ନୂଆପଡ଼ା: ନୂତନ ସ୍କୁଲ ଗୃହ ନିର୍ମାଣ ହୋଇପାରୁନି, ଗଛ ତଳେ ଚାଲିଛି ପାଠପଢ଼ା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକ‌ ଅନ୍ତର୍ଗତ ଗୁମାବାହାଲ ଗାଁରେ ନୂଆ ସ୍କୁଲ ଗୃହ ନିର୍ମାଣ କରାଯିବା ପାଇଁ ୫ ମାସ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିନାହିଁ। ତେଣୁ ଗାଁର ପିଲାଏ ବାଧ୍ୟ ହୋଇ ଗଛମୂଳେ ପାଠ ପଢୁଛନ୍ତି। ଅନ୍ୟପକ୍ଷରେ ବିଭାଗୀୟ  କର୍ତ୍ତୃପକ୍ଷ କହୁଛନ୍ତି ଖୁବଶୀଘ୍ର ସ୍କୁଲ ଘର ନିର୍ମାଣ ଆରମ୍ଭ ହେବ। ବୋଡେନ‌ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତର ଗୁମାବାହାଳ ଗାଁରେ ପୂର୍ବରୁ ଏକ ସ୍କୁଲ‌ ଥିଲା। ଏଠାରେ ପ୍ରଥମରୁ […]

school

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 09:02 AM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକ‌ ଅନ୍ତର୍ଗତ ଗୁମାବାହାଲ ଗାଁରେ ନୂଆ ସ୍କୁଲ ଗୃହ ନିର୍ମାଣ କରାଯିବା ପାଇଁ ୫ ମାସ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିନାହିଁ। ତେଣୁ ଗାଁର ପିଲାଏ ବାଧ୍ୟ ହୋଇ ଗଛମୂଳେ ପାଠ ପଢୁଛନ୍ତି। ଅନ୍ୟପକ୍ଷରେ ବିଭାଗୀୟ  କର୍ତ୍ତୃପକ୍ଷ କହୁଛନ୍ତି ଖୁବଶୀଘ୍ର ସ୍କୁଲ ଘର ନିର୍ମାଣ ଆରମ୍ଭ ହେବ।

ବୋଡେନ‌ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତର ଗୁମାବାହାଳ ଗାଁରେ ପୂର୍ବରୁ ଏକ ସ୍କୁଲ‌ ଥିଲା। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯାଉଥିଲା। କିନ୍ତୁ ସ୍କୁଲଟି ବିପଦ ସଂକୁଳ ଅବସ୍ଥାରେ ଥିଲା। ତେଣୁ ସ୍କୁଲଟିକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିର ୫ ମାସ ବିତି ଯାଇଥିଲେ ବି ନୂତନ ସ୍କୁଲ‌ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇପାରିନି। ଏବେ ସ୍କୁଲରେ ଅଛନ୍ତି ୫୪ ଜଣ ଛାତ୍ରଛାତ୍ରୀ। ଏପ୍ରିଲ ମାସରେ ପିଲାଏ କେବେ ଧାନଖଳା ତ କେବେ ଗଛ ତଳେ ପାଠପଢ଼ି କାମ ଚଳାଇ ଦେଇଥିଲେ। କିନ୍ତୁ ବର୍ଷା ଦିନ ଆସି ଯାଇଥିବା ଯୋଗୁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଭାରି ହଇରାଣ ହେଉଛନ୍ତି ବୋଲି କହିଛନ୍ତି ଗାଁର ଭରତ ଚଣ୍ଡିଆ ଓ ଚନ୍ଦ୍ର ପୁଞ୍ଜି। ଏମାନେ କହିଛନ୍ତି ଯେ ବର୍ଷା ହେଲେ ଗାଁର ଏକ ଘରେ ସ୍କୁଲ‌ ଚାଲେ। ନହେଲେ ଗାଁ ରାସ୍ତା ଉପରେ ଗଛ ତଳେ ପାଠ ପଢା ହୁଏ। ସେଇ ଗଛ ତଳେ ମଧ୍ୟାହ୍ନ ଭୋଜନ ବି ଦିଆଯାଏ।

ଏ ସଂପର୍କରେ ପଚରା ଯିବାରେ ବୋଡେନ‌ ବ୍ଲକ‌ ଶିକ୍ଷା ଅଧିକାରୀ ଗଣେଶ କିଷାନ କହିଛନ୍ତି ଯେ ଗୁମାବାହାଳ ଗାଁରେ ନୂତନ ସ୍କୁଲ ଗୃହ ନିର୍ମାଣ କରିବା ପାଇଁ ଅର୍ଥ ଆସି ସାରିଛି। ଖୁବଶୀଘ୍ର କାମ ଆରମ୍ଭ ହେବ।

Related story