ଓଏଏସସ୍ତରରେ ବଦଳି, ସତ୍ୟରଞ୍ଜନ ସାହୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓସଡ଼ମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ସତ୍ୟରଞ୍ଜନ ସାହୁ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି। ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳସ୍ତରରେ ମଧ୍ୟ ବଦଳି ହୋଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ସୁକାନ୍ତ ତ୍ରିପାଠୀଙ୍କୁ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ […]

sachivalaya

sachivalaya

Ordigital Desk
  • Published: Tuesday, 26 October 2021
  • Updated: 26 October 2021, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓସଡ଼ମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ସତ୍ୟରଞ୍ଜନ ସାହୁ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି। ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳସ୍ତରରେ ମଧ୍ୟ ବଦଳି ହୋଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ସୁକାନ୍ତ ତ୍ରିପାଠୀଙ୍କୁ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଓଏଏସ୍ ଦିଲ୍ଲୀପ କୁମାର ବଳଙ୍କୁ ସମ୍ବଲପୁର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର , ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାୟକଙ୍କୁ ରାଜ୍ୟ ଗେଷ୍ଟ ହାଉସ ମ୍ୟାନେଜର ଭାବେ ବଦଳି କରାଯାଇଛି। ସେହିପରି ରାୟଗଡ଼ା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ବବିତାରାଣୀ ଦଳବେହେରାଙ୍କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବୌଦ୍ଧ ଉପଜିଳ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କୁ ବୌଦ୍ଧ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କୁ ଛତ୍ରପୁର ତହସିଲଦାର,ଓଏଏସ୍ ସଞ୍ଜୟ ସାମନ୍ତରାଙ୍କୁ ଆସିକା ତହସିଲଦାର, ମୋନାଲିସା ଆଚାର୍ଯୀଙ୍କୁ କବିସୂର୍ଯ୍ୟନଗର ତହସିଲଦାର, ପ୍ରଜ୍ଞା ପ୍ରିୟଦର୍ଶିନୀ ବେଗୁନିଆପଡ଼ା ବିଡିଓ, ମହେନ୍ଦ୍ର କୁମାର ବଢ଼ାଇଙ୍କୁ ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ ଓ ନିବେଦିତା ପରିଡ଼ାଙ୍କୁ ଡେଲାଙ୍ଗ ତହସିଲଦାର ଭାବେ ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos