ପସ୍କୋ ବିଫଳତାର ରାଗ ଢିଙ୍କିଆରେ ତାଣ୍ଡବଲୀଳା କରି ଶୁଝାଉଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପସ୍କୋ ପ୍ରକଳ୍ପର ବିଫଳତା ପାଇଁ ପୁଲିସ ଲଗାଇ ଏରସମାର ଢିଙ୍କିଆବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ରାଜ୍ୟ ସରକାର କରୁଛନ୍ତି । ପୁଲିସର ତାଣ୍ଡବଲୀଳାରେ ଢିଙ୍କିଆବାସୀ ଭୟଭୀତ ହୋଇପଡ଼ିଛନ୍ତି। ପୁରୀର ହାଜତମୃତ୍ୟୁ ପାଇଁ ଦାୟୀ ପୁଲିସ ଏସପି ଓ ଥାନା ଅଧିକାରୀଙ୍କୁ ଏବେ ଢିଙ୍କିଆରେ ତାଣ୍ଡବଲୀଳା ରଚିବା ନିମନ୍ତେ ନିୟୋଜିତ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଶିଳ୍ପାୟନ […]

Image of Odisha Congress bhawan

Image of Odisha Congress bhawan

Ordigital Desk
  • Published: Friday, 21 January 2022
  • Updated: 22 January 2022, 01:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପସ୍କୋ ପ୍ରକଳ୍ପର ବିଫଳତା ପାଇଁ ପୁଲିସ ଲଗାଇ ଏରସମାର ଢିଙ୍କିଆବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ରାଜ୍ୟ ସରକାର କରୁଛନ୍ତି । ପୁଲିସର ତାଣ୍ଡବଲୀଳାରେ ଢିଙ୍କିଆବାସୀ ଭୟଭୀତ ହୋଇପଡ଼ିଛନ୍ତି। ପୁରୀର ହାଜତମୃତ୍ୟୁ ପାଇଁ ଦାୟୀ ପୁଲିସ ଏସପି ଓ ଥାନା ଅଧିକାରୀଙ୍କୁ ଏବେ ଢିଙ୍କିଆରେ ତାଣ୍ଡବଲୀଳା ରଚିବା ନିମନ୍ତେ ନିୟୋଜିତ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଶିଳ୍ପାୟନ ନାମରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକି ଦେବାରେ ଲାଗିଛନ୍ତି। ଆଇନ ଯାହା କହୁଛି ଜମି ଅଧିଗ୍ରହଣ କରିବାର ୫ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିବ ସେହି ପ୍ରକଳ୍ପ ହୋଇ ନପାରିଲେ ଉକ୍ତ ଜମିକୁ ଏଲଏଆରଆର ଆକ୍ଟ- ୨୦୧୩ ଆଧାରରେ ଜମି ମାଲିକଙ୍କୁ ଫେରସ୍ତ କରିବାର ପ୍ରାବଧାନ ରହିଛି।

କିନ୍ତୁ ଢ଼ିଙ୍କିଆରେ ପୋସ୍କୋର ବିଫଳତାକୁ ନେଇ ରାଜ୍ୟ ସରକାର ଭୋକ ବିକଳରେ ତାଟିଆ କାମୁଡ଼ି ଢ଼ିଙ୍କିଆବାସୀଙ୍କ ଉପରେ ପୁଲିସ ବଳ ଲଗାଇ ରାଗ ସୁଝାଉଛନ୍ତି ବୋଲି କଂଗ୍ରେସ ସିଧାସଳଖ ରାଜ୍ୟ ସରକାର ଏବଂ ତାଙ୍କ ପୁଲିସ ବିଭାଗ ଉପରେ ବର୍ଷିଛି । ଏକ ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ଯେଉଁସବୁ ନିତିନିୟମକୁ ପାଥେୟ କରିବା କଥା ତାହା ନକରି ସିଧାସଳଖ ଭାବରେ ରାଜ୍ୟ ସରକାର ଘରୋଇ କମ୍ପାନୀ ପାଇଁ ପକ୍ଷ ହୋଇ ଢ଼ିଙ୍କିଆବାସୀଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି।

ଏପରିକି ମହିଳା ଓ ଶିଶୁ ଏଥିରୁ ବାଦ ପଡ଼ିନାହାନ୍ତି । ସବୁଠୁ ଆର୍ଶ୍ଚଯ୍ୟର କଥା ଘରୋଇ କମ୍ପାନୀକୁ ଜମି ଦେବା ପୂର୍ବରୁ ପରିବେଶ ମଞ୍ଜୁରୀ ନଥାଇ ସରକାର ଘରୋଇ କମ୍ପାନୀ ଆଗରେ ଆତ୍ମ ସମର୍ପଣ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପୁଲିସର କାର୍ଯ୍ୟକଳାପ ନେଇ ରାଜ୍ୟ ସରକାର ଚୁପ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ଯେ,ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଜମି ଅଧିଗ୍ରହଣ ନାମରେ ଢ଼ିଙ୍କିଆବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି ଯାହାକୁ କଂଗ୍ରେସ କଡ଼ା ଭାଷାରେ ନିନ୍ଦା କରୁଛି।

ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଦୃଢ଼ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଜଗତସିଂହପୁର ପୁଲିସ ଏସପି ଏବଂ ସଂପୃକ୍ତ ଅଭୟଚାନ୍ଦପୁର ଥାନା ଅଧିକାରୀ ବିଗତ ଦିନରେ ୨୦୨୦ ମସିହାରେ ପୁରୀ ବାସେଳିସାହି ଥାନାରେ କେ ରମେଶ ନାମକ ଯୁବକଙ୍କର ହାଜତ ମୃତ୍ୟୁ ଘଟଣାକୁ ନେଇ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଏବଂ ଦୁର୍ଭାଗ୍ୟର କଥା ସେହି ଥାନା ଅଧିକାରୀ ଓ ସେହି ନିର୍ଦ୍ଦିଷ୍ଟ ଏସ୍‌ପିଙ୍କୁ ରାଜ୍ୟ ସରକାର ଢ଼ିଙ୍କଆରେ ତାଣ୍ଡବଲୀଳା ପାଇଁ ଦାୟିତ୍ୱ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର ସିଧାସଳଖ ଭାବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସରକାର ଓ ଶାସକ ବିଜେଡି ନିଜର ରାଜନୈତିକ ମହତ ଆଂକାକ୍ଷାକୁ ଚରିତାର୍ଥ କରିବାପାଇଁ ପୋଲିସ ବାହିନୀକୁ ସରକାରୀ ଗୁଣ୍ଡା ସଜାଇ ଢ଼ିଙ୍କିଆରେ ମାନବାଧିକାର ଉଲ୍ଲଙ୍ଘନ କରୁଛି ଯାହାକି ଜନମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିବା ସହ ଢ଼ିଙ୍କିଆରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ସରକାର ତୁରନ୍ତ ଢ଼ିଙ୍କିଆ ଅଂଚଳରୁ ପୁଲିସ ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story