ଲୋୟର୍‌ ପିଏମ୍‌ଜିରେ ପୁଲିସ୍ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆଜି ପୁଲିସ୍ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି। ବେକାରୀ ସମସ୍ୟା ବିରୋଧରେ ଛାତ୍ର କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ବେଳେ ଏହି ଧସ୍ତାଧସ୍ତି ହୋଇଛି। ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭା ଆଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ  ପୁଲିସ୍ ଅଟକାଇଥିଲେ। ଏହି ସମୟରେ ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। କାରୀ ସମସ୍ୟା ନେଇ ସାରାଦେଶରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଛି। ସେହିକ୍ରମରେ […]

rt

Rakesh Mallick
  • Published: Monday, 30 July 2018
  • , Updated: 30 July 2018, 04:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆଜି ପୁଲିସ୍ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛି। ବେକାରୀ ସମସ୍ୟା ବିରୋଧରେ ଛାତ୍ର କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ବେଳେ ଏହି ଧସ୍ତାଧସ୍ତି ହୋଇଛି।

ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭା ଆଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ  ପୁଲିସ୍ ଅଟକାଇଥିଲେ। ଏହି ସମୟରେ ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

କାରୀ ସମସ୍ୟା ନେଇ ସାରାଦେଶରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଛି। ସେହିକ୍ରମରେ ଭୁବନେଶ୍ୱରରେ ମଧ୍ୟ ଇତୀଶ୍‌ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମ୍‌ଜିରେ ବିକ୍ଷୋଭ କରୁଥିଲେ। କଂଗ୍ରେସ ଭବନରୁ ଏହି ରାଲି ବାହାରି ବିଧାନସଭା ଘେରାଉ କରିବା ପାଇଁ ଗଲାବେଳେ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲା।

Related story