ଦଶହରାରେ ମତୁଆଲା କରିବାକୁ ପରଦାକୁ ଆସୁଛି ହିରୋ ନମ୍ବର ଓ୍ୱାନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶରା ବଜାରକୁ ମତୁଆଲା କରିବାକୁ ଆସନ୍ତାକାଲି ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ହିରୋ ନମ୍ବର ଓ୍ୱାନ୍। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକ ବାବୁସାଙ୍କୁ ଜଣେ ଓକିଲ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ଚୁଲ୍‌ବୁଲି ଭୂମିକାଙ୍କୁ ଜଣେ ରିପୋର୍ଟର ଭାବେ ଅଭିନୟ କରୁଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହା ହେଉଛି ନବମ ଅବଦାନ। ଏହି ଫିଲ୍ମରେ ଅନ୍ୟତମ ଆକର୍ଷଣ ହେଉଛି ମ୍ୟୁଜିକ। ଗୀତ ଗୁଡ଼ିକ ସ୍ମୃତିମଧୁର କରିଛନ୍ତି ଅଭିଜିତ ମଜୁମ୍‌ଦାର। […]

hero-1 film

hero-1 film

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 07:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶରା ବଜାରକୁ ମତୁଆଲା କରିବାକୁ ଆସନ୍ତାକାଲି ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ହିରୋ ନମ୍ବର ଓ୍ୱାନ୍। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକ ବାବୁସାଙ୍କୁ ଜଣେ ଓକିଲ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ଚୁଲ୍‌ବୁଲି ଭୂମିକାଙ୍କୁ ଜଣେ ରିପୋର୍ଟର ଭାବେ ଅଭିନୟ କରୁଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହା ହେଉଛି ନବମ ଅବଦାନ। ଏହି ଫିଲ୍ମରେ ଅନ୍ୟତମ ଆକର୍ଷଣ ହେଉଛି ମ୍ୟୁଜିକ। ଗୀତ ଗୁଡ଼ିକ ସ୍ମୃତିମଧୁର କରିଛନ୍ତି ଅଭିଜିତ ମଜୁମ୍‌ଦାର।

ଫିଲ୍ମରେ ମିହିର ଦାସଙ୍କ ପୁଅ ଭୂମିକାରେ ଆସୁଛନ୍ତି ବାବୁସାନ୍। ବାପାଙ୍କ ଇଚ୍ଛା ପୁଅ ହେଉ ତାଙ୍କ ଭଳି ଓକିଲ। ହେଲେ ପୁଅ କିନ୍ତୁ ଚାହୁଁଛି ଫିଲ୍ମରେ ହିରୋ ହେବ। ଏସବୁ ଭିତରେ ବାବୁସାନ୍ କେମିତି ବନୁଛନ୍ତି ରିଅଲ୍ ଲାଇଫ୍‌ର ହିରୋ ନମ୍ବର ଓ୍ୱାନ୍, ତାହା ହିଁ ଫିଲ୍ମର କାହାଣୀ। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା ଓ ପିଣ୍ଟୁ ନନ୍ଦ। ସଂଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos