Advertisment

ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ। ସେ ଆତ୍ମହତ୍ୟା କରିଥିବା ନେଇ ରିପୋର୍ଟରେ ସୁରାକ ମିଳିଛି। ମୃତ୍ୟୁ ସୁଇସାଇଡାଲ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ରଶ୍ମୀରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବେ ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ

Rasmirekha-Ojha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ। ସେ ଆତ୍ମହତ୍ୟା କରିଥିବା ନେଇ ରିପୋର୍ଟରେ ସୁରାକ ମିଳିଛି। ମୃତ୍ୟୁ ସୁଇସାଇଡାଲ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ରଶ୍ମୀରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବେ ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Advertisment

ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଓଝା। ଟେଲିଭିନ୍‌ ସିରିଏଲରେ ଅଭିନୟ କରୁଥିଲେ। ନିଜର ଅଭିନୟକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ପ୍ରେମିକ ସନ୍ତୋଷ ପାତ୍ରଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ଉକ୍ତ ଘରକୁ ପ୍ରଥମେ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମୀରେଖା ସେଠାରେ ପହଞ୍ଚି ଥିଲେ। ଉଭୟ ପତିପତ୍ନୀ ବୋଲି ଘର ମାଲିକଙ୍କୁ ପରିଚୟ ଦେଇଥିଲେ। ରଶ୍ମୀରେଖା ସାବିତ୍ରୀ ବ୍ରତ ମଧ୍ୟ କରିଥିଲେ।

ଲଭ୍ ବାର୍ଡଙ୍କ ପ୍ରେମରେ ଏଣ୍ଟ୍ରି ମାରନ୍ତି ରାଜା। ରାଜା ହେଉଛନ୍ତି ରଶ୍ମୀରେଖାଙ୍କ ପ୍ରଥମ ପ୍ରେମିକ। ଏହାକୁ ବରଦାସ୍ତ କରିପାରନ୍ତି ନାହିଁ ସନ୍ତୋଷ। ଏହାକୁ ନେଇ ଉଭୟଙ୍କ ମଧ୍ୟ କଥା କଟାକଟି ହୋଇଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ରଶ୍ମୀରେଖାଙ୍କ ପାଖକୁ ୩ରୁ ୪ ଦିନ ଧରି ଆସୁନଥିଲେ ସନ୍ତୋଷ। ଏହା ପରେ ରଶ୍ମୀରେଖା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

Advertisment

ଅନ୍ୟପକ୍ଷରେ ଝିଅର ବାହାଘର ଓ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ। ରଶ୍ମୀରେଖାକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଆଉ ଏଥିରେ ପ୍ରେମିକ ସନ୍ତୋଷର ହାତ ଥିବା ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ପୁଲିସ ରଶ୍ମୀରେଖାଙ୍କ ପ୍ରଥମ ପ୍ରେମିକ ରାଜା ଓ ଦ୍ୱିତୀୟ ପ୍ରେମିକ ସନ୍ତୋଷଙ୍କୁ ଜେରା କରୁଥିବା ଜଣାପଡ଼ିଛି।