ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ମାନିଲେନି ସାମାଜିକ ଦୂରତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କୋଭିଡ୍ ଗାଇଡଲାଇନର ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି। ଆଉ ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲସ-୧୯୫୯ର ବ୍ୟବସ୍ଥା ଉଲ୍ଲଘଂନ କରି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଖୋଲାଖୋଲି ଏହି ଦଳୀୟ କାର୍ଯ୍ୟକ୍ରମର ପ୍ରଚାର କରୁଥିବା ଜଣାପଡ଼ିଛି। କୋଭିଡ୍ ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ […]

bjd

bjd

Manoranjan Sial
  • Published: Thursday, 09 July 2020
  • Updated: 09 July 2020, 06:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କୋଭିଡ୍ ଗାଇଡଲାଇନର ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି। ଆଉ ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲସ-୧୯୫୯ର ବ୍ୟବସ୍ଥା ଉଲ୍ଲଘଂନ କରି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଖୋଲାଖୋଲି ଏହି ଦଳୀୟ କାର୍ଯ୍ୟକ୍ରମର ପ୍ରଚାର କରୁଥିବା ଜଣାପଡ଼ିଛି। କୋଭିଡ୍ ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ବାରମ୍ବାର ଘୋଷଣା କରୁଥିଲେ ମଧ୍ୟ ମନ୍ତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁନଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ସୂଚନା ଅଧିକାରୀ ପଠାଣି ରାଉତଙ୍କ ଦ୍ୱାରା ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ‘ଜୀବନ ବିନ୍ଦୁ’ ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବାଲିତୁଠ ପଂଚାୟତ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଏହାସହିତ ସୂଚନା ଅଧିକାରୀ ଶ୍ରୀ ରାଉତଙ୍କ ଦ୍ୱାରା ରକ୍ତଦାନ ଶିବିରକୁ ଉଦଘାଟନ କରିବାର ଏକ ଫଟୋଚିତ୍ର ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ମନ୍ତ୍ରୀଙ୍କ ସମେତ ଉପସ୍ଥିତ ଅନ୍ୟ ବ୍ୟକ୍ତିମାନେ ମୁହଁରେ ମାସ୍କ ପିନ୍ଧିଥିଲେ ମଧ୍ୟ ସାମାଜିକ ଦୂରତ୍ୱ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଛି।

ସାମାଜିକ ଦୂରତ୍ୱ କଟକଣାକୁ ଉଲ୍ଲଘଂନ କରିବା ଅଭିଯୋଗରେ ବିଜେପି ଓ କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ଓ ଜୋରିମାନା ଆଦାୟ କରାଯାଉଥିବାବେଳେ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ଦ୍ୱାରା କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ ହେଉଥିବାବେଳେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟରୁ ଜୁନ୍ ୩୦ତାରିଖରେ ଜାରି ‘କୋଭିଡ୍‌-୧୯’ ସାଧାରଣ ନିର୍ଦ୍ଦେଶାନାମା ଅନୁସାରେ ଯେକୌଣସି ସାର୍ବଜନୀନ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବେ ପରସ୍ପର ମଧ୍ୟରେ ସର୍ବନିମ୍ନ ୬ଫୁଟ୍ ଦୂରତ୍ୱ ବଜାୟ ରଖିବେ। ୭ ଜଣରୁ ଅଧିକ ଲୋକଙ୍କ ଏକଜୁଟ ବା ସମାବେଶ ଉପରେ କଟକଣା ରୁଜୁ ହୋଇଛି। କେବଳ ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଓ ଅନ୍ତିମ ସଂସ୍କାର କାର୍ଯ୍ୟରେ ସର୍ବାଧିକ ୨୦ ଜଣ ଲୋକ ଏକଜୁଟ୍ ହୋଇପାରିବେ ବୋଲି କୋଭିଡ-୧୯ ଗାଇଡଲାଇନରେ ଉଲ୍ଲେଖ ରହିଛି।

ତେବେ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦାସ ଏରସମାରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସାମାଜିକ ଦୂରତ୍ୱ ନିୟମକୁ ଖୋଲାଖୋଲି ଉଲ୍ଳଘଂନ କରିଛନ୍ତି। ସୂଚନା ଅଧିକାରୀ ପଠାଣି ରାଉତଙ୍କ ଦ୍ୱାରା ଜାରି ଫଟୋଚିତ୍ରରୁ ଜଣାପଡ଼ୁଛି ଯେ ମନ୍ତ୍ରୀଙ୍କ ସହ ୧୫ ଜଣରୁ ଅଧିକ ଲୋକ ରହିଛନ୍ତି ଓ ସାମାଜିକ ଦୂରତ୍ୱ ବୋଲି କିଛି ବି ନାହିଁ। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ କେଉଁ କାରଣରୁ ଏହି ଉଲ୍ଲଘଂନ ପ୍ରତି ଆଖିବୁଜି ଦେଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଗତ ସପ୍ତାହରେ ୧୨ଟି ରାଜନୀତିକ ଦଳ ପ୍ରତିବାଦ କରିବାବେଳେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ କରିଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କିଛି ନେତାଙ୍କୁ ଜୋରିମାନା ଦେବାକୁ ପଡ଼ିଥିଲା। ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମାଜିକ ଦୂରତ୍ୱ ଭାଙ୍ଗିବା କାରଣରୁ ଜୋରିମାନା ଦେଇଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ କୋଭିଡ୍ ନିୟମକୁ ଉଲ୍ଲଘଂନ କରୁଥିବା ବିଜେଡି ନେତାମାନଙ୍କ ବିରୁଦ୍ଧରେ ନା ମାମଲା ହେଉଛି ନା କାର୍ଯ୍ୟାନୁଷ୍ଠାନ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story