ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସର୍‌ ଭଳି ଏକ ଭୟଙ୍କର ବ୍ୟାଧି ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି। ଗତ ଦୁଇ ବର୍ଷରେ ଏହି ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ରାଜ୍ୟରେ କେତେ ଜଣ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଛନ୍ତି ଏ ସମ୍ପର୍କରେ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଚାହିଁଥିଲେ। ଏହା ପରେ […]

can

Manoranjan Sial
  • Published: Thursday, 07 March 2019
  • , Updated: 07 March 2019, 05:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସର୍‌ ଭଳି ଏକ ଭୟଙ୍କର ବ୍ୟାଧି ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି। ଗତ ଦୁଇ ବର୍ଷରେ ଏହି ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ରାଜ୍ୟରେ କେତେ ଜଣ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଛନ୍ତି ଏ ସମ୍ପର୍କରେ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଚାହିଁଥିଲେ। ଏହା ପରେ ଯେଉଁ ତଥ୍ୟ ଆସିଲା, ତା'କୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଦେଇଥିବା ତଥ୍ୟ ଅନୁସାରେ ୨୦୧୩-୧୪ ବର୍ଷରେ ୨୯୭୪୦ ଜଣ, ୧୪-୧୫ ବର୍ଷରେ ୨୩୮୬୬, ୧୫-୧୬ ବର୍ଷରେ ୩୬୪୬୧, ୧୬-୧୭ ବର୍ଷରେ ୫୬୧୨୮ ଓ ୧୭-୧୮ ବର୍ଷରେ ୭୧୯୨୫ ଜଣ ରୋଗୀ ଉକ୍ତ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ତେବେ ଗତ ଦୁଇ ବର୍ଷରେ ଏଠାରେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ସଂଖ୍ୟା ଦ୍ୱି’ଗୁଣିତ ହୋଇଛି। ଏହି ତଥ୍ୟରୁ କର୍କଟ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବହୁତ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବା ଜଣାଯାଇଛି।

ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ ଦେଇଥିବା ତଥ୍ୟ ଅନୁସାରେ ୫ ବର୍ଷରେ ଏଠାରେ ଦେଶର ଓ ଦେଶ ବାହାରୁ ମୋଟ୍‌ ୧,୯୪,୩୯୦ ଜଣ କର୍କଟ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେଥିମଧ୍ୟରେ ଓଡ଼ିଶାରୁ ଅଛନ୍ତି ୫୭୧୪ ଜଣ କର୍କଟ ରୋଗୀ।

୨୦୧୩ ମସିହାରେ ଟାଟା ମେମୋରିଆଲ ହସ୍ପିଟାଲ୍‌ରେ ସମଗ୍ର ଦେଶରେ ୩୫୦୨୪ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ୨୦୧୭ ମସିହାରେ ଏହା ୪୩୪୫୩କୁ ବୃଦ୍ଧି ପାଇଛି। ଏହି ପରିସଂଖ୍ୟାନକୁ ଦେଖିଲେ ୧୭-୧୮ ମସିହାରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀ ସଂଖ୍ୟା ବହୁତ ଅଧିକ ବୃଦ୍ଧି ପାଇଛି।

ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ରେ ୨୦୧୭ ମସିହାରେ ସମଗ୍ର ଦେଶର ମୋଟ୍‌ ୪୩୪୫୩ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୭୧୯୨୫ ଜଣ ଚିକିତ୍ସିତ ହୋଇଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ଏକ ଉଦ୍‌ବେଗଜନକ ବିଷୟ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି।

ଏହି ରୋଗୀ ସଂଖ୍ୟାକୁ ଦେଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ଓ କେବିକେ ଅଞ୍ଚଳରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଭଳି କେନ୍ଦ୍ର ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ପଣ୍ଡା କହିଛନ୍ତି। ରାଜ୍ୟ ସରକାର କେବଳ ପ୍ରଚାର ସର୍ବସ୍ୱ ହୋଇ ଘରୋଇ କର୍କଟ ହସ୍ପିଟାଲ କିମ୍ୱା ବ୍ୟୟ ବହୁଳ କର୍କଟ ହସ୍ପିଟାଲ୍‌ ଖୋଲିବା ପାଇଁ ତତ୍ପରତା ପ୍ରକାଶ ନକରି ଆଚାର୍ଯ୍ୟ ହରିହର କେନ୍ଦ୍ର ଭଳି ହସ୍ପିଟାଲ ସ୍ଥାପନ କଲେ ରାଜ୍ୟର ଜନସାଧାରଣ ଉପକୃତ ହୋଇପାରନ୍ତେ ବୋଲି ପଣ୍ଡା କହିଛନ୍ତି।

Related story