୨୭ରେ ଭାରତ ବନ୍ଦ: ଓଏଏସ୍ ପରୀକ୍ଷା ଘୁଂଚିଲା, ସରକାରୀ କର୍ମଚାରୀଙ୍କ ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୭ତାରିଖରେ କୃଷକ ସଂଗଠନ ଦ୍ୱାରା ‘ଭାରତ ବନ୍ଦ’ ଡାକରାକୁ କଂଗ୍ରେସ ସମେତ ୭ଟି ରାଜନୀତିକ ଦଳର ସମର୍ଥନକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ସରକାରୀ କର୍ମଚାରୀଙ୍କ ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହିତ ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ର ପର୍ସନାଲିଟି ଟେଷ୍ଟକୁ ଆସନ୍ତା ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଗୃହ ବିଭାଗର ସ୍ୱତନ୍ତ୍ର […]

OAS

Ordigital Desk
  • Published: Friday, 24 September 2021
  • , Updated: 24 September 2021, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୭ତାରିଖରେ କୃଷକ ସଂଗଠନ ଦ୍ୱାରା ‘ଭାରତ ବନ୍ଦ’ ଡାକରାକୁ କଂଗ୍ରେସ ସମେତ ୭ଟି ରାଜନୀତିକ ଦଳର ସମର୍ଥନକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ସରକାରୀ କର୍ମଚାରୀଙ୍କ ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହିତ ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ର ପର୍ସନାଲିଟି ଟେଷ୍ଟକୁ ଆସନ୍ତା ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆସନ୍ତା ସୋମବାର ୨୭ରେ ଭାରତ ବନ୍ଦ ପାଇଁ ସର୍ତକର୍ତାମୂଳକ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରରେ ଥିବା ବିଭିନ୍ନ ବିଭାଗୀୟ ମୁଖ୍ୟ ଦପ୍ତର, ଖାରବେଳ ଭବନ, ଲୋକସେବା ଭବନ, ରାଜୀବ ଭବନ ଆଦିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ୨୭ତାରିଖ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ ଆସିବେ। ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ମିନିଟରେ ବନ୍ଦ କରାଯିବ। ପଛଗେଟ୍ ବାଟ ଦେଇ ଯାତାୟତ ନିମନ୍ତେ ଅନମୁତି ମିଳିବ। ସୋମବାର ଦିନ ଲୋକସେବା ଭବନ ଓ ଖାରବେଳ ଭବନ ଆଦି ଭିତରକୁ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଭାରତ ବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅଫିସ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ବନ୍ଦ ହେବାର ଆଶଙ୍କା ରହିଛି ବୋଲି ଶ୍ରୀମତୀ ବାଲା ତାଙ୍କ ଚିଠିରେ ସମସ୍ତ ବିଭାଗର ସଚିବଙ୍କୁ ଅବଗତ କରାଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଚାଷୀ ସଂଗଠନ ପକ୍ଷରୁ ଆସନ୍ତା ୨୭ତାରିଖରେ ଭାରତ ବନ୍ଦ ପାଳନ ହେଉଥିବାରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ର ପର୍ସନାଲିଟି ଟେଷ୍ଟ ଓ ଡକ୍ୟୁମେଣ୍ଟ ଯାଂଚ କାର୍ଯ୍ୟକ୍ରମ ଅକ୍ଟୋବର ୫ତାରିଖକୁ ଘୁଂଚାଇ ଦିଆଯାଇଛି । ଉକ୍ତ ଦିନ ୨ଟି ସେସନରେ ଏହା ସମ୍ପାଦିତ ହେବ ବୋଲି ଲୋକସେବା ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Related story