ଆଜିଠୁ ଓଡ଼ିଶା ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ଆଜି ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେଉଛି । ରାଜ୍ୟର ୫ଟି ଜୋନ୍‌ରେ ୧୬ଟି କେନ୍ଦ୍ରରେ କୋଭିଡ୍ କଟକଣାରେ ପରୀକ୍ଷା କରାଯାଉଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ଯାଏଁ ହେବ ଦ୍ୱିତୀୟ ସିଟିଂ ପରୀକ୍ଷା । ଏଥର OPSC ମେନ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । […]

exam

Niharika Rout
  • Published: Thursday, 20 January 2022
  • , Updated: 20 January 2022, 10:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ସିଭିଲ ସର୍ଭିସ୍ ମେନ୍ ପରୀକ୍ଷା । ଆଜି ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେଉଛି । ରାଜ୍ୟର ୫ଟି ଜୋନ୍‌ରେ ୧୬ଟି କେନ୍ଦ୍ରରେ କୋଭିଡ୍ କଟକଣାରେ ପରୀକ୍ଷା କରାଯାଉଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ଟା ଯାଏଁ ହେବ ଦ୍ୱିତୀୟ ସିଟିଂ ପରୀକ୍ଷା ।

ଏଥର OPSC ମେନ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । କରୋନାରେ ଅନେକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାରୁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ରାଜଧାନୀରେ ବିକ୍ଷୋଭ ବି ପ୍ରଦର୍ଶନ କରିଥିଲେ । ହେଲେ ପୂର୍ବ ପ୍ରସ୍ତୁତି ଅନୁସାରେ ମେନ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି । ଫେବୃଆରୀ ୮ ତାରିଖ ଯାଏଁ ଏହା ଚାଲିବ।

Related story