ଓଡିଶା ପର୍ଯ୍ୟଟନ ବିଭାଗ ଓ ଆଇସିସିଆର ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟ ବାହାରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଣିକି ରାଜ୍ୟର କଳାକାରମାନଙ୍କୁ ସୁଯୋଗ ମିଳିବ। ଏଥିସହିତ ଅନ୍ତଃରାଷ୍ଟ୍ରିୟ ସ୍ତରର କଳାକାରମାନେ ମଧ୍ୟ ଓଡିଶାରେ ନିଜର କଳା ପ୍ରଦର୍ଶନ କରିପାରିବେ। ଏନେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ କାଉନସିଲ ଫର କଲ‌ଚରାଲ ରିଲେସନ୍-ଆଇସିସିଆର୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି। ରାଜ୍ୟ ସଚିବାଳୟରେ ବିଭାଗୀୟ ସଚିବ ଅରବିନ୍ଦ ପାଢୀ ଏବଂ ଆଇସିସିଆର ଉପ ମହାନିଦ୍ଦେର୍ଶକ […]

mou

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 06:11 AM IST

ଭୁବନେଶ୍ୱର: ରାଜ୍ୟ ବାହାରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଣିକି ରାଜ୍ୟର କଳାକାରମାନଙ୍କୁ ସୁଯୋଗ ମିଳିବ। ଏଥିସହିତ ଅନ୍ତଃରାଷ୍ଟ୍ରିୟ ସ୍ତରର କଳାକାରମାନେ ମଧ୍ୟ ଓଡିଶାରେ ନିଜର କଳା ପ୍ରଦର୍ଶନ କରିପାରିବେ। ଏନେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ କାଉନସିଲ ଫର କଲ‌ଚରାଲ ରିଲେସନ୍-ଆଇସିସିଆର୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି। ରାଜ୍ୟ ସଚିବାଳୟରେ ବିଭାଗୀୟ ସଚିବ ଅରବିନ୍ଦ ପାଢୀ ଏବଂ ଆଇସିସିଆର ଉପ ମହାନିଦ୍ଦେର୍ଶକ ଅରୁଣ କୁମାର ସାହୁ ଆସନ୍ତା ୨ବର୍ଷ ପାଇଁ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି।

Related story