ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ଆଜି ମହାତ୍ମା ଗାନ୍ଧି ମାର୍ଗରେ ପାଳନ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ। କରୋନା କଟକଣା ଯୋଗୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବାର ସୁଯୋଗ ସାଧାରଣ ଲୋକଙ୍କୁ ମିଳିନଥିଲା। ଏପରିକି ପରେଡ୍ ସ୍ଥଳ ନିକଟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବା ପାଇଁ ମଧ୍ୟ ଅନୁମତି […]

governer

Manoranjan Sial
  • Published: Tuesday, 26 January 2021
  • , Updated: 26 January 2021, 07:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ଆଜି ମହାତ୍ମା ଗାନ୍ଧି ମାର୍ଗରେ ପାଳନ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ। କରୋନା କଟକଣା ଯୋଗୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବାର ସୁଯୋଗ ସାଧାରଣ ଲୋକଙ୍କୁ ମିଳିନଥିଲା। ଏପରିକି ପରେଡ୍ ସ୍ଥଳ ନିକଟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବା ପାଇଁ ମଧ୍ୟ ଅନୁମତି ନଥିଲା।

ସାଧାରଣତନ୍ତ୍ର ଦିବସ ପରେଡରେ ମୋଟ ୧୪ଟି ଟ୍ରୁପ୍ ଭାଗ ନେଇଥିବାବେଳେ ପରେଡର ନେତୃତ୍ୱ କେସିଙ୍ଗା ଏସଡିପିଓ ଏସ୍ ସୁଶ୍ରୀ ନେଇଥିଲେ। ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପରେଡ୍ ସ୍ଥଳ ନିକଟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଗୃହ ସଚିବ ସଞ୍ଜିବ ଚୋପ୍ରା, ପୁଲିସ ଡିଜି ଅଭୟ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଏନସିସି ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରି ପାଛୋଟି ନେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କେତେକ ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିଥିବାବେଳେ କେତେକ ଜିଲ୍ଲାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିଥିବା ଜଣାପଡ଼ିଛି।

Related story