ଫରେଷ୍ଟର ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବଢ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫରେଷ୍ଟରଙ୍କ ଶିକ୍ଷାଗତ ଯୋଗ୍ୟତା ବଢ଼ିଲା। ଏଣିକି ଫରେଷ୍ଟରମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ବିଜ୍ଞାନ ପାସ୍‌ ହେବା ଜରୁରି। ଏନେଇ ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତା ବୃଦ୍ଧି କରାଯାଇଛି। ପୂର୍ବତନ ବିଧାୟକମାନଙ୍କ ବୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମାସିକ ମେଡିକାଲ ଭତ୍ତା ୨୦୦୦ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ। […]

Odisha Cabinet approves proposal to hike insurance, healthcare allowance of former legislators

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 07:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫରେଷ୍ଟରଙ୍କ ଶିକ୍ଷାଗତ ଯୋଗ୍ୟତା ବଢ଼ିଲା। ଏଣିକି ଫରେଷ୍ଟରମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ବିଜ୍ଞାନ ପାସ୍‌ ହେବା ଜରୁରି। ଏନେଇ ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତା ବୃଦ୍ଧି କରାଯାଇଛି। ପୂର୍ବତନ ବିଧାୟକମାନଙ୍କ ବୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମାସିକ ମେଡିକାଲ ଭତ୍ତା ୨୦୦୦ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ। ସେହିପରି ରାୟଗଡ଼ା ଜିଲ୍ଲା ଗୁଣପୁର GIETକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଏହାଛଡ଼ା ବେଲପାହାଡ଼ ଓ ଝାରସୁଗୁଡ଼ାରେ ଭୂତଳ ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍‌ରେ ମୋହର ଲାଗିଛି।

ଆଜି ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।

Related story