ରାଜ୍ୟ ନିର୍ବାଚନ କମିଶନର ହେବେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ରାଜ୍ୟ ନିର୍ବାଚନ କମିଶନର ହେବେ। ତାଙ୍କର ଏହି ନୂଆ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ମିଳିଛି। ନୂଆ ନିଯୁକ୍ତି ପରେ ଶ୍ରୀ ପାଢ଼ୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେବେ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ସୂଚନା ଅନୁସାରେ ଉନ୍ନୟନ କମିଶନର ଥିବା ୧୯୮୬ […]

chief-secretary-goes-on-leave-triggering-speculations-over-who-will-replace-him-750x420

Manoranjan Sial
  • Published: Wednesday, 14 August 2019
  • , Updated: 14 August 2019, 04:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ରାଜ୍ୟ ନିର୍ବାଚନ କମିଶନର ହେବେ। ତାଙ୍କର ଏହି ନୂଆ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ମିଳିଛି। ନୂଆ ନିଯୁକ୍ତି ପରେ ଶ୍ରୀ ପାଢ଼ୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେବେ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ସୂଚନା ଅନୁସାରେ ଉନ୍ନୟନ କମିଶନର ଥିବା ୧୯୮୬ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅସିତ ତ୍ରିପାଠୀ ଏହି ରେସ୍‌ରେ ସବୁଠୁ ଆଗରେ ଅଛନ୍ତି।

ଗତ ବିଧାନସଭା ଅଧିବେଶନ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଦୁଇ ସପ୍ତାହ ଛୁଟିରେ ଯାଇଥିଲେ। ସେ କେଉଁ କାରଣରେ ଛୁଟିରେ ଯାଇଥିଲେ, ତାହା ଜଣା ପଡ଼ିନଥିବା ବେଳେ ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀଙ୍କୁ ଅସ୍ଥାୟୀ ଭାବେ ମୁଖ୍ୟ ସଚିବ ଦାୟିତ୍ୱ ତୁଲାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଆସନ୍ତାବର୍ଷ ଫେବୃୟାରୀ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ ।

Related story