Advertisment

ଆହୁରି ପାଖକୁ ଆସିଲା ବାତ୍ୟା, ପାରାଦୀପ ଠାରୁ ଆଉ ୧୨୦ କିମି ଦୂରରେ ‘ୟାସ’

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାର ରୂପ ଧରି ୟାସ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଏବେ ଏହା ପାରଦୀପ ଠାରୁ ୧୨୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ପାରଦୀପ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି। ପବନର ବେଗ ଧୀରେଧୀରେ ବୃଦ୍ଧି ପାଇବ। ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ଖୋଦ୍‌ ଏସ୍‌ଆରସି ପ୍ରଦୀପ ଜେନା ଟ୍ୱିଟ କରି ସୂଚନା ଦେଇଛନ୍ତି। ବାତ୍ସେୟା ପାଖେଇ […]

ଅଦ୍ୟତନ ହୋଇଛି
ଆହୁରି ପାଖକୁ ଆସିଲା ବାତ୍ୟା, ପାରାଦୀପ ଠାରୁ ଆଉ ୧୨୦ କିମି ଦୂରରେ ‘ୟାସ’

IMD1

Advertisment

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାର ରୂପ ଧରି ୟାସ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଏବେ ଏହା ପାରଦୀପ ଠାରୁ ୧୨୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ପାରଦୀପ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି। ପବନର ବେଗ ଧୀରେଧୀରେ ବୃଦ୍ଧି ପାଇବ। ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ଖୋଦ୍‌ ଏସ୍‌ଆରସି ପ୍ରଦୀପ ଜେନା ଟ୍ୱିଟ କରି ସୂଚନା ଦେଇଛନ୍ତି। ବାତ୍ସେୟା ପାଖେଇ ଆସୁଥିବାରୁ ସେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।

Advertisment

ତାଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ଏହା ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବର ବେଗ ସର୍ବାଧିକ ୧୮୫ କିମି ରହିବ। ସେହିପରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଥିବା ଅତି ଭୀଷଣ ବାତ୍ୟା ୟାସ ପ୍ରଭାବରେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିମି ବେଗରେ ପବନ ବହୁଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଭୋର ୫ଟା ବେଳକୁ ଧାମରା ଠାରୁ ୩୦ କିମି ଦୂରରେ ରହିବ। ଏହାପରେ ମଧ୍ୟାହ୍ନ ବେଳକୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Advertisment


ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପୂର୍ବ ଦିଗରୁ ପବନ ବହିବ। ଏହି ସମୟରେ ଗଛ ଉପୁଡ଼ିବା ସହ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି। ବାତ୍ୟାର ଆଖି ଅତିକ୍ରମ କରୁଥିବା ବେଳେ ପବନ ଓ ବର୍ଷାର ବେଗ କମିଯିବ। ଏପରି କି ଖରା ମଧ୍ୟ ପଡ଼ିବ। କିନ୍ତୁ କିଛି ସମୟ ପରେ ହଠାତ୍‌ ବାତ୍ୟାର ପଛ ଭାଗ ଅର୍ଥାତ ପଶ୍ଚିମରୁ ଝଟକା ପବନ ବହିବ। ପୂର୍ବଭଳି ଏହା ମଧ୍ୟ ଶକ୍ତିଶଳୀ ରହିବ। କାଲି ସକାଳୁ ପବନ ବେଗ ବଢ଼ି ୧୫୫ରୁ ୧୬୫ ଯାଏ ରହିବ। ପବନ ଏହି ବେଗରେ ଦ୍ୱିପ୍ରହର ଯାଏ ଅନୁଭୂତ ହେବ।

୨୬ ତାରିଖ ଦିନ ତମାମ ପ୍ରବଳ ବର୍ଷା ଲାଗି ରହିବ। ଦ୍ୱିପ୍ରହର ବେଳେ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ଯାଏ ଜୁଆର ଉଠିବାର ଆଶଙ୍କା ରହିଛି। ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨ରୁ ୩ ମିଟର ଜୁଆର ଉଠିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କାଲି ଦିନ ୧୨ଟା ଯାଏ ପ୍ରଭାବ ରହିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପୂର୍ବାହ୍ନରେ ବେଶୀ ପ୍ରଭାବ ରହିବ।

ଭଦ୍ରକରେ ଅପରାହ୍ନ ଓ ବାଲେଶ୍ୱରରେ ସଂଧ୍ୟା ଯାଏ ବାତ୍ୟା ୟାସର ତାଣ୍ଡବ ଦେଖିବାକୁ ମିଳିବ। କାଲି ସଂଧ୍ୟା ଯାଏ ଉପକୂଳବର୍ତ୍ତୀ ଜିଲ୍ଲାପାଇଁ ବିପଦ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe