କଟକଣାକୁ ଫୁ’: ବଙ୍ଗଳା ମରାମତିରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖଇରାତ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ପାଇଁ ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସରକାରୀ ଖର୍ଚ୍ଚ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇଥିଲେ ବି ତାହା ଏବେ ପ୍ରଭାବଶୂନ୍ୟ। ରାଜ୍ୟ ଅର୍ଥ ବିଭାଗ ଏହି କଟକଣା ଲଗାଇବାର ୧୦ଦିନ ପରେ ପୂର୍ତ୍ତ ବିଭାଗ ଗୋଟିଏ ସରକାରୀ କ୍ୱାର୍ଟର୍ସ(ବଙ୍ଗଳା) ମରାମତି ନିମନ୍ତେ ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ପାଣ୍ଠି ଆବଣ୍ଟନ କରିଛି। କରୋନା ମହାମାରୀ ଯୋଗୁ ରାଜ୍ୟର ଲକ୍ଷଲକ୍ଷ ଲୋକ ରୋଜଗାର ହରାଇ ଦୁଇଓଳି […]

quater

quater

Manoranjan Sial
  • Published: Monday, 03 August 2020
  • Updated: 03 August 2020, 08:06 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ପାଇଁ ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସରକାରୀ ଖର୍ଚ୍ଚ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇଥିଲେ ବି ତାହା ଏବେ ପ୍ରଭାବଶୂନ୍ୟ। ରାଜ୍ୟ ଅର୍ଥ ବିଭାଗ ଏହି କଟକଣା ଲଗାଇବାର ୧୦ଦିନ ପରେ ପୂର୍ତ୍ତ ବିଭାଗ ଗୋଟିଏ ସରକାରୀ କ୍ୱାର୍ଟର୍ସ(ବଙ୍ଗଳା) ମରାମତି ନିମନ୍ତେ ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ପାଣ୍ଠି ଆବଣ୍ଟନ କରିଛି। କରୋନା ମହାମାରୀ ଯୋଗୁ ରାଜ୍ୟର ଲକ୍ଷଲକ୍ଷ ଲୋକ ରୋଜଗାର ହରାଇ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଥିବାବେଳେ ସାଧାରଣ ପ୍ରଶାସନ ବିଭାଗର ସହଯୋଗରେ ପୂର୍ତ୍ତ ବିଭାଗ ରାଜକୋଷ ଉପରେ ଅଯଥା ଚାପ ପକାଇବାର ଉଦ୍ୟମ କରିଛି। ମହାମାରୀ ସମୟରେ ଅର୍ଥ ବିଭାଗର କଟକଣା ସତ୍ତ୍ୱେ ଗୋଟିଏ ସରକାରୀ କୋଠାରେ ରାଜକୋଷରୁ ଏତେ ଟଙ୍କା କାହା ସ୍ୱାର୍ଥରେ ଖର୍ଚ୍ଚ କରାଗଲା ଓ ଏଥିପାଇଁ କିଏ ନିର୍ଦ୍ଦେଶ ଦେଇଛି ତାକୁ ନେଇ ପ୍ରଶ୍ନ ଉଠିଛି। ଏହାସହିତ ସରକାର କ୍ୱାଟର୍ସ ମରାମତି ଓ ନବୀକରଣ ନାଁରେ ପ୍ରଶାସନିକ ବଡ଼ପଣ୍ଡା ଓ ମନ୍ତ୍ରୀମାନଙ୍କୁ ବିଳାସମୟ ଜୀବନ ବିତାଇବାକୁ କିଭଳି ରାଜକୋଷକୁ ଖୋଳ କରାଯାଉଛି ତଥା ନିୟମକାନୁନକୁ ଖୋଲା ଉଲ୍ଲଘଂନ କରାଯାଉଛି ତାହାର ନଗ୍ନଚିତ୍ର ଏବେ ପଦାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି) ବିଜୟ ଚନ୍ଦ୍ର ତ୍ରିପାଠୀ ଜୁଲାଇ ୧୭ତାରିଖରେ ଏଜି ଛକ ନିକଟରେ ଥିବା ୟୁନିଟ୍ ୬ସ୍ଥିତ କ୍ୱାଟର୍ସ ନମ୍ବର- ଭିଆଇଆଇଆଇଏସଜିଓ-୫ ର ମରାମତି ଓ ନବୀକରଣ ନିମନ୍ତେ ୨୧ଟି କାର୍ଯ୍ୟ ପାଇଁ ୯୩ ଲକ୍ଷ ୯ହଜାର ୨୦୦ଟଙ୍କା ଖର୍ଚ୍ଚ ବାବଦରେ ପାଣ୍ଠି ଆବଣ୍ଟନ କରିବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବଣ୍ଟିତ ପାଣ୍ଠି ମିଳିବା ପରେ ତାକୁ ସେସବୁ କାର୍ଯ୍ୟରେ ତୁରନ୍ତ ଖର୍ଚ୍ଚ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏହି ପାଣ୍ଠି ଫେରସ୍ତ ହେଲେ ସେଥିପାଇଁ ଦାୟୀ ରହିବାକୁ ମଧ୍ୟ ତାଗିଦ୍ କରିଥିଲେ।

ଶ୍ରୀ ତ୍ରିପାଠୀ ଯେଉଁସବୁ କାର୍ଯ୍ୟର ବିବରଣୀ ଦେଇଥିଲେ ସେଥିରେ ୧୬ଟି ସିଭିଲ୍ ୱାର୍କ ଓ ୫ଟି ଇଲେକ୍ଟ୍ରିକ୍ କାର୍ଯ୍ୟ ରହିଥିବାବେଳେ ଏସବୁର କାର୍ଯ୍ୟର ତାଲିକା ଓ ଏଥିପାଇଁ ଆବଣ୍ଟିତ ଅର୍ଥକୁ ଦେଖିଲେ ଲୋକଙ୍କ ଟିକସ ତଥା ରାଜକୋଷ ଅର୍ଥକୁ କିଭଳି ସୁଚିନ୍ତିତ ଉପାୟରେ ଖଇରାତ କରାଯାଉଛି ତାହା ଜଳଜଳ ହୋଇ ଜଣାପଡ଼ିବ। ସାଧାରଣ ପ୍ରଶାସନ ବିଭାଗର ୨୦୨୦ ଜୁନ୍ ୧୭ତାରିଖର ଚିଠି ଆଧାରରେ ଏସବୁ କାର୍ଯ୍ୟର ତାଲିକା ପ୍ରସ୍ତୁତ ହୋଇଛି।

ଶ୍ରୀ ତ୍ରିପାଠୀ ପଠାଇଥିବା ସେହି ତାଲିକା ଅନୁସାରେ ଉକ୍ତ ସରକାରୀ କୋଠାରେ ଡୋର ସ୍କ୍ରିନ୍ ଲଗାଇବା ବାବଦରେ ୪.୮୬ଲକ୍ଷ ଟଙ୍କା, ସୋଫା-କାଠ ଚେୟାର ଓ କଫି ଟେବୁଲ ପାଇଁ ୪.୫୪ଲକ୍ଷ ଟଙ୍କା, କିଙ୍ଗସାଇଜ ବେଡ୍ ଓ ଡାଇନିଂ ଟେବୁଲ ପାଇଁ ୪.୯୧ଲକ୍ଷ ଟଙ୍କା, ବେଡସାଇଜ୍ ଟେବୁଲ , ଆଲମିରା-ଭିଆଇପି ଚେୟାର, ଡ୍ରେସିଂ ଟେବୁଲ ଓ ଗଣେଶ ମୂର୍ତ୍ତି ବାବଦରେ ୪.୯୦ଲକ୍ଷ ଟଙ୍କା, ଅସ୍ଥାୟୀ ସେଡ୍ ନିର୍ମାଣରେ ୮.୨୬ଲକ୍ଷ ଟଙ୍କା, ବେଡସିଟ, ଟାୱେଲ ଓ ଅନ୍ୟ ଫର୍ଣ୍ଣିଚର ପାଇଁ ୪.୫୪ଲକ୍ଷ ଟଙ୍କା, ଟିଭି-ଫ୍ରିଜ-ସାଉଣ୍ଡବକ୍ସ, ୱାସିଂ ମେସିନ ପାଇଁ ୪.୭୫ଲକ୍ଷ ଟଙ୍କା, ୨ସିଟର ସୋଫା ଓ କିଙ୍ଗସାଇଜ ବେଡ୍ ପାଇଁ ୪.୭୯ଲକ୍ଷ ଟଙ୍କା, ରୋଷେଇ ଘର ସାରଞ୍ଜାମ,ହିଟର,ପ୍ରେସରକୁକୁର ପାଇଁ ୨.୩୯ଲକ୍ଷ ଟଙ୍କା, ବିଦ୍ୟୁତିକରଣ ନାଁରେ ୯.୯୬ଲକ୍ଷ ଟଙ୍କା, ଲନରେ ଲାଇଟ୍ ବ୍ୟବସ୍ଥା ପାଇଁ ୪.୯୮ଲକ୍ଷ ଟଙ୍କା, ଏସି ପାଇଁ ୪.୮୮ଲକ୍ଷ ଓ ବାଥରୁମରେ ଗିଜର ଲଗାଇବାରେ ୨ଲକ୍ଷ ଟଙ୍କା ଖର୍ଚ୍ଚ ନିମନ୍ତେ ଏହି ପାଣ୍ଠି ଆବଣ୍ଟନ ହୋଇଛି। କେବଳ ସେତିକି ନୁହେଁ, ୨୦୧୯ ଡିସେମ୍ବର ୪ତାରିଖରେ ତତକାଳୀନ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ଏସଆର ସେଠୀ ଏହି ସରକାରୀ କ୍ୱାଟର୍ସର ମରାମତି ପାଇଁ ୧.୩୦ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ।

ତେବେ ପ୍ରଶ୍ନ ଉଠୁଛି, ମହାମାରୀବେଳେ ଗରିବ,ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ନିଜର ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ସେହି ଲୋକଙ୍କ ଟିକସ ଅର୍ଥକୁ ଏଭଳି ରାଜକୀୟ ଆଦବକାଇଦାରେ ଖର୍ଚ୍ଚ କରିବାକୁ ସରକାରଙ୍କୁ ଅଧିକାର ଦେଲା କିଏ? ଏଭଳି ରାଜକୀୟ ଠାଣି ନିମନ୍ତେ ଉଭୟ ସାଧାରଣ ପ୍ରଶାସନ ଓ ପୂର୍ତ୍ତ ବିଭାଗ ରାଜକୋଷ ପାଣ୍ଠିକୁ ଲୁଟାଇବାକୁ ସାମାନ୍ୟତମ କୁଣ୍ଠାବୋଧ କଲେନି କିପରି? ପୂର୍ତ୍ତ ବିଭାଗର ଅସମର୍ଥିତ ସୂତ୍ରର ସୂଚନା ଅନୁସାରେ ଏହି ନିର୍ଦ୍ଦିଷ୍ଟ କ୍ୱାର୍ଟର୍ସରେ ୨୦୧୬ ଅଗଷ୍ଟରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ମରାମତି ଓ ନବୀକରଣ ନାଁରେ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।

ଜୁଲାଇ ୭ତାରିଖରେ ଅର୍ଥ ବିଭାଗର କଟକଣା ଅନୁସାରେ, ଅର୍ଥ ବିଭାଗର ବିନାନୁମତିରେ କୌଣସି ସରକାରୀ କ୍ୱାର୍ଟର୍ସର ମରାମତି ଓ ନବୀକରଣରେ ୨ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇପାରିବ ନାହିଁ। ଯଦି ନିର୍ମାଣ କାର୍ଯ୍ୟ ଓ ଉପକରଣ କ୍ରୟ ପାଇଁ ଟେଣ୍ଡର ହୋଇସାରିଥିବ ଏବଂ ତାହା ଜରୁରୀ ନଥିବ ତା’ହେଲେ ସେହି କାମକୁ ବାତିଲ କରାଯିବ।

ଅନ୍ୟପକ୍ଷରେ ମହାମାରୀ ସମୟରେ ଏଭଳି ଅଯଥା ଖର୍ଚ୍ଚ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟଯନ୍ତ୍ରୀ(କୋଠାବାଡ଼ି) ବିଜୟ ଚନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ, ସେ ମାର୍ଚ୍ଚରେ ଏହି ଦାୟିତ୍ୱ ନେଇଛନ୍ତି। ତାଙ୍କ ପୂର୍ବରୁ ଯିଏ ଦାୟିତ୍ୱରେ ଥିଲେ ସେ ଏହି କାର୍ଯ୍ୟ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସରକାରଙ୍କ ନିର୍ଦ୍ଦେଶକୁ ସେ କେବଳ ପାଳନ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଉପରେ ସେ ଏବେ କିଛି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗର ୱେବସାଇଟ୍ ଅନୁସାରେ ଏହି କ୍ୱାଟର୍ସ ଓଡ଼ିଶା ଦକ୍ଷତା ପ୍ରାଧିକରଣ ବିକାଶ ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କ ନାଁରେ ରହିଛି। ସେ ୨୦୧୬ ଅଗଷ୍ଟରୁ ଏହି କ୍ୱାଟର୍ସରେ ରହୁଥିଲେ। ମାତ୍ର ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଲୋକାଯୁକ୍ତ ଅଧ୍ୟକ୍ଷ ଅଜିତ୍ ସିଂ ଏବେ ଏହି ବଙ୍ଗଳାରେ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story