ପଞ୍ଚକୁଲାରେ ସାହସିକତା ଦେଖାଇଥିବା ଓଡ଼ିଶା କ୍ୟାଡର ଅଫିସରଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ତଥା ପଞ୍ଚକୁଲାର ଡେପୁଟି କମିଶନର ଗୌରୀ ପରାଶର ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଗୌରୀଙ୍କ ସାହସିକତା ଓ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଗତ ଶୁକ୍ରବାର ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ ହେବା ପରେ ସମଗ୍ର ପଞ୍ଚକୁଲା ଜଳୁଥିଲା। ଏହି ସମୟରେ ଆଇନ୍‌ ଶୃଙ୍ଖଳା ସ୍ଥିତି ପୋଲିସ ହାତରୁ ଖସି ଯାଉଥିବା ଦେଖି ଡେପୁଟି କମିଶନର ଗୌରୀ ପରାଶର ସ୍ଥିତି ସମ୍ଭାଳିବା ପାଇଁ […]

Rakesh Mallick
  • Published: Monday, 28 August 2017
  • , Updated: 28 August 2017, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ତଥା ପଞ୍ଚକୁଲାର ଡେପୁଟି କମିଶନର ଗୌରୀ ପରାଶର ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଗୌରୀଙ୍କ ସାହସିକତା ଓ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

ଗତ ଶୁକ୍ରବାର ରାମ୍ ରହିମ୍ ଦୋଷୀ ସାବ୍ୟସ୍ତ ହେବା ପରେ ସମଗ୍ର ପଞ୍ଚକୁଲା ଜଳୁଥିଲା। ଏହି ସମୟରେ ଆଇନ୍‌ ଶୃଙ୍ଖଳା ସ୍ଥିତି ପୋଲିସ ହାତରୁ ଖସି ଯାଉଥିବା ଦେଖି ଡେପୁଟି କମିଶନର ଗୌରୀ ପରାଶର ସ୍ଥିତି ସମ୍ଭାଳିବା ପାଇଁ ସେନାକୁ ଡାକିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏପରିକି ଡେରା ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇ ଜଣେ ପିଏସ୍ଓଙ୍କ ସହ ନିଜ ଅଫିସକୁ ଆସି ପଞ୍ଚକୁଲାର ସ୍ଥିତିକୁ ସେନା ହାତରେ ଦେବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ। ସେନାର ହସ୍ତକ୍ଷେପ ପରେ ପଞ୍ଚକୁଲାର ବିସ୍ଫୋରକ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୌରୀଙ୍କ ଏହି ସମୟୋଚିତ ନିଷ୍ପତ୍ତି ପଞ୍ଚକୁଲା ପାଇଁ ସଂଜୀବନୀ ସାବ୍ୟସ୍ତ ହୋଇଥିଲା। ୨୦୦୯ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଏଇ ଆଇଏଏସ୍ ଅଫିସର ଗୌରୀ ପରାଶର ପୂର୍ବରୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟ କରି ପ୍ରଶାସନିକ ଦକ୍ଷତାର ପରାକାଷ୍ଠା ଦେଖାଇ ସାରିଛନ୍ତି।

Related story