙ୍କ ଦୌରାତ୍ମ୍ୟ ଆଗକୁ ସହିବାକୁ ପଡିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe