Advertisment

୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ବାଚସ୍ପତିଙ୍କ ପାଳି। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଏବେ କାହା ଝୁଲାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର। ଏଥିନିମନ୍ତେ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ । ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ପଦ ଛାଡ଼ିବା ପରେ ଭଞ୍ଜନଗର […]

ଅଦ୍ୟତନ ହୋଇଛି
୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ

assembly

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ବାଚସ୍ପତିଙ୍କ ପାଳି। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଏବେ କାହା ଝୁଲାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର। ଏଥିନିମନ୍ତେ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ ।

Advertisment

ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ପଦ ଛାଡ଼ିବା ପରେ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋରି ଧରିଛି। ତେଣୁ ଅନୁମାନ କରାଯାଉଛି  ଆସନ୍ତା ଶୁକ୍ରବାର ସେ ବାଚସ୍ପତି ଭାବେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି  ।

ସୂଚନାଯୋଗ୍ୟ, ଗତ ଶନିବାର ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କଲେ ନୂଆ ମନ୍ତ୍ରିମଣ୍ଡଳ।  ମୋଟ ୨୧ ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ  ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ।  ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

Advertisment
Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe