କରୋନା ସଂକ୍ରମିତ ବଢ଼ିଲେ ବି କଣ୍ଟ୍ରୋଲରୁମ୍ ବନ୍ଦ କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇଁ ସାଢ଼େ ୭ହଜାର ଟପିଥିବାବେଳେ ରାଜ୍ୟ ସରକାର ଆଜି ଅପ୍ରତ୍ୟାଶିତ ଭାବେ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କୋଭିଡ-୧୯ କଣ୍ଟ୍ରୋଲ ରୁମକୁ ବନ୍ଦ କରିଦେଇଛନ୍ତି। ଏହାସହିତ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଫିସରମାନଙ୍କୁ ସେମାନଙ୍କୁ ପୂର୍ବ ସ୍ଥାନକୁ ଫେରାଇ ନେଇଛନ୍ତି। ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଭଲମନ୍ଦ ବୁଝିବା ଓ ସେମାନଙ୍କୁ ଓଡ଼ିଶା ଫେରିବାରେ ସହଯୋଗ ଯୋଗାଇବା ନିମନ୍ତେ ଗୃହ ବିଭାଗରେ ଖୋଲା […]

corona

corona

Manoranjan Sial
  • Published: Thursday, 02 July 2020
  • Updated: 02 July 2020, 07:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇଁ ସାଢ଼େ ୭ହଜାର ଟପିଥିବାବେଳେ ରାଜ୍ୟ ସରକାର ଆଜି ଅପ୍ରତ୍ୟାଶିତ ଭାବେ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କୋଭିଡ-୧୯ କଣ୍ଟ୍ରୋଲ ରୁମକୁ ବନ୍ଦ କରିଦେଇଛନ୍ତି। ଏହାସହିତ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଫିସରମାନଙ୍କୁ ସେମାନଙ୍କୁ ପୂର୍ବ ସ୍ଥାନକୁ ଫେରାଇ ନେଇଛନ୍ତି। ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଭଲମନ୍ଦ ବୁଝିବା ଓ ସେମାନଙ୍କୁ ଓଡ଼ିଶା ଫେରିବାରେ ସହଯୋଗ ଯୋଗାଇବା ନିମନ୍ତେ ଗୃହ ବିଭାଗରେ ଖୋଲା ଯାଇଥିବା ଏହି କଣ୍ଟ୍ରୋଲରୁମ୍ କିଭଳି ବନ୍ଦ କରିଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଯଦିଓ ରାଜ୍ୟକୁ ଫେରିବା ନିମନ୍ତେ ପ୍ରାୟ ୧୪ଲକ୍ଷ ପ୍ରବାସୀ ଓଡ଼ିଆ ପଞ୍ଜିକରଣ କରିଥିଲେ ଓ ଆଜିସୁଦ୍ଧା ମାତ୍ର ୫.୮୫ ଲକ୍ଷ ଲୋକ ଫେରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଗୃହ ବିଭାଗ ପକ୍ଷରୁ ଗତକାଲି ଜାରି ନିର୍ଦ୍ଦେଶ ଅନୁସାରେ, ଗୃହ ବିଭାଗରେ ଥିବା କୋଭିଡ୍ ନିୟନ୍ତ୍ରଣ କକ୍ଷକୁ ବନ୍ଦ କରିଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସେହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଥିବା ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ମଧ୍ୟ କୋଭିଡ୍ ପରିଚାଳନା ଦାୟିତ୍ୱରୁ ମୁକ୍ତ କରାଯାଇ ତାଙ୍କ ପୂର୍ବଭଳି ଆଇଜି ଅପରେସନ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଗତ ମାର୍ଚ୍ଚ ୨୭ତାରିଖରେ ତାଙ୍କୁ ଅତିରିକ୍ତ ଭାବେ କୋଭିଡ୍ ନିୟନ୍ତ୍ରଣ କକ୍ଷ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଜୁନ୍ ୨୯ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୫ଲକ୍ଷ ୮୨ହଜାର ୬୮୪ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଗତ ୩ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଉ ୨ହଜାରଙ୍କୁ ସାମିଲ ହୋଇଛନ୍ତି। ଅବଶ୍ୟ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦଳୀୟ ବିଧାୟକମାନଙ୍କୁ ସମ୍ବୋଧନ କରି ୭ଲକ୍ଷ ପ୍ରବାସୀ ଓଡ଼ିଆ ଫେରିଛନ୍ତି ବୋଲି କହିଥିଲେ। ମାତ୍ର ଓଡ଼ିଶା ଫେରିବା ନିମନ୍ତେ ସରକାରଙ୍କ ୱେବସାଇଟରେ ପଞ୍ଜିକରଣ କରିଥିବା ଓଡ଼ିଆଙ୍କ ସଂଖ୍ୟା ପ୍ରାୟ ୧୪ଲକ୍ଷ ଥିଲା। ଦେଶରେ ଏବେ କରୋନା ସ୍ଥିତି ବୃଦ୍ଧି ପାଉଥିବାବେଳେ ଜୀବନଜୀବିକା ସ୍ୱାଭାବିକ ହୋଇପାରିନି। ଓଡ଼ିଶାରେ ବି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର କୋଭିଡ୍ ନିୟନ୍ତ୍ରଣ କକ୍ଷକୁ ବନ୍ଦ କରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେହିପରି, ମାସ୍କ ଓ କରୋନା ମୁକାବିଲା ଉପକରଣ କ୍ରୟରେ ବଡ଼ଧରଣର ସ୍କାମ ହୋଇଥିବା ଅଭିଯୋଗ ପରେ ଜୁନ୍ ୧ତାରିଖରୁ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ହଟାଇଥିବା ରାଜ୍ୟ ସରକାର କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ମୁକ୍ତ କରିଥିଲେ। ସେମାନଙ୍କ ସ୍ଥାନରେ ଅନ୍ୟ କାହାରିକୁ ନିଯୁକ୍ତି ମିଳିନଥିଲା। ଗତ ପ୍ରାୟ ଏକମାସ ଧରି ରାଜ୍ୟରେ କୋଭିଡ୍ ପରିଚାଳନା ଦାୟିତ୍ୱରେ କିଏ ଅଛି, କେଉଁ ସ୍ତରରେ ଏହା ପରିଚାଳନା ହେଉଛି, ନାକେବଳ ଜିଲ୍ଲାପାଳଙ୍କ ସ୍ତରରେ କରୋନା ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରୟାସ କରୁଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos