ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖିପାରିବେନି ଭକ୍ତ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୫ ବର୍ଷ ପରେ ଏବର୍ଷ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ୍‌ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ବେଶ ନୀତି ନିର୍ଘଣ୍ଟ ହୋଇଛି। ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଇଲମ ଆଦି ସରିବା ପରେ ଭୋର […]

puri-1-1

Manoranjan Sial
  • Published: Thursday, 29 October 2020
  • , Updated: 29 October 2020, 08:06 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୫ ବର୍ଷ ପରେ ଏବର୍ଷ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ୍‌ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ବେଶ ନୀତି ନିର୍ଘଣ୍ଟ ହୋଇଛି।

ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଇଲମ ଆଦି ସରିବା ପରେ ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ଏହି ବେଶରେ ଠାକୁରମାନଙ୍କୁ ସଜେଇବାକୁ ପ୍ରାୟ ୩ ଘଣ୍ଟା ଲାଗିବ। ଅର୍ଥାତ ସକାଳ ୭ଟାରେ ବେଶ ଶେଷ ହେବ। ଅପରାହ୍ନ ସାଢ଼େ ଗୋଟାଏରେ ଭୋଗମଣ୍ଡପ ଉଠିବା ପରେ ୨ଟାରେ ନାଗାର୍ଜୁନ ବେଶ ମଇଲମ କରାଯାଇ ଅପରାହ୍ନ ୩ଟାରେ ବେଶ ଶେଷ ହେବ। ତେବେ କୋଭିଡ କଟକଣା ପାଇଁ ଏହି ଦୁର୍ଲଭ ବେଶ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି।

ସେପଟେ କରୋନା ମହାମାରୀ ଭିତରେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ଲଗାଇଛି କଟକଣା। ପୁରୀକୁ ନ ଆସି ଘରେ ରହି କାର୍ତ୍ତିକ ବ୍ରତ କରିବା ଲାଗି ହବିଷ୍ୟାଳୀଙ୍କୁ ଅନୁରୋଧ କରିଛି ପୁରୀ ପ୍ରଶାସନ। କରୋନାକୁ ଦୃଷ୍ଟିରେ ରଖି ଏବର୍ଷ ହବିଷ୍ୟାଳୀ ଶିବିର କରାଯିବ ନାହିଁ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ପ୍ରତିବର୍ଷ କାର୍ତ୍ତିକ ମାସ ସାରା ପୁରୀରେ ହବିଷ୍ୟାଳୀମାନେ ରହି ବ୍ରତ ପାଳନ କରିଥାନ୍ତି। ହେଲେ କରୋନା ମହାମାରୀ ଉପରେ କାବୁ ଆସିନଥିବାରୁ ସଂକ୍ରମଣରୁ ବର୍ତ୍ତିବା ଲଗି ଏଥର ଜିଲ୍ଲା ପ୍ରଶାସନ ସେମାନଙ୍କୁ ପୁରୀ ନଆସିବାକୁ କହିଛି।

Related story