ପଞ୍ଚାୟତ ପ୍ରତିନିଧିଙ୍କୁ ନବୀନଙ୍କ ବାର୍ତ୍ତା, ଲୋକଙ୍କ ସହ ଯୋଡ଼ି ହୁଅ

ଭୁବନେଶ୍ୱର: ଲୋକଙ୍କ ସହ ଯୋଡ଼ି ହୁଅ, ସୁବିଧା ଅସୁବିଧା ବୁଝ। ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଅ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଜିଲ୍ଲା ପରିଷଦ ଓ ପଞ୍ଚାୟତର ନବ ନିର୍ବାଚିତ ପ୍ରତିନିଧିଙ୍କ ସହ ନବୀନ ଆଜି ସିଧାସଳଖ ଆଲୋଚନା କରିଛନ୍ତି। ପ୍ରଥମେ ଯାଜପୁର ପରେ କୋରାପୁଟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଆଲୋଚନା ବେଳେ […]

bjd with cm

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 11:15 PM IST

ଭୁବନେଶ୍ୱର: ଲୋକଙ୍କ ସହ ଯୋଡ଼ି ହୁଅ, ସୁବିଧା ଅସୁବିଧା ବୁଝ। ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଅ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ।

ଜିଲ୍ଲା ପରିଷଦ ଓ ପଞ୍ଚାୟତର ନବ ନିର୍ବାଚିତ ପ୍ରତିନିଧିଙ୍କ ସହ ନବୀନ ଆଜି ସିଧାସଳଖ ଆଲୋଚନା କରିଛନ୍ତି। ପ୍ରଥମେ ଯାଜପୁର ପରେ କୋରାପୁଟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଆଲୋଚନା ବେଳେ ଜିଲ୍ଲାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେହି ଯୋଜନା ଗୁଡ଼ିକ କିପରି ଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେହି ସନ୍ଦେସ ଜନ ପ୍ରତିଧିମାନଙ୍କୁ ଦିଆଯାଇଛି। ମୋର ବିଶ୍ୱାସ ଜନ ପ୍ରତିନିଧିମାନେ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଲକ୍ଷ୍ୟକରି ନିଜର କର୍ତ୍ତବ୍ୟ ଠିକ୍‌ ଭାବେ ସମ୍ପାଦନ କରିବେ।”

ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି,“ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳରେ ପହଞ୍ଚାଇବାରେ ନିର୍ବାଚିତ ନଜପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚାଇବେ ତାହା ଉପରେ ପରାମର୍ଶ ଦିଆଯାଇଛି।

ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ କହିଛନ୍ତି,“ଆମେ ଲୋକଙ୍କ ସାଙ୍ଗରେ ଅଛୁ ଏବଂ ଆଗକୁ ରହିବୁ। ଗାଁ ଲୋକଙ୍କ ସୁଖ ଓ ଦୁଃଖରେ ଆମେ ସାଥୀ ହେବୁ। ସେମାନଙ୍କ ସବୁ ଅସୁବିଧା ସମାଧାନ କରିବାକୁ ଚେଷ୍ଟା କରିବୁ। ସରକାରଙ୍କ ଯୋଜନା ସମ୍ପର୍କରେ ଗାଁ ଲୋକଙ୍କୁ ଅବଗତ କରାଇବୁ।”

Related story