ପଂଚମ ଦିନ ବି ଗୃହ ଅଚଳ: ବାହାରିଲାନି ସମାଧାନର ବାଟ, ସର୍ବଦଳୀୟ ବୈଠକ ବିଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନ ଆଜି ବି କ୍ରମାଗତ ପଂଚମ ଦିନ ପାଇଁ ଅଚଳ ରହିଛି। ଆଜି ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁ କୌଣସି କାର୍ଯ୍ୟ ସ୍ୱାଭାବିକ ହୋଇପାରିନି । ଏପରିକି ଗୃହକୁ ସ୍ୱାଭାବିକ କରିବା ନିମନ୍ତେ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ସମାଧାନର ବାଟ ବାହାରି ପାରିନଥିବା ଜଣାପଡ଼ିଛି। ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଅଟଳ ରହିଥିବାବେଳେ […]

Odisha assembly

Odisha assembly

Ordigital Desk
  • Published: Monday, 06 December 2021
  • Updated: 06 December 2021, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନ ଆଜି ବି କ୍ରମାଗତ ପଂଚମ ଦିନ ପାଇଁ ଅଚଳ ରହିଛି। ଆଜି ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁ କୌଣସି କାର୍ଯ୍ୟ ସ୍ୱାଭାବିକ ହୋଇପାରିନି । ଏପରିକି ଗୃହକୁ ସ୍ୱାଭାବିକ କରିବା ନିମନ୍ତେ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ସମାଧାନର ବାଟ ବାହାରି ପାରିନଥିବା ଜଣାପଡ଼ିଛି। ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଅଟଳ ରହିଥିବାବେଳେ ଶାସକ ବିଜେଡି ସଭ୍ୟମାନେ ଗୃହରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବିରେ ହଟ୍ଟଗୋଳ କରିଥିଲେ।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବରଖାସ୍ତ ଦାବିରେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମକୁ କବଜା କରି ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିବାବେଳେ ବିଜେପି ସଭ୍ୟମାନେ ପୋଡ଼ିୟମ ତଳେ ରହି ହଟ୍ଟଗୋଳ କରିଥିଲେ । ଅନୁରୂପ ଭାବେ ଶାସକ ଦଳର ସଭ୍ୟମାନେ ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ଦାବିରେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଆନଯିବା ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଯେଉଁଥିପାଇଁ ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଭଳି କାର୍ଯ୍ୟକ୍ରମ ମଧ୍ୟ କ୍ରମାଗତ ୫ମ ଦିନ ପାଇଁ ସମ୍ଭବପର ହୋଇପାରିନି।

ସେହିପରି ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନଥିଲା। ତେବେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଭିତରେ ବିଭିନ୍ନ ରିପୋର୍ଟ ଆଗତ ହୋଇଥିଲା। ଆଉ ତା’ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୧ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ମମିତା ମେହେର ମାମଲାରେ ଗୃହମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଇସ୍ତଫା ଦାବି ଯୋଗୁ ଗୃହ ସ୍ୱାଭାବିକ ହୋଇପାରୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story