ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱାଭାବିକ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେଶବ୍ୟାପୀ ଲକଡାଉନ୍ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱାଭାବିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । କରୋନା ପରିସ୍ଥିତି ସ୍ୱାଭାବିକ ହେବାପରେ ଅଧିକ ସଂଖ୍ୟକ ପର୍ଯ୍ୟଟକ କିଭଳି ଓଡ଼ିଶା ଆସିବେ ସେ ନେଇ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ […]

otdc

Manoranjan Sial
  • Published: Friday, 24 April 2020
  • , Updated: 24 April 2020, 09:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେଶବ୍ୟାପୀ ଲକଡାଉନ୍ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱାଭାବିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । କରୋନା ପରିସ୍ଥିତି ସ୍ୱାଭାବିକ ହେବାପରେ ଅଧିକ ସଂଖ୍ୟକ ପର୍ଯ୍ୟଟକ କିଭଳି ଓଡ଼ିଶା ଆସିବେ ସେ ନେଇ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ନିଗମକୁ କ୍ରିୟାଶୀଳ କରିବା ପାଇଁ କେତେକ ପ୍ରସ୍ତାବ ଦେଇ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ନିଗମ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଦକ୍ଷ ବୈଷୟିକ ଟିମର ଅଭାବ ଥିବାରୁ ଏ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଶ୍ରୀମତୀ ମିଶ୍ର କହିଥିଲେ। ସେହିପରି ପର୍ଯ୍ୟଟନ ବିଭାଗୀୟ ସଚିବ ବିଶାଳ ଦେବ ଓଡ଼ିଶା ପର୍ଯ୍ୟଟନର ପ୍ରଚାରପ୍ରସାର ପାଇଁ ବାହାର ରାଜ୍ୟରେ ରୋଡ୍ ଶୋ’ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାବ୍ୟତୀତ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏକ ଉର୍ତ୍ସଗୀକୃତ ହେଲପଲାଇନ ଆରମ୍ଭ, କାରାଭାନ୍ ଟୁର, ପର୍ଯ୍ୟଟନ ସ୍ଥଳୀରେ ଫଳକ ଲଗାଇବା, ପ୍ୟାକେଜ୍ ଟୁର ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।

କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱାଭାବିକ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତିର ଆବଶ୍ୟକତା ରହିଥିବାରୁ କେତେକ ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା ସହ ଲକଡାଉନ୍ ସମୟ ମଧ୍ୟରେ କେତେକ ସ୍ଥାନରେ ପୁନଃରୁଦ୍ଧାର କାର୍ଯ୍ୟ, ଓଟିଡିସି ଅଧୀନରେ ଥିବା ହୋଟେଲଗୁଡ଼ିକର ଦରରେ ପରିବର୍ତ୍ତନ ଆଣି ବଜାର ଦର ସମତୁଲ କରିବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ। ଏସବୁ ବ୍ୟତୀତ ଓଟିଡିସି ପକ୍ଷରୁ ଖୁବଶୀଘ୍ର ନୂଆ ରୋଡ୍ ଶୋ’, ଭର୍ଚୁଆଲ ଟୁରିଜିମ୍ ପାଇଁ ଯୋଜନା ପ୍ରସ୍ତୁତ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର ଯାଦବ ଓ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସଏ ପ୍ରମୁଖ ଯୋଗ ଦେଇଥିଲେ।

Related story