ସପ୍ତମ ଦିନ ବି ଗୃହ ଅଚଳ: ସର୍ବଦଳୀୟ ବୈଠକ ଫେଲ୍, ବାହାରି ପାରୁନି ସମାଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନର କ୍ରମାଗତ ସପ୍ତମ ଦିନ ପାଇଁ ଅଚଳ ରହିଛି। ଆଜି ବି ଗୃହକୁ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ମିଳିମିଶି ଅଚଳ କରିଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଦୁଇଟି ପର୍ଯ୍ୟାୟରେ ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ମାରିଛି। ବୈଠକ ବିଫଳ ହେବା ସହ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ […]

Assembly

Assembly

Ordigital Desk
  • Published: Wednesday, 08 December 2021
  • Updated: 08 December 2021, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନର କ୍ରମାଗତ ସପ୍ତମ ଦିନ ପାଇଁ ଅଚଳ ରହିଛି। ଆଜି ବି ଗୃହକୁ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ମିଳିମିଶି ଅଚଳ କରିଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଦୁଇଟି ପର୍ଯ୍ୟାୟରେ ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ମାରିଛି। ବୈଠକ ବିଫଳ ହେବା ସହ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସି ପ୍ଲାକାର୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଷ୍ଟର ପ୍ରଦର୍ଶନ କରି ବିଜେପି କରିଥିବାବେଳେ ଶାସକ ଦଳ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଗୋବିନ୍ଦର ଓକିଲ ମୋହନଲାଲ ଶର୍ମାଙ୍କ ଫଟୋ ଦେଖାଇ ପ୍ରତିବାଦ କରିଥିଲା। କଂଗ୍ରେସ ମଧ୍ୟ ପୋଷ୍ଟର ବ୍ୟାନର ଦେଖାଇ ହଙ୍ଗାମା କରିଥିଲା। ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଗୃହ ବାରମ୍ବାର ମୁଲତବୀ ହେବା ପରେ ବାଚସ୍ପତି ଗୃହକୁ ୧୨ଟା ୩୩ ମିନିଟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ଅନୁରୂପ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ପୁଣିଥରେ ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ବିରୋଧୀ ଦଳ ସଭ୍ୟମାନେ ବୈଠକରେ ୩ଟି ପ୍ରସ୍ତାବ ରଖି ଏହାକୁ ଗ୍ରହଣ କରିବା ନିମନ୍ତେ କହିଥିଲେ। କିନ୍ତୁ ସରକାରୀ ଦଳ ଏସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ସମାଧାନର ମାର୍ଗ ବାହାରି ପାରିନଥିଲା। ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେପି ଓ କଂଗ୍ରେସ ପକ୍ଷରୁ ଯେଉଁ ୩ଟି ପ୍ରସ୍ତାବ ଦିଆଯାଇଥିଲା ସେଥିରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଆଲୋଚନାରେ ଭାଗ ନିଅନ୍ତୁ, ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ଓ ଆଜି ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଅନୁପସ୍ଥିତ ରୁହନ୍ତୁ। କିନ୍ତୁ ସରକାରୀ ଦଳ ଏଥିରେ ସହମତ ନହେବାରୁ ସର୍ବଦଳୀୟ ବୈଠକରେ ନିର୍ଯ୍ୟାସ ବାହାରି ପାରିନଥିଲା।

ସୂଚନାଯୋଗ୍ୟ, ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନରେ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ଅଡ଼ି ବସିଥିବାବେଳେ ଶାସକ ଦଳ ନିଜର ସମ୍ମାନ ବଂଚାଇବା ପାଇଁ ନୂଆ ନୂଆ ପ୍ରସଙ୍ଗ ଆଣି ପାଲଟା ଜବାବ ଦେବାକୁ ପ୍ରୟାସ କରୁଛି। ଯଦିଓ ଗୃହ ଚଳାଇବା ଦାୟିତ୍ୱ ଶାସକ ଦଳର, କିନ୍ତୁ ଶାସକ ବିଜେଡି ସଭ୍ୟମାନେ କ୍ରମାଗତ ଭାବେ ଦୁଇଦିନ ଧରି ଗୃହରେ ଅଚଳାବସ୍ଥା ଜାରି ରଖିଛନ୍ତି। ଗୃହ ସ୍ୱାଭାବିକ ନହେବା ପାଇଁ ଶାସକ ଦଳକୁ କଂଗ୍ରେସ ଟାର୍ଗେଟ୍ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଚନ୍ତି ଯେ ସରକାରଙ୍କ ଏକଛତ୍ରବାଦ ମନୋଭାବ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ମୋହନଲାଲ ଶର୍ମା ବିଜେପିର ସଦସ୍ୟ ନୁହେଁ। ବିଜେଡି ତାଙ୍କୁ ସରକାରୀ ଓକିଲର ପ୍ରଲୋଭନ ଦେଖାଇ ଏପରି କରିଛି। ଶାସକ ଓ ବିରୋଧୀ ଦଳ ସଦସ୍ୟମାନଙ୍କର ଏଭଳି ଆଭିମୁଖ୍ୟ ଯୋଗୁ ଚଳିତ ବିଧାନସଭା ଅଧିବେଶନରେ ଏପର୍ଯ୍ରନ୍ତ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା, ଖର୍ଚ୍ଚଦାବି ଆଲୋଚନା ଦାବି କିଛି ବି ସମ୍ଭବପର ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story