ଭାଇରାଲ ଅଡ଼ିଓ ମାମଲା: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂପର୍କିତ କଥାବାର୍ତ୍ତାକୁ ନେଇ ଅଡିଓ ଭାଇରାଲ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ। ଓଡ଼ିଶା ଟେଲିଭିଜନ ଆବେଦନ ଆଧାରରେ ହାଇକୋର୍ଟ ଦେଲେ ନିର୍ଦ୍ଦେଶ। OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ପୁଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ପୁଲିସ ପଦକ୍ଷେପ ନେଇ ହାଇକୋର୍ଟ ଯାଇଥିଲା OTV। ପୁଲିସର ରାତି ଅଧିଆ ନୋଟିସକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଟିଭି। ରାତି ଅଧିଆ ନୋଟିସ, ହାଜର ପାଇଁ ସମନକୁ […]

highcourt-1.1

Tapas Behera
  • Published: Tuesday, 18 August 2020
  • , Updated: 18 August 2020, 05:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂପର୍କିତ କଥାବାର୍ତ୍ତାକୁ ନେଇ ଅଡିଓ ଭାଇରାଲ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ। ଓଡ଼ିଶା ଟେଲିଭିଜନ ଆବେଦନ ଆଧାରରେ ହାଇକୋର୍ଟ ଦେଲେ ନିର୍ଦ୍ଦେଶ। OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ପୁଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରେ ପୁଲିସ ପଦକ୍ଷେପ ନେଇ ହାଇକୋର୍ଟ ଯାଇଥିଲା OTV। ପୁଲିସର ରାତି ଅଧିଆ ନୋଟିସକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଟିଭି। ରାତି ଅଧିଆ ନୋଟିସ, ହାଜର ପାଇଁ ସମନକୁ ନେଇ କୋର୍ଟ ଯାଇଥିଲା OTV। ଉକ୍ତ ମାମଲାରେ ପୁଲିସକୁ ସର୍ବଦା ସହଯୋଗ କରିଆସିଛି OTV। ଆଗକୁ ମଧ୍ୟ ତଦନ୍ତରେ ସର୍ବଦା ସହଯୋଗ କରିବ OTV।

Related story