/odisha-reporter/media/post_attachments/uploads/2020/11/mrs.jpg)
mrs
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗତକାଲି ଗିରଫ ପରେ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଅଧିକ ଦିନ ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ଇଓଡବ୍ଲ୍ୟୁର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା ଇଓଡବ୍ଲ୍ୟୁ। ତାଙ୍କ ବିରୋଧରେ ୪୨୦, ୪୨୩, ୪୬୭, ୪୬୮ ଓ ୪୭୧ ଭଳି ଦଫା ଲଗାଯାଇଛି । ଏଥିସହ 120 B ର ସେକ୍ସନ 3 (1) (G, Q) SC/ST ଆଇନରେ ସିଏଫ୍ଓଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର EOW ପ୍ରେସ୍ ରିଲିଜରେ ଉଲ୍ଲେଖ କରିଥିଲା।
ସୂଚନାଯୋଗ୍ୟ, ବିନା ନୋଟିସରେ ଗତକାଲି କ୍ରାଇମବ୍ରାଞ୍ଚ ମନୋରଞ୍ଜନଙ୍କୁ ଉଠାଇ ନେଇଥିବା ବେଳେ ଏ ସଂକ୍ରାନ୍ତରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଯାଇ ନ ଥିଲା। ଅପରାହ୍ନରେ କ୍ୟାପିଟାଲ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଥିଲା। ଏହାସହ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଆବେଦନ କରିଥିବା ବେଳେ କୋର୍ଟ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
