ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ବାଦବିବାଦ ପରେ ମାଟ୍ରିକ ପରୀକ୍ଷା ଫର୍ମପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହଠାତ୍‌  ବଦଳିଗଲା ନିଷ୍ପତ୍ତି । ଏନେଇ  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ। ଫର୍ମପୂରଣ ନିମନ୍ତେ ପ୍ରକାଶିତ  ବିଜ୍ଞପ୍ତିକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଅସନ୍ତୁଷ୍ଟ ଥିଲେ। ବିନା ପାଠପଢ଼ାରେ ପରୀକ୍ଷା ପ୍ରସ୍ତୁତିକୁ ବିଭିନ୍ନ ମହଲରୁ ନାପସନ୍ଦ […]

exam

Niharika Rout
  • Published: Saturday, 07 November 2020
  • , Updated: 07 November 2020, 02:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ବାଦବିବାଦ ପରେ ମାଟ୍ରିକ ପରୀକ୍ଷା ଫର୍ମପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହଠାତ୍‌  ବଦଳିଗଲା ନିଷ୍ପତ୍ତି । ଏନେଇ  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ।

ଫର୍ମପୂରଣ ନିମନ୍ତେ ପ୍ରକାଶିତ  ବିଜ୍ଞପ୍ତିକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଅସନ୍ତୁଷ୍ଟ ଥିଲେ। ବିନା ପାଠପଢ଼ାରେ ପରୀକ୍ଷା ପ୍ରସ୍ତୁତିକୁ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ । ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ଏବଂ କିଛି ରାଜ୍ୟରେ କୋଭିଡର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ନୂଆବର୍ଷ ଯାଏଁ ସ୍କୁଲ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ପୂର୍ବରୁ ନଭେମ୍ବରରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କରୋନା ସଂକ୍ରମଣ କମିନଥିବା ଓ ଆନ୍ଧ୍ରରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବ୍ୟାପିବା ଘଟଣା ପରେ ଆସନ୍ତା ଡିସେମ୍ବର ଶେଷ ଯାଏଁ ରାଜ୍ୟରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଯୋଗୁ ଦୀର୍ଘ ମାସ ହେବ ସ୍କୁଲ ଖୋଲି ନଥିବା ବେଳେ ସ୍କୁଲ ଖୋଲି ନଥିବା ବେଳେ ମାଟ୍ରିକ ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଥିଲା। ଏହାକୁ ନେଇ ଅଭିଭାବକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

Related story