ବିଶ୍ୱବିଦ୍ୟାଳୟରେ ରହିବନି ‘ସିନେଟ୍‌’, କୁଳପତିଙ୍କ ଅବଧି ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଗୋଟିଏ ଆଇନ ଅନୁସାରେ ପରିଚାଳିତ ହେବେ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ଏନେଇ ସଂଶୋଧନ କରାଯିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ ହେବ। ଏହାସହିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ‘ସିନେଟ୍‌’ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଓ କୁଳପତିମାନଙ୍କର ଅବଧି ୩ରୁ ୪ବର୍ଷକୁ ବୃଦ୍ଧି କରାଯାଇଛି। କୁଳପତିମାନେ ସର୍ବାଧିକ ୬୭ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଆଜି ରାଜ୍ୟ କ୍ୟାବିନେଟ ଏନେଇ ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ […]

revance-un-1

Manoranjan Sial
  • Published: Wednesday, 02 September 2020
  • , Updated: 02 September 2020, 07:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଗୋଟିଏ ଆଇନ ଅନୁସାରେ ପରିଚାଳିତ ହେବେ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ଏନେଇ ସଂଶୋଧନ କରାଯିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ ହେବ। ଏହାସହିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ‘ସିନେଟ୍‌’ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଓ କୁଳପତିମାନଙ୍କର ଅବଧି ୩ରୁ ୪ବର୍ଷକୁ ବୃଦ୍ଧି କରାଯାଇଛି। କୁଳପତିମାନେ ସର୍ବାଧିକ ୬୭ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଆଜି ରାଜ୍ୟ କ୍ୟାବିନେଟ ଏନେଇ ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ପରିଚାଳିତ ହେଉଛନ୍ତି। କେବଳ ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ଆଇନ ମାଧ୍ୟମରେ ପରିଚାଳିତ ହେଉଥିଲା। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ କରାଯାଇ ତାକୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ ଅଧୀନକୁ ଅଣାଯାଇଛି।

ଏହାସହିତ କୁଳପତିମାନଙ୍କର ଅବଧିକୁ ୩ରୁ ୪ବର୍ଷକୁ ବୃଦ୍ଧି ଓ ସେମାନଙ୍କର ଅବସର ବୟସସୀମା ୬୭ବର୍ଷକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା କୁଳପତିମାନେ ବିଶ୍ୱବିଦ୍ୟାଳୟରେ ଦୀର୍ଘମିଆଦି ପରିବର୍ତ୍ତନ ଓ ଉନ୍ନତି ଆଣିପାରିବେ। ସେହିପରି କୁଳପତି ଚୟନ କମିଟିର ପୁନର୍ଗଠନ କରିବା ପାଇଁ ସିଣ୍ଡିକେଟର ଏକ ଚୟନ ସଭଁ ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି( ଶିକ୍ଷାବିତ)ଙ୍କୁ ସାମିଲ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ଏଣିକି ବିଶ୍ୱବିଦ୍ୟାଳଗୁଡ଼ିକରେ କୁଳପତି ଚୟନ ପ୍ରକ୍ରିୟାରେ ଅଂଶୀଦାର ହୋଇପାରିବେ। ସେହିପରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଞ୍ଜିକୃତ ଶିକ୍ଷକ ଓ ପଞ୍ଜିକୃତ ସ୍ନାତକ ବ୍ୟବସ୍ଥା ପ୍ରାସଙ୍ଗିକତା ହରାଇଥିବାରୁ ତା’କୁ ବନ୍ଦ କରିବାକୁ ସ୍ଥିର ହୋଇଛି। ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତି ଯଥାକ୍ରମେ ଓଡ଼ିଶା ଲୋକସେବା ଆୟୋଗ ଓ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ ମାଧ୍ୟମରେ କରାଯିବ।

ବିଶ୍ୱବିଦ୍ୟାଳୟର ସିନେଟ୍ ଏବେ ଏକପ୍ରକାର ଆଳଙ୍କାରିକ କର୍ତ୍ତୃପକ୍ଷ ଭାବେ କାର୍ଯ୍ୟ କରୁଥିବାବେଳେ ପ୍ରକୃତ ବୈଧାନିକ କ୍ଷମତା ସିଣ୍ଡିକେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରୟୋଗ କରାଯାଉଛି। ତେଣୁ ସିନେଟକୁ ବନ୍ଦ କରାଯାଇ ସିଣ୍ଡିକେଟକୁ ପୁର୍ନଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏସବୁ ବ୍ୟତୀତ ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି ପାଉଥିବାରୁ ଏସବୁର ବାର୍ଷିକ ସମୀକ୍ଷା ରିପୋର୍ଟ ଏଣିକି ସେମାନଙ୍କର ୱେବସାଇଟ୍ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ୩ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ କରାଇବେ। ଆଉ ରାଜ୍ୟ ବିଧାନସଭାରେ ଏସବୁ ରିପୋର୍ଟ ଉପସ୍ଥାପନ ହେବ ନାହିଁ।

ସେହିପରି ଆଇନ ବିଭାଗ ଦ୍ୱାରା ଆଗତ ଅଧ୍ୟାଦେଶକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭କୁ ଏକ ଅଧ୍ୟାଦେଶ ମାଧ୍ୟମରେ ସଂଶୋଧନ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଫଳରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଆଦି ପରିସ୍ଥିତିରେ ଆଇନ ବ୍ୟବସାୟ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଅଭାବୀ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

Related story