Advertisment

ଅକ୍ସିଜେନ ଦେବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ କୋର୍ଟଙ୍କ ନିର୍ଦ୍ଦେଶ, କେନ୍ଦ୍ର ଉପରେ ମନଇଚ୍ଛା ବର୍ଷିଲେ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଦିଲ୍ଲୀର ଏକାଧିକ ହସ୍ପିଟାଲରେ ଅମ୍ଳଜାନର ଘୋର ଅଭାବ ଦେଖିବାକୁ ମିଳିଛି। ୬ରୁ ଅଧିକ ହସ୍ପିଟାଲରେ ଅମ୍ଳଜାନ ଆଉ କିଛି ଘଣ୍ଟା ମଧ୍ୟରେ ଶେଷ ହେବାର ଆଶଙ୍କା ପ୍ରକାଶ ପାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏସବୁ ଭିତରେ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଏଥିସହ ଅମ୍ଳଜାନ ସଙ୍କଟ ଦୂର କରିବାକୁ ବଡ଼ ପଦକ୍ଷେପ ମଧ୍ୟ ନେଇଛନ୍ତି। ଏବେ ଦେଶରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ପ୍ଲାଣ୍ଟରେ ଉତ୍ପାଦନ […]

author-image
Hemant Lenka
ଅକ୍ସିଜେନ ଦେବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ କୋର୍ଟଙ୍କ ନିର୍ଦ୍ଦେଶ, କେନ୍ଦ୍ର ଉପରେ ମନଇଚ୍ଛା ବର୍ଷିଲେ

Oxygen12

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଦିଲ୍ଲୀର ଏକାଧିକ ହସ୍ପିଟାଲରେ ଅମ୍ଳଜାନର ଘୋର ଅଭାବ ଦେଖିବାକୁ ମିଳିଛି। ୬ରୁ ଅଧିକ ହସ୍ପିଟାଲରେ ଅମ୍ଳଜାନ ଆଉ କିଛି ଘଣ୍ଟା ମଧ୍ୟରେ ଶେଷ ହେବାର ଆଶଙ୍କା ପ୍ରକାଶ ପାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏସବୁ ଭିତରେ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି।

Advertisment

ଏଥିସହ ଅମ୍ଳଜାନ ସଙ୍କଟ ଦୂର କରିବାକୁ ବଡ଼ ପଦକ୍ଷେପ ମଧ୍ୟ ନେଇଛନ୍ତି। ଏବେ ଦେଶରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ପ୍ଲାଣ୍ଟରେ ଉତ୍ପାଦନ କରୁଥିବା ଅମ୍ଳଜାନ ଗୁଡ଼ିକୁ କେନ୍ଦ୍ର ସରକାରଙ୍କୁ ଦେବେ। କେନ୍ଦ୍ର ସରକାର ଏହାକୁ ବିଭିନ୍ନ ରାଜ୍ୟର ହସ୍ପିଟାଲକୁ ଆବଶ୍ୟକ ଅନୁଯାୟୀ ପଠାଇବେ। ଦରକାର ପଡ଼ିଲେ ଷ୍ଟିଲ ଓ ପେଟ୍ରୋଲିୟମ ସହ ସବୁ ସଂସ୍ଥାର ଅମ୍ଳଜାନକୁ ମେଡିକାଲରେ ବ୍ୟବହାର ପାଇଁ ପଠାଯିବ ବୋଲି କୋର୍ଟ କହିଛନ୍ତି।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଷ୍ଟିଲ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରୀଗୁଡ଼ିକ ସେମାନଙ୍କ ଅମ୍ଳଜାନକୁ ହସ୍ପିଟାଲକୁ ପଠାଇଲେ, ସେଠାରେ ଥିବା ଆବଶ୍ୟକ ପୂରଣ ହୋଇପାରିବ। ଆମେ କେବଳ ଦିଲ୍ଲୀ ପାଇଁ ଚିନ୍ତା କରୁନୁ। ସମଗ୍ର ଭାରତକୁ ଅମ୍ଳଜାନ ପଠାଇବାକୁ କେନ୍ଦ୍ର ସରକାର କ’ଣ ସବୁ କରିଛନ୍ତି, ସେକଥା ଜାଣିବାକୁ ଚାହୁଁଛୁ।

Advertisment

କେନ୍ଦ୍ର ସରକାର ଯେକୌଣସି ପରିସ୍ଥିତିରେ ବି ଅମ୍ଳଜାନ ପଠାଇବାକୁ ବାଟ ବାହାର କରନ୍ତୁ। ଅମ୍ଳଜାନ ପଠାଇବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର କରିଡର କିମ୍ବା ବିମାନର ବ୍ୟବହାର କରିପାରିବେ। ଯଦି ଟାଟା ତା’ର ଷ୍ଟିଲ ପ୍ଲାଣ୍ଟ ପାଇଁ ଉତ୍ପାଦନ କରୁଥିବା ଅମ୍ଳଜାନକୁ ମେଡିକାଲରେ ବ୍ୟବହାର ପାଇଁ ପଠାଇପାରିବ, ତା’ହେଲେ ଅନ୍ୟମାନେ କାହିଁକି ସମାନ ପଦକ୍ଷେପ ନେଇ ପାରିବେ ନାହିଁ?

ବାସ୍ତବତାକୁ ଦେଖିବାକୁ ପାଇଁ କାହିଁକି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁନାହିଁ? ହସ୍ପିଟାଲ ଗୁଡ଼ିକରେ ଅମ୍ଳଜାନ ସରିବାକୁ ବସିଥିବା ବେଳେ ଷ୍ଟିଲ ପ୍ଲାଣ୍ଟଗୁଡ଼ିକ ଚାଲୁଥିବା ଦେଖି ଆମେ ସ୍ତବ୍ଧ। ବାସ୍ତବତାକୁ ଦେଖିବାକୁ ସରକାର କାହିଁକି ଚାହୁଁନାହାନ୍ତି? ଅମ୍ଳଜାନ ନାହିଁ ବୋଲି ଆପଣ କହି ଲୋକଙ୍କୁ ମରିବାକୁ ଛାଡ଼ି ପାରିବେ ନାହିଁ। ଆପଣ ନିଜ ଇଚ୍ଛା ଅନୁସାରେ ସମୟ ନେବେ ଓ ଲୋକ ମରିବେ।

ଲୋକମାନେ ମରୁଥିବା ବେଳେ ଆପଣ ଶିଳ୍ପ ସଂସ୍ଥାଗୁଡ଼ିକ କଥା ଚିନ୍ତା କରୁଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଲୋକଙ୍କ ଜୀବନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଅମ୍ଳଜାନର ଆବଶ୍ୟକ ବଢ଼ୁଛି। ଆବଶ୍ୟକ ଅମ୍ଳଜାନ ଯୋଗାଇଦେବା କେନ୍ଦ୍ରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।


ଅମ୍ଳଜାନ ସଙ୍କଟକୁ ନେଇ ପିଟିସନ ଦାଏର ହୋଇଥିବା ଦେଖି କେନ୍ଦ୍ର ସରକାର ଆଶ୍ଚର୍ଯ୍ୟ ହୋଇଥିବା କଥା କହିଥିଲେ। ଏଥିରେ ବିରକ୍ତ ହୋଇ କୋର୍ଟ କହିଛନ୍ତି, ଆପଣ ପିଟିସନ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଆପଣ ପରିସ୍ଥିତିକୁ ବୁଝନ୍ତୁ। ଗତକାଲି ଆମେ ଷ୍ଟିଲ ଓ ପେଟ୍ରୋଲିୟମ କମ୍ପାନୀର ଅମ୍ଳଜାନକୁ ବ୍ୟବହାର କରିବାକୁ କହିଥିଲୁ। ଆପଣ କ’ଣ କଲେ?

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ଜବାବରେ କହିଥିଲେ ଯେ ଏ ସଂକ୍ରାନ୍ତରେ ଫାଇଲ କାମ ଚାଲିଛି। ଏହାଶୁଣି କୋର୍ଟ ବ୍ୟାକ ଫାୟର କରିଥିଲେ। କୋର୍ଟ କହିଥିଲେ, “କ’ଣ ଫାଇଦା ମିଳିଲା? ଆମେ ସେସବୁ ଫାଇଲ ବିଷୟରେ କିଛି ବି ଜାଣିବାକୁ ଚାହୁଁନାହୁଁ। ଆପଣଙ୍କ ପାଖରେ ଆପଣଙ୍କର ନିଜସ୍ୱ ପେଟ୍ରୋଲିୟମ କମ୍ପାନୀ ରହିଛି। ଆପଣଙ୍କ ପାଖରେ ଏୟାରଫୋର୍ସ ଅଛି। ଆମେ ଗତକାଲି ଏକାଧିକ ନିର୍ଦ୍ଦେଶ ଦେଇଥିଲୁ। ଆପଣ ପୂରା ଦିନ ସାରା କ’ଣ କରୁଥିଲେ? ହସ୍ପିଟାଲକୁ ଆବଶ୍ୟକ ଅମ୍ଳଜାନ ପଠାଇବା କେନ୍ଦ୍ରର ଦାୟିତ୍ୱ। ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାହା ଦରକାର କେନ୍ଦ୍ର ସରକାର ସବୁ କିଛି କରିବାକୁ ବାଧ୍ୟ। ତେଣୁ କେନ୍ଦ୍ର ସରକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଅମ୍ଳଜାନ ହସ୍ପିଟାଲକୁ ପଠାନ୍ତୁ।”