Advertisment

ହେ ଭଗବାନ କିଛି କରି ଡିଭୋର୍ସ କରେଇ ଦିଅ... ପୁରୀ ମନ୍ଦିରରେ ଦାସୀ ହୋଇ ରହିବି...

ପାରଳାଖେମୁଣ୍ଡି(ଆଦର୍ଶ ଦାସ): “ଭଗବାନ ମୋ ଦୁଷ୍ମନକୁ ଏମିତି ଲୋକ ଗୋଟେ ନ ଦିଅନ୍ତୁ। ହେ ଭଗବାନ କିଛି ବି କରିକି ଡିଭୋର୍ସ କରେଇ ଦିଅ। ଜୀବନସାରା ତୁମ ପାଖରେ ଋଣୀ ହୋଇ ରହିବି। ପୁରୀ ମନ୍ଦିରରେ ଦାସୀ ହୋଇକି ସେବା କରିବି ସାରା ଜୀବନ। ପ୍ଳିଜ୍‌ କିଛି ବି କରିକିି ଡିଭୋର୍ସ କରେଇ ଦିଅ..। କୁହାଯାଉଛି ଏହି ହାତ ଲେଖା ବିଦ୍ୟାଭାରତୀଙ୍କର। ଗତକାଲି ମଧ୍ୟ ଏଭଳି ଏକ ହାତଲେଖା ସାମ୍ନାକୁ ଆସିଥିଲା।” ଯାହାକୁ ସେ ନିଜେ ଲେଖିଥିବା […]

ଅଦ୍ୟତନ ହୋଇଛି
ଆଉ କଲେଜ ଆସିବିନି ...

Souma and Bidya

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): “ଭଗବାନ ମୋ ଦୁଷ୍ମନକୁ ଏମିତି ଲୋକ ଗୋଟେ ନ ଦିଅନ୍ତୁ। ହେ ଭଗବାନ କିଛି ବି କରିକି ଡିଭୋର୍ସ କରେଇ ଦିଅ। ଜୀବନସାରା ତୁମ ପାଖରେ ଋଣୀ ହୋଇ ରହିବି। ପୁରୀ ମନ୍ଦିରରେ ଦାସୀ ହୋଇକି ସେବା କରିବି ସାରା ଜୀବନ। ପ୍ଳିଜ୍‌ କିଛି ବି କରିକିି ଡିଭୋର୍ସ କରେଇ ଦିଅ..। କୁହାଯାଉଛି ଏହି ହାତ ଲେଖା ବିଦ୍ୟାଭାରତୀଙ୍କର। ଗତକାଲି ମଧ୍ୟ ଏଭଳି ଏକ ହାତଲେଖା ସାମ୍ନାକୁ ଆସିଥିଲା।” ଯାହାକୁ ସେ ନିଜେ ଲେଖିଥିବା ପରୋକ୍ଷରେ ସ୍ୱୀକାର କରିଥିଲେ ବିଦ୍ୟାଭାରତୀ ପଣ୍ଡା। କହିଥିଲେ, ମନ ଖରାପ ଥିଲେ ଏଭଳି ଲେଖେ।

Advertisment

ହାତ ଲେଖା ସାମ୍ନାକୁ ଆସିବା ପରେ ସତରେ କଣ ଭାବୁଛନ୍ତି ଉଭୟଙ୍କ ଭିତରେ ସବୁ କିଛି ଠିକ୍‌ଠାକ୍‌ ଅଛି? ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ସ୍ୱାମୀ ରୂପେ ପାଇ ଖୁସି ଥିଲେ ତ ବିଦ୍ୟାଭାରତୀ? ନା ସେମାନଙ୍କ ଦାମ୍ପତ୍ୟ ଜୀବନରେ ଭରି ରହିଥିଲା ଅଶାନ୍ତି? ସୌମ୍ୟଙ୍କ ବାସଭବନରୁ ମିିଳିଥିବା ଡାଏରୀର ଏହି ଲେଖା ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ଉପରେ ଠିଆ କରିଛି ମାଳ ମାଳ ପ୍ରଶ୍ନ। ମନର କଥାକୁ ଶବ୍ଦର ରୂପ ଦିଆଯାଇଥିବା ହାତ ଲେଖାରେ ରହିଛି ଘୃଣା।

ସେପଟେ ସାମ୍ନାକୁ ଆସିଛି ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ। ୨୦୧୯ ଅକ୍ଟୋବର ୧୬ ତାରିଖରେ ବିଦ୍ୟାଭାରତୀ ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ ତାଲିମ୍‌ କେନ୍ଦ୍ରରେ ଆଡମିଶନ୍‌ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍‌ ହଷ୍ଟେଲର ରୁମ୍‌ ନମ୍ବର ୧ରେ ରହୁଥିଲେ। ମହାମାରୀ କରୋନା ପାଇଁ ସେ ୨୦୨୦ ମାର୍ଚ୍ଚ ୧୮ ତାରିଖରେ ହଷ୍ଟେଲ ଛାଡ଼ିଥିଲେ। ପରେ ୨୦୨୦ ଡିସେମ୍ବର ୧ ତାରିଖରେ ସେ ସୌମ୍ୟରଞ୍ଜନଙ୍କୁ ବିବାହ ହୋଇଥିଲେ। ବାହାଘର ପରେ ଚଳିତବର୍ଷ ଏପ୍ରିଲ ୩ ତାରିଖରେ ବିଦ୍ୟାଭାରତୀ ପରୀକ୍ଷା ଦେବା ପାଇଁ ବଲାଙ୍ଗିର ଯାଇଥିଲେ। ଏପ୍ରିଲ୍ ୧୩ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ରହିଥିଲେ। ଏହା ପୂର୍ବରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କ ଅନୁମତି ନେଇ ସେ ଏକ ଭୋଜି ଆୟୋଜନ କରିଥିଲେ। ଭୋଜିରେ ଚିକେନ୍‌ ଓ ମଟନ ହୋଇଥିଲା।

Advertisment

ଘଟଣା ଘଟିବାର ପ୍ରାୟ ୧୦ ଦିନ ପରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ କ୍ରାଇମବ୍ରାଞ୍ଚ ଆଜି ସୌମ୍ୟଙ୍କ ସରକାରୀ ଆବସ ଯାଞ୍ଚ କରିଥିଲେ। ୮ଫୁଟ୍‌ରୁ ୧୦ଫୁଟ୍‌ର ଏହି ରୁମ୍‌ରେ ହିଁ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଯାଞ୍ଚ ବେଳେ ଆଜି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ସ୍ପଷ୍ଟ କରିଛନ୍ତି, ଘର କବାଟରେ ପୋଡ଼ା ଚିହ୍ନ ରହିଛି। ମଶା ନେଟରେ ନିଆଁ ଲାଗିଛି ବୋଲି  କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି କହିଛନ୍ତି।

ସୌମ୍ୟରଞ୍ଜନଙ୍କ ଘରେ ପତ୍ନୀ ବିଦ୍ୟାଭାରତୀ ଥିଲେ। ରୋଷେୟା ବି ଥିଲେ। ତେଣୁ ଏଭଳି ସ୍ଥିତିରେ ଜଣେ ସୁସ୍ଥ, ଚେତନାଯୁକ୍ତ ବ୍ୟକ୍ତି ୮୦ ପ୍ରତିଶତ ଯାଏଁ ପୋଡ଼ିଯିବା କିଭଳି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ଓକିଲ। ଯଦି ଏଇଠି ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଛି, ତାହେଲେ ନିଆଁ ଲାଗିବା ସମୟରେ ସୌମ୍ୟରଞ୍ଜନଙ୍କ ଶରୀରରେ ଚେତା ଥିଲା ତ? ନିଆଁ ଲାଗିବା ପୂର୍ବରୁ ସେ ଚେତାଶୂନ୍ୟ ନଥିଲେ ତ? ଏଦିଗକୁ ନେଇ ମଧ୍ୟ ତଦନ୍ତ ହେବା ଜରୁରୀ ବୋଲି ମତପ୍ରକାଶ ପାଇଛି।

ବାହାଘରର ମାସକ ପରେ ସୌମ୍ୟ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ଚାଲି ଯାଇଥିଲେ କର୍ମକ୍ଷେତ୍ରକୁ। ପାରଳାଖେମୁଣ୍ଡିରେ ସରକାରୀ କ୍ୱାର୍ଟର୍ସରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ୧୨ ତାରିଖ ରାତି ପ୍ରାୟ ୯ଟା ହେବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଗଲା। ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ତାଙ୍କୁ କଟକରେ ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe