ଏଣିକି ଲୋକସେବା ଭବନ କର୍ମଚାରୀଙ୍କୁ ମିଳିବ ରେଡିଓ ଫ୍ରିକ୍ୱେନ୍ସି ଆଇକାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁୟାରୀ ମାସରୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନର କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ଆଇକାର୍ଡ ପ୍ରଦାନ କରାଯିବ। ଉକ୍ତ କାର୍ଡ ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସଗୁଡ଼ିକର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବା ସରକାରଙ୍କ ଦ୍ୱାରା ସହଜ ହୋଇପାରିବ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ନିର୍ଦ୍ଧାରିତ ଫର୍ମାଟରେ ନଭେମ୍ବର ୩୦ତାରିଖ ସୁଦ୍ଧା ସମସ୍ତ କର୍ମଚାରୀମାନଙ୍କ ବିବରଣୀ ଦାଖଲ କରିବାକୁ […]

odisha secretariat

odisha secretariat

Ordigital Desk
  • Published: Friday, 26 November 2021
  • Updated: 26 November 2021, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁୟାରୀ ମାସରୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନର କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ଆଇକାର୍ଡ ପ୍ରଦାନ କରାଯିବ। ଉକ୍ତ କାର୍ଡ ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସଗୁଡ଼ିକର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବା ସରକାରଙ୍କ ଦ୍ୱାରା ସହଜ ହୋଇପାରିବ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ନିର୍ଦ୍ଧାରିତ ଫର୍ମାଟରେ ନଭେମ୍ବର ୩୦ତାରିଖ ସୁଦ୍ଧା ସମସ୍ତ କର୍ମଚାରୀମାନଙ୍କ ବିବରଣୀ ଦାଖଲ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛି।

ସୂଚନା ଅନୁସାରେ, ଗୃହ ବିଭାଗ ପକ୍ଷରୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଆଦିରେ କାର୍ଯ୍ୟରତ କର୍ମଚାରୀ ଓ ଅଫିସରମାନଙ୍କର ପରିଚୟ ପତ୍ର(ଆଇକାର୍ଡ)ର ଅବଧିକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦିଆଯାଇଛି । କରୋନା କଟକଣା ଯୋଗୁ ୨୦୨୦ ଡିସେମ୍ବର ୩୧ତାରିଖରୁ ଏହି ପରିଚୟ ପତ୍ରଗୁଡ଼ିକର ବୈଧତା ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଆସନ୍ତା ଜାନୁୟାରୀ ପହିଲାରୁ ନୂଆ ଜ୍ଞାନକୌଶଳର ପରିଚୟ ପତ୍ର ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

କର୍ମଚାରୀ ଓ ଅଫିସରମାନଙ୍କୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ ଟେକ୍ନୋଲୋଜିଯୁକ୍ତ (ଆରଏଫଆଇଡି) ପରିଚୟ ପତ୍ର(ଆଇ କାର୍ଡ) ପ୍ରଦାନ କରାଯିବ । ବିଭିନ୍ନ ବିଭାଗରେ ନିୟମିତ କର୍ମଚାରୀଙ୍କ ସମେତ କାର୍ଯ୍ୟରତ ଓଏସଡି, କନସଲଟାଣ୍ଟ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ଏହି ଆରଏଫଆଇଡି କାର୍ଡ ଦିଆଯିବ । ତେବେ ବିଭିନ୍ନ ବିଭାଗରେ ସର୍ଭିସ ପ୍ରୋଭାଇଡରଙ୍କ ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏହି କାର୍ଡ ବଦଳରେ ଅସ୍ଥାୟୀ ପ୍ରବେଶ କାର୍ଡ ପ୍ରଦାନ କରାଯିବ ।

ଓଏସଡି, ଚୁକ୍ତିଭିତ୍ତିକ କର୍ମଚାରୀ ଓ କନସଲଟାଣ୍ଟଙ୍କ କାର୍ଯ୍ୟ ସରିଲେ ସେମାନେ ନିଶ୍ଚିତ ଭାବେ ଏହି ଆରଏଫଆଇଡି କାର୍ଡକୁ ବିଭାଗ ପାଖରେ ଦାଖଲ କରିବେ । ବିଭାଗଗୁଡ଼ିକ ଏକ ନିର୍ଦ୍ଧାରିତ ଫର୍ମାଟରେ କର୍ମଚାରୀଙ୍କ ଜନ୍ମତାରିଖ, ବ୍ଲଡ୍ ଗ୍ରୁପ୍ , ପଦବୀ, ଜରୁରୀ ଯୋଗାଯୋଗ ନମ୍ବର, ମୋବାଇଲ ନମ୍ବର, ଇମେଲ, ବର୍ତ୍ତମାନର ଠିକଣା ଓ ଅବସର ତାରିଖର ସୂଚନା ଦେବେ । ଏସବୁ ତଥ୍ୟକୁ ଗୃହ ବିଭାଗକୁ ଇମେଲ୍ ମାଧ୍ୟମରେ ୩୦ ତାରିଖ ସୁଦ୍ଧା ପଠାଇବାକୁ କୁହାଯାଇଛି । ଆଉ କର୍ମଚାରୀମାନଙ୍କର ଫଟୋ ଉଠାଯିବା ସମୟରେ ସେମାନେ ନିଜର ବ୍ୟକ୍ତିଗତ ତଥ୍ୟକୁ ମେଳ କରାଇବେ, ଯାହାକି ଆରଏଫଆଇଡି କାର୍ଡରେ ଉଲ୍ଲେଖ ରହିବ ତଥା ସମ୍ପୃକ୍ତ କର୍ମଚାରୀ ସେଥିରେ ଦସ୍ତଖତ କରିବେ । ଥରେ ଦସ୍ତଖତ କରିସାରିବା ପରେ କୌଣସି ତଥ୍ୟ ଭୁଲ୍ ଥିଲେ ତାକୁ ସଂଶୋଧନ କରିବାର ଅନୁମତି ମିଳିବ ନାହିଁ ।

ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନର ସୁରକ୍ଷା ତଥା କର୍ମଚାରୀମାନଙ୍କ ଉପରେ ନଜର ରଖିବା ପାଇଁ ଏହି କାର୍ଡ ସରକାରଙ୍କୁ ସହାୟକ ହେବ ବୋଲି କୁହାଯାଉଛି । ଏହି କାର୍ଡରେ ଥିବା ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ସେମାନଙ୍କର ଗେଟ୍ ଭିତରେ ପ୍ରବେଶକୁ ସୁନିଶ୍ଚିତ କରାଯାଇପାରିବ ତଥା ସେମାନଙ୍କର ଉପସ୍ଥାନ ଉପରେ ମଧ୍ୟ ସରକାର ନଜର ରଖିପାରିବେ । ଏହି ଉନ୍ନତମାନର ଜ୍ଞାନକୌଶଳ ଖୁବ କମ୍ ସମୟରେ ଶହ ଶହ କର୍ମଚାରୀଙ୍କ ଆରଏଫଆଇଡି କାର୍ଡକୁ ରିଡ୍ କରିବାରେ ସକ୍ଷମ ହୋଇପାରିବ । ଏହି ଆରଏଫଆଇଡି କାର୍ଡ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ, ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଏହି ସବୁ କାର୍ଯ୍ୟାଳୟରେ ପ୍ରାୟ ୮ରୁ ୧୦ହଜାର କର୍ମଚାରୀ ଏବେ କାର୍ଯ୍ୟରତ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story