ସାନି ଜିଲ୍ଲା ପରିଷଦ ସଭାପତି ଚିଠା ବିଜ୍ଞପ୍ତି: କମିଲା ଅନୁସୂଚିତ ଜନଜାତିଙ୍କ ସିଟ୍, ୩ ସୁଦ୍ଧା ଅଭିଯୋଗ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ଛାଟ ପରେ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଆଜି ସାନି ଜିଲ୍ଲା ପରିଷଦ ସଭାପତି ପଦବୀ ସଂରକ୍ଷଣ ନିମନ୍ତେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ନଭେମ୍ବର ୫ତାରିଖରେ ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ମୋଟ ୪୬ ପ୍ରତିଶତ ସଭାପତି ଆସନ ସଂରକ୍ଷିତ ରଖାଯାଇଥିବାବେଳେ ଆଜିର ସାନି ଚିଠା ବିଜ୍ଞପ୍ତିରେ ତାହା ୪୦ ପ୍ରତିଶତକୁ ହ୍ରାସ ପାଇଛି। ଅନୁସୂଚିତ ଜାତି ବର୍ଗଙ୍କ ଆସନ ପରିମାଣ […]

odisha

odisha

Ordigital Desk
  • Published: Friday, 24 December 2021
  • Updated: 24 December 2021, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ଛାଟ ପରେ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଆଜି ସାନି ଜିଲ୍ଲା ପରିଷଦ ସଭାପତି ପଦବୀ ସଂରକ୍ଷଣ ନିମନ୍ତେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ନଭେମ୍ବର ୫ତାରିଖରେ ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ମୋଟ ୪୬ ପ୍ରତିଶତ ସଭାପତି ଆସନ ସଂରକ୍ଷିତ ରଖାଯାଇଥିବାବେଳେ ଆଜିର ସାନି ଚିଠା ବିଜ୍ଞପ୍ତିରେ ତାହା ୪୦ ପ୍ରତିଶତକୁ ହ୍ରାସ ପାଇଛି। ଅନୁସୂଚିତ ଜାତି ବର୍ଗଙ୍କ ଆସନ ପରିମାଣ ବୃଦ୍ଧି ପାଇଥିବାବେଳେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ରହିଛି । ତେବେ ଓବିସି ବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷିତ ରଖାଯାଇନାହିଁ। ଏହି ଚିଠା ବିଜ୍ଞପ୍ତି ଉପରେ କୌଣସି ଆପତ୍ତି ଅଭିଯୋଗ କିମ୍ବା ପରାମର୍ଶ ଥିଲେ ଆସନ୍ତା ଜାନୁୟାରୀ ୩ ତାରିଖ ସୁଦ୍ଧା ଜଣାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ସାନି ଜିଲ୍ଲା ପରିଷଦ ସଭାପତି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ-୧୯୯୧ର ଧାରା-୮ ଅନ୍ତର୍ଗତ ଉପଧାରା(୩)ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ଆଜି ଜିଲ୍ଲା ପରିଷଦ ସଭାପତି ପଦବୀର ସଂରକ୍ଷଣକୁ ନେଇ ଆଜି ପ୍ରକାଶିତ ଚିଠା ବିଜ୍ଞପ୍ତି ଉପରେ ୧୦ଦିନ ପର୍ଯ୍ୟନ୍ତ ମତାମତ ଓ ଆପତ୍ତି ଆହ୍ନାନ କରିବେ । ଆସନ୍ତା ୩ ତାରିଖ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ୭ଟି ଅନୁସୂଚିତ ଜନଜାତି(୪ଟି ମହିଳା), ୫ଟି ଅନୁସୂଚିତ ଜାତି(୩ଟି ମହିଳା) ଓ ୧୮ଟି(୮ଟି ମହିଳା) ସାଧାରଣ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ତେବେ ଆଜି ଜାରି ଚିଠା ବିଜ୍ଞପ୍ତିରେ ମହିଳାଙ୍କ ନିମନ୍ତେ ଜିଲ୍ଲା ପରିଷଦ ସଭାପତି ପଦବୀରେ ୫୦ ପ୍ରତିଶତ ସଂରକ୍ଷଣ ବଳବତ୍ତର ରହିଥିବାବେଳେ ଗତ ନଭେମ୍ବର ୫ତାରିଖରେ ଜାରି ଚୂଡ଼ାନ୍ତ ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦ଟି ଜିଲ୍ଲା ପରିଷଦ ସଭାପତି ପଦବୀ ସଂରକ୍ଷିତ ରହିଥିବାବେଳେ ଆଜି ଚିଠା ପ୍ରସ୍ତାବରେ ତାକୁ ୭ଟିକୁ ହ୍ରାସ କରିଦେଇଛନ୍ତି । ଯେଉଁ ୭ଟି ଜିଲ୍ଲା ଅନୁସଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ସେଗୁଡ଼ିକ ହେଲା କନ୍ଧମାଳ(ମହିଳା), କୋରାପୁଟ(ମହିଳା), ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି(ମହିଳା), ରାୟଗଡ଼ା(ମହିଳା) ଓ ସୁନ୍ଦରଗଡ଼ ରହିଛି । ମୋଟ ୭ଟି ଜିଲ୍ଲାରୁ ୪ଟି ଜିଲ୍ଲା ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେବେ ୫ତାରିଖର ଚୂଡ଼ାନ୍ତ ବିଜ୍ଞପ୍ତିରେ ଥିବା କେନ୍ଦୁଝର, ଗଜପତି ଓ ବାଲେଶ୍ୱର ଜିଲ୍ଲାକୁ ଏଥର ଅନୁସୂଚିତ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷଣରୁ ବାଦ୍ ଦିଆଯାଇଛି । ଅର୍ଥାତ୍ ନଭେମ୍ବର ୫ର ଚୂଡ଼ାନ୍ତ ବିଜ୍ଞପ୍ତିରେ ଅନୁସୂଚିତ ବର୍ଗଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିବା ରାଜ୍ୟ ସରକାର ଏବେ ୨୩.୩% ଆସନ ଦେଇଛନ୍ତି ।

ଅନ୍ୟପକ୍ଷରେ ଅନୁସୂଚିତ ଜାତି ବର୍ଗଙ୍କ ନିମନ୍ତେ କେନ୍ଦ୍ରାପଡ଼ା(ମହିଳା), ଜଗତସିଂହପୁର, ଯାଜପୁର(ମହିଳା), ବୌଦ୍ଧ(ମହିଳା), ଭଦ୍ରକ ଥିବାବେଳେ ନଭେମ୍ବର ୫ତାରିଖର ଚୂଡ଼ାନ୍ତ ବିଜ୍ଞପ୍ତି ତୁଳନାରେ ଆଜି ଏହି ବର୍ଗର ପ୍ରତିନିଧିତ୍ୱ ପରିମାଣ ବୃଦ୍ଧି ପାଇଛି । ପୂର୍ବରୁ ଅନୁସୂଚିତ ବର୍ଗଙ୍କ ପାଇଁ ୪ଟି ଜିଲ୍ଲା ଉଦ୍ଦିଷ୍ଟ ଥିବାବେଳେ ଏଥର ୫ଟି ଜିଲ୍ଲା ରହିଛି । କଟକ ପରିବର୍ତ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଏହି ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ରଖାଯାଇଥିବାବେଳେ ବୌଦ୍ଧ ଜିଲ୍ଲାକୁ ନୂତନ ଭାବେ ସାମିଲ କରାଯାଇଛି । ଏହି ବର୍ଗର ପ୍ରତିନିଧିତ୍ୱ ୧୩ ପ୍ରତିଶତ ଥିବାବେଳେ ଏଥର ୧୬.୬%କୁ ବୃଦ୍ଧି ପାଇଛି ।

ସେହିପରି ଅନ୍ୟ ୧୮ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା, ଗଞ୍ଜାମ, ଢେଙ୍କାନାଳ, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ା, ପୁରୀ ଓ ଝାରସୁଗୁଡ଼ା ଜିଲ୍ଲା ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାବେଳେ ଅନ୍ୟ ୧୦ଟି ଜିଲ୍ଲା ଯଥା- ଅନୁଗୁଳ କଟକ, କଳାହାଣ୍ଡି,କେନ୍ଦୁଝର, ଗଜପତି,ଦେବଗଡ଼, ନୟାଗଡ଼,ବରଗଡ଼,ବାଲେଶ୍ୱର, ଓ ସୋନପୁର ଅଣସଂରକ୍ଷିତ ରହିଛି । ରାଜ୍ୟ ସରକାର ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ନିମନ୍ତେ କୌଣସି ସଂରକ୍ଷିତ କରିନଥିବାରୁ ଏହି ୧୮ଟି ଜିଲ୍ଲା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ବିବେଚନା କରାଯାଉଛି ।

ରାଜନୀତିକ ବିଶେଷଜ୍ଞଙ୍କ ମତରେ ଯେଉଁ ୧୮ଟି ଜିଲ୍ଲା ସାଧାରଣ ବର୍ଗ ଓ ଅଣସଂରକ୍ଷିତ ରହିଛି ସେଗୁଡ଼ିକରେ ଶାସକ ବିଜେଡି ନିଜର ଓବିସି କାର୍ଡ ଖେଳି ଓବିସି ବର୍ଗଙ୍କୁ ପ୍ରତିନିଧିତ୍ୱ ଦେଇପାରେ । ସରକାରୀ ଭାବେ ସଂରକ୍ଷଣ ଦେବା ସମ୍ଭବପର ନଥିବାରୁ ଦଳ ଓବିସିଙ୍କ ପାଇଁ ଏଥିରୁ ୫୦ ପ୍ରତିଶତ ଆସନ ଛାଡ଼ିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story