ଓଡ଼ିଶା ସିଟିଜେନ୍‌ ଆଓ୍ୱାର୍ଡ: ଉଦୟନାଥ କରଙ୍କୁ ସଫଳ ଚାଷୀ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ସିଟିଜେନ୍‌ ଆଓ୍ୱାର୍ଡ-୨୦୨୨(ଓସିଏ)। କଳା ଓ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମନୋରଂଜନ, ସମାଜସେବା, ବାଣିଜ୍ୟ, କ୍ରୀଡ଼ା ଓ ରାଜନୀତି ଆଦି ୯ଟି କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ଓଡ଼ିଶା ଟେଲିଭିଜନ୍‌ ନେଟ୍ଓ୍ୱର୍କ ପକ୍ଷରୁ ସମ୍ମାନିତ କରାଯାଇଛି। ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେତାଙ୍କ ନାଁ ଘୋଷଣା କରାଯିବା ସହ ସମ୍ମାନିତ କରାଯାଇଛି। ଓଡ଼ିଶା ସିଟିଜେନ୍‌ ଆଓ୍ୱାର୍ଡରେ ବିଜେତାମାନେ ହେଲେ ରାଜନୀତି ବର୍ଗରେ କଂଗ୍ରେସ ନେତା ତଥା ବିହାର […]

OCA

  • Published: Saturday, 08 October 2022
  • , Updated: 08 October 2022, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ସିଟିଜେନ୍‌ ଆଓ୍ୱାର୍ଡ-୨୦୨୨(ଓସିଏ)। କଳା ଓ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମନୋରଂଜନ, ସମାଜସେବା, ବାଣିଜ୍ୟ, କ୍ରୀଡ଼ା ଓ ରାଜନୀତି ଆଦି ୯ଟି କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ଓଡ଼ିଶା ଟେଲିଭିଜନ୍‌ ନେଟ୍ଓ୍ୱର୍କ ପକ୍ଷରୁ ସମ୍ମାନିତ କରାଯାଇଛି।

ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେତାଙ୍କ ନାଁ ଘୋଷଣା କରାଯିବା ସହ ସମ୍ମାନିତ କରାଯାଇଛି। ଓଡ଼ିଶା ସିଟିଜେନ୍‌ ଆଓ୍ୱାର୍ଡରେ ବିଜେତାମାନେ ହେଲେ ରାଜନୀତି ବର୍ଗରେ କଂଗ୍ରେସ ନେତା ତଥା ବିହାର ଓ ମଣିପୁରର ଦଳୀୟ ପ୍ରଭାରୀ ଭକ୍ତଚରଣ ଦାସ, ସମାଜସେବାରେ ଡାକ୍ତର ନାରାୟଣୀ ପଣ୍ଡା, କ୍ରୀଡ଼ାରେ ପାରା ଆଥଲେଟ୍‌ ଜୟନ୍ତୀ ବେହେରା, ସ୍ୱାସ୍ଥ୍ୟରେ ଡାକ୍ତର ପ୍ରଶାନ୍ତ କୁମାର ସାହୁ। ସେହିପରି କୃଷି କ୍ଷେତ୍ରରେ ସଫଳ ଚାଷୀ ଉଦୟନାଥ କର, କଳା ଓ ସଂସ୍କୃତି ବର୍ଗରେ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବାଣିଜ୍ୟରେ ଉଦ୍ୟୋଗୀ ସୁଶାନ୍ତ ପଣ୍ଡା, ଶିକ୍ଷାରେ ପ୍ରଫେସର ଡକ୍ଟର ଆଦିତ୍ୟ କୁମାର ମହାନ୍ତି ଓ ମନୋରଞ୍ଜନ କ୍ଷେତ୍ରରେ କଣ୍ଠଶିଳ୍ପୀ ଗୀତା ଦାଶ ପୁରସ୍କୃତ ହୋଇଛନ୍ତି।

ପ୍ରତି ବିଭାଗରେ ୪ ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍‌ଲାଇନ୍‌ ଭୋଟିଂ ଓ ଜୁରିଙ୍କ ମତାମତକୁ ନେଇ ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତୀର୍କି ଯୋଗଦେଇ ବିଜେତାଙ୍କୁ ପୁରସ୍କୃତ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେଇଥିଲେ ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା।

Related story