ଦିନକ ପରେ ନବୀନଙ୍କୁ ଛୁଇଁବ ୭୬, ପାଳିବେନି ଜନ୍ମଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନକ ପରେ ୭୬ ବର୍ଷ ବୟସରେ ପଦାର୍ପଣ କରିବେ। କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ଦେଢ଼ବର୍ଷ ଧରି ମାତ୍ର ୯-୧୦ ଥର ନବୀନ ନିବାସରୁ ବାହାରି ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି। ସୂତ୍ର ଅନୁସାରେ କରୋନା କଟକଣା ଯୋଗୁ ମୁଖ୍ୟମନ୍ତ୍ରୀ କ୍ୱଚିତ୍ ଲୋକଙ୍କୁ ଭେଟୁଥିବାରୁ ଶନିବାର ତାଙ୍କ ଜନ୍ମଦିନରେ […]

Naveen Pattnaik

Naveen Pattnaik

Ordigital Desk
  • Published: Thursday, 14 October 2021
  • Updated: 14 October 2021, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନକ ପରେ ୭୬ ବର୍ଷ ବୟସରେ ପଦାର୍ପଣ କରିବେ। କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ଦେଢ଼ବର୍ଷ ଧରି ମାତ୍ର ୯-୧୦ ଥର ନବୀନ ନିବାସରୁ ବାହାରି ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି।

ସୂତ୍ର ଅନୁସାରେ କରୋନା କଟକଣା ଯୋଗୁ ମୁଖ୍ୟମନ୍ତ୍ରୀ କ୍ୱଚିତ୍ ଲୋକଙ୍କୁ ଭେଟୁଥିବାରୁ ଶନିବାର ତାଙ୍କ ଜନ୍ମଦିନରେ ନେତା-ମନ୍ତ୍ରୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ଯିବା ଉପରେ କଟକଣା ବଳବତ୍ତର ରହିବ। କରୋନା ସଂକ୍ରମଣ ଆଶଙ୍କାରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରୁ ନଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନରେ କାହାରିକୁ ଭେଟିବେ ନାହିଁ ବୋଲି ସୂଚନା ମିଳିଛି। ବିଜେଡି ପକ୍ଷରୁ ଏବେ ରାଜ୍ୟବ୍ୟାପୀ ‘ଶ୍ରମଦାନ’ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଚାଲିଥିବାରୁ ଦଳର ସୁପ୍ରିମୋଙ୍କ ଜନ୍ମଦିନରେ କେତେକ ସ୍ଥାନରେ ରକ୍ତଦାନ ଶିବିର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମିତ ଶ୍ରୀ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ୫ରୁ ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ କରୋନା ମହାମାରୀ କଟକଣା ଓ ଫନି ବାତ୍ୟା ଯୋଗୁ ନବୀନ ନିଜର ଜନ୍ମଦିନ ପାଳନ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos