୪ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେଲେ ମୁଖ୍ୟସଚିବ, SRC

ଜୟପୁର (ଟି.ଗୌରୀଶଙ୍କର): କରୋନା ମହାମାରୀ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। କରୋନା ଚେନ୍‌ ଭାଙ୍ଗିବା ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ, ଛତିଶଗଡ଼ ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରିଛନ୍ତି। ଏହି ଦୁଇ ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ନିଜ ଘରକୁ ଯିବା ପୂର୍ବରୁ ୭ରୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ। ଗତକାଲି ୪ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା। […]

Koraput

Manoranjan Sial
  • Published: Wednesday, 05 May 2021
  • , Updated: 05 May 2021, 04:22 PM IST

ଜୟପୁର (ଟି.ଗୌରୀଶଙ୍କର): କରୋନା ମହାମାରୀ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି। କରୋନା ଚେନ୍‌ ଭାଙ୍ଗିବା ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ, ଛତିଶଗଡ଼ ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରିଛନ୍ତି। ଏହି ଦୁଇ ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ନିଜ ଘରକୁ ଯିବା ପୂର୍ବରୁ ୭ରୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ। ଗତକାଲି ୪ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଭର୍ଚୁଆଲ ମିଟିଂରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ସ୍ଥିତି ନଇ ଆଲୋଚନା କରିଛନ୍ତି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୭ରୁ ୧୪ ଦିନ କ୍ୱାରେଣ୍ଟିନରେ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପ୍ରତି ବ୍ଳକରେ TMC କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ୱାରେଣ୍ଟାଇନ୍‌ ପରେ ପ୍ରବାସୀଙ୍କୁ ସୁରକ୍ଷିତ ଘରେ ପହଞ୍ଚିବାର  ବ୍ୟବସ୍ଥା କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର କହିଛନ୍ତି।

ସୂଚନାରୁ ପ୍ରକାଶ, ପଶ୍ଚିମବଙ୍ଗ ପରେ ଆନ୍ଧ୍ର ଓ ତେଲେଙ୍ଗାନାରେ କରୋନାର ଟ୍ରିପ୍‌ଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। କରୋନା ନିୟନ୍ତ୍ରଣ ପାଇଁ ସମଗ୍ର ରାଜ୍ୟରେ ଆଜିଠାରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ସୀମାକୁ ସିଲ୍‌ କରାଯାଇଛି। କେବଳ ଅତ୍ୟାବଶ୍ୟକ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି। ଏଥିସହ ପଶ୍ଚିମବଙ୍ଗ ପରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି।

Related story