ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ ଜଣ ଲୋକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ମୋ ସରକାର ଟିମ୍’ ଅଫିସରଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ମତାମତ ଓ ଲୋକଙ୍କ ସହ କଥାବାର୍ତ୍ତା ଆଧାରରେ ମୁଖ୍ୟମନ୍ତ୍ରୀ ୪ଟି ଆଦିବାସୀ ଅଧ୍ୟୁଷ୍ୟିତ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଟି ଜିଲ୍ଲାର […]

naveen-patnik

Manoranjan Sial
  • Published: Monday, 14 October 2019
  • , Updated: 14 October 2019, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ ଜଣ ଲୋକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ମୋ ସରକାର ଟିମ୍’ ଅଫିସରଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ମତାମତ ଓ ଲୋକଙ୍କ ସହ କଥାବାର୍ତ୍ତା ଆଧାରରେ ମୁଖ୍ୟମନ୍ତ୍ରୀ ୪ଟି ଆଦିବାସୀ ଅଧ୍ୟୁଷ୍ୟିତ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଟି ଜିଲ୍ଲାର ରୋଗୀ କଲ୍ୟାଣ ସମିତିକୁ ୧୫ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ଦିଆଯାଇଛି। ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ଏସପିମାନଙ୍କୁ ୧୦ ଲକ୍ଷ ଟଙ୍କା ବି ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ପୁଲିସ୍ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ରାଜ୍ୟ ସରକାର ଧ୍ୟାନକେନ୍ଦ୍ରିତ କରିଛନ୍ତି। ୧୨୦ଜଣ ସାଧାରଣ ଲୋକଙ୍କ ସହ ଫୋନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜେ କଥା ହୋଇଛନ୍ତି ଓ ସେମାନଙ୍କଠୁ ମିଳିଥିବା ପ୍ରତିକ୍ରିୟା ମଧ୍ୟ ଉତ୍ସାହଜନକ ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆମର ରଣନୀତି ଅନୁସାରେ ସେ ନିଜେ ବରିଷ୍ଠ ଅଫିସରମାନଙ୍କୁ ରାଜ୍ୟତମାମ ଗସ୍ତ କରିବାକୁ ପଠାଇଛନ୍ତି । ଅତିକମରେ ୧୫ଟି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କଠୁ ମିଳୁଥିବା ମତାମତ ପ୍ରେରଣାଦାୟକ ଓ ତୃଣମୂଳସ୍ତରରେ ଉଭୟ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଉତ୍ସାହଜନକ ରହିଛି । ମୋ ସରକାର ଟିମର ଗସ୍ତବେଳେ ସେମାନେ ରୋଗୀଙ୍କଠୁ ପାଇଥିବା ମତାମତ ଓ ଡାକ୍ତରଙ୍କ ସହ ଆଲୋଚନା ପରେ ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଥିବା ହସ୍ପିଟାଲର ବେଡ୍ ସଂଖ୍ୟା ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ବେଡ୍ ସଂଖ୍ୟା ୨୦୦କୁ ବୃଦ୍ଧି କରିବା ସହ ଡାକ୍ତର ରହିବା ପାଇଁ ଘର, ଟ୍ରାନଜିଟ୍ ହୋମ୍ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ରେଷ୍ଟରୁମ୍ ନିର୍ମାଣ ହେବ। ମୋଟୁଠାରୁ ମାଲକାନଗିରି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବସ ଚଳାଚଳ କରିବ।

କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୪ମାସ ମଧ୍ୟରେ ବେଡ୍ ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ। ଏବେ କଲେଜ ପରିସରରେ ଆଟେଣ୍ଡାଣ୍ଟଙ୍କ ପାଇଁ ଥିବା ରେଷ୍ଟସେଡ୍ ପାଇଁ ଅସ୍ଥାୟୀ ବ୍ୟବସ୍ଥା ହୋଇଛି। ଷ୍ଟାଫ୍ କ୍ୱାର୍ଟର ଓ ଟ୍ରାନଜିଟ୍ ହୋମ୍ ନିର୍ମାଣ ପାଇଁ କ୍ୟାମ୍ପସରେ ବ୍ୟବସ୍ଥା କରାଯିବ। ହସ୍ପିଟାଲକୁ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରାୟାଣ ଗାଡ଼ି ଯୋଗାଇ ଦିଆଯିବ।କୋରାପୁଟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବେଡ୍ ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ। ବର୍ତ୍ତମାନର କୋଠାରେ ନୂଆ ୱାର୍ଡ ନିର୍ମାଣ କରାଯିବ। ଷ୍ଟାଫ କ୍ୱାର୍ଟର ଓ ଆଟେଣ୍ଡାଣ୍ଟ୍ ରେଷ୍ଟରୁମ୍ ନିର୍ମାଣ ହେବ। ହସ୍ପିଟାଲକୁ ୨ଟି ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯିବ। ନବରଙ୍ଗପୁର ଜିଲ୍ଲା ହସ୍ପିଟାଲରେ ବେଡ୍ ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। ନୂଆ ହସ୍ପିଟାଲ କୋଠାରେ ଏହି ୨୦୦ଟି ବେଡ୍ ନିର୍ମାଣ ହେବ। ଆଟେଣ୍ଡାଣ୍ଟ୍ ରେଷ୍ଟ୍ ସେଡ୍ ନିର୍ମାଣ କରାଯିବ। ହସ୍ପିଟାଲକୁ ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରାୟାଣ ଗାଡ଼ି ଯୋଗାଇ ଦିଆଯିବ।

Related story