Advertisment

ଅକ୍ସିଜେନ୍‌ ଅଭାବ ପୂରଣରେ ଓଡ଼ିଶା ସହଯୋଗ କରିବ: ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ କୋଭିଡ୍‌ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ ବୋଲି କହିଲେ ନବୀନ। ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ। ଦେଶରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅକ୍ସିଜେନ୍‌ ଅଭାବ ପୂରଣରେ ଓଡ଼ିଶା ସହଯୋଗ କରିବ: ନବୀନ

Naveen Patnaik and Narendra Modi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ କୋଭିଡ୍‌ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ ବୋଲି କହିଲେ ନବୀନ। ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ। ଦେଶରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଶହଶହ ଲୋକ ଆକ୍ରାନ୍ତ ହେଉଛନ୍ତି। ସବୁଠାରୁ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, କେରଳ ପରି ରାଜ୍ୟରେ ସେଠାରେ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍‌ ମିଳୁନି। ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀଙ୍କ ଜୀବନ ଯାଉଛି। ଯେଉଁଥିପାଇଁ ବିଭିନ୍ନ ରାଜ୍ୟର ସରକାର କେନ୍ଦ୍ରକୁ ଅନୁରୋଧ କରୁଛନ୍ତି। ଶୀଘ୍ର ଅକ୍ସିଜେନ୍‌ ପଠାଇବାକୁ ଗୁହାରୀ କରୁଛନ୍ତି।

ଅକ୍ସିଜେନ୍‌ ଅଭାବରୁ କରୋନା ରୋଗୀଙ୍କ ଜୀବନ ଯାଉଥିବାରୁ ଗତକାଲି ଦିଲ୍ଲୀ  ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ। ଅକ୍ସିଜେନ୍‌ ସଙ୍କଟ ଦୂର କରିବା ପାଇଁ ଦେଶରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ପ୍ଲାଣ୍ଟରେ ଉତ୍ପାଦନ କରୁଥିବା ଅକ୍ସିଜେନ୍‌ କେନ୍ଦ୍ର ସରକାରଙ୍କୁ ଦେବେ। କେନ୍ଦ୍ର ସରକାର ଏହାକୁ ବିଭିନ୍ନ ରାଜ୍ୟର ହସ୍ପିଟାଲକୁ ଆବଶ୍ୟକ ଅନୁଯାୟୀ ପଠାଇବେ। ଦରକାର ପଡ଼ିଲେ ଷ୍ଟିଲ ଓ ପେଟ୍ରୋଲିୟମ ସହ ସବୁ ସଂସ୍ଥାର ଅମ୍ଳଜାନକୁ ମେଡିକାଲରେ ବ୍ୟବହାର ପାଇଁ ପଠାଯିବ ବୋଲି କୋର୍ଟ ଗତକାଲି କହିଥିଲେ।

Advertisment

ଗତ ୨୪ ଘଣ୍ଟା ଭିତରେ ୩,୧୪,୮୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯,୩୦,୯୬୫ରେ ପହଞ୍ଚିଛି। ଏବେ ୨୨,୯୧,୪୨୮ ଜଣ ଚିକିତ୍ସାଧୀନ ଥିବା ସ୍ଵାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୨,୦୧୪ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୮୪୬୫୭ ଜଣଙ୍କ ଜୀବନ କରୋନା ନେଇସାରିଲାଣି।

Naveen Patnaik Narendra Modi